ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…

ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ଜାଣିଶୁଣି ଲାବ୍‌ରେ କରୋନା ଭୂତାଣୁ ତିଆରି କରିଥିବା ଆମେରିକା ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି। ଏବେ ଆମେରିକାକୁ ଚାଇନା ବିରୋଧ କରିବା ଆରମ୍ଭ କରିଛି। ଚାଇନା କହିଛି ଯେ, କରୋନା ମହାମାରୀ ଭୂାଣୁର ଉତ୍ପତ୍ତି ଆମେରିକାରେ ହୋଇଛି। ଚାଇନାର ମହାମାରୀ ବିଜ୍ଞାନୀ ତଥା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ୍‌ର ମୁଖ୍ୟ ଜେଙ୍ଗୁ ଗୁଆଙ୍ଗ୍‌ କହିଛନ୍ତି ଯେ, ଚାଇନାରେ କରୋନା ସଂକ୍ରମଣର ପ୍ରଥମ ଘଟଣା ଚିହ୍ନଟ ହେବାର ସପ୍ତାହେ ପୂର୍ବରୁ ଡିସେମ୍ବର ପ୍ରଥମ ଭାଗରେ ଆମେରିକାର ୭ଟି ରାଜ୍ୟରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୯ ଡିସେମ୍ବର ପ୍ରଥମ ଭାଗରେ ଆମେରିକାରେ ଏଭଳି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସେ ଦାବି କରିଛନ୍ତି। ଏନେଇ ଆମେରିକାକୁ ପଚରାଉଚରା କରାଯିବା ଆବଶ୍ୟକ ବୋଲି ଗୁଆଙ୍ଗ୍‌ କହିଛନ୍ତି। ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଜାରି ରହିଥିବା କାଦୁଅ ଫିଙ୍ଗାରୁ ଶୀତଳ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ମହଙ୍ଗା ମାଡ: ଗ୍ୟାସ୍‌ ସିଲିଣ୍ଡର ପିଛା ୨ ହଜାର ଟଙ୍କାରେ ପହଞ୍ଚିଲା

ଇସଲମାବାଦ୍‌,୨।୧: ପାକିସ୍ତାନ ବଜାରରେ ହୁ ହୁ ହୋଇ ବଢୁଛି ଦର। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି କ୍ଷୀର ଓ ପନିପରିବା ଦର ମହଙ୍ଗା ହେବାରେ ଲାଗିଛି।...

ଖେଳାଳିଙ୍କୁ ପାଉଣା ଦେଲା ବିସିସିଆଇ: କଷ୍ଟକର ସମୟରେ କାହାକୁ ଅଣଦେଖା କରାଯିବନି

ନୂଆଦିଲ୍ଲୀ, ୧୦।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିନ୍ତୁ ଦାୟିତ୍ୱରେ ହେଳା କରିନାହିଁ। କେନ୍ଦ୍ରୀୟ...

ଘାସ କାଟୁଥିଲେ ମହିଳା, ପଛରୁ ଧକ୍କା ଦେଲା ବିମାନ; ଆଉ ତା’ ପରେ…

ଓଟଓ୍ବା,୮ା୭: କିଛିଦିନ ତଳେ କାନାଡା ଚର୍ଚ୍ଚାରେ ଥିଲା। ଯେତେବେଳେ ବ୍ରିଟିଶ କଲମ୍ବିଆ ସମେତ କେତେକ ଅଞ୍ଚଳରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ...

୨୫ ସହରରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ୨୫ଟି ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ମହାରାଷ୍ଟ୍ରର ୧୦...

ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ

କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର: ଯୋଗୀ ସରକାର ଯୋଗାଇ ଦେବେ ବାସଗୃହ-ଦୋକାନ

ଲକ୍ଷ୍ନୌ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ସୃଷ୍ଟି ହୋଇଛିି। ସେହିପରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଧୀରେଧୀରେ ଉତ୍କଟ ହେବାରେ ଳାଗିଛି। ତେବେ ଉତ୍ତରପ୍ରଦେଶ ସରକାର...

Advertisement


Archives

Model This Week

Why Dharitri