ହାର୍ଟ ବିଟ୍‌କୁ ପ୍ରଭାବିତ କରୁଛି କରୋନା ଭୂତାଣୁ…

ନୂଆଦିଲ୍ଲୀ, ୯।୫: କରୋନା ଭୂତାଣୁ ଯୋଗୁ ଗଳାରେ ସଂକ୍ରମଣ ପରେ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥାଏ। ତେବେ ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଉଛି। କେତେକ ଲୋକଙ୍କ ମଧ୍ୟ ଏହାଯୋଗୁ ମୃତ୍ୟୁ ଘଟି ସାରିଛି। ଏସମ୍ପର୍କରେ ହୃଦ୍‌ରୋଗ ବିଶେଷଜ୍ଞ ଡ. ନୀରଜ୍‌ କୁମାର କୁହନ୍ତି ଯେ, କରୋନା ସଂକ୍ରମଣ ଯୋଗୁ ଶରୀରର ରକ୍ତବାହୀ ନଳୀରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଫଳରେ ହାର୍ଟରେ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିପାରେ ନାହିଁ। ଏହାଯୋଗୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ଯୋଗାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ରକ୍ତ ଯୋଗାଣ କମ୍‌ ହେବା ଯୋଗୁ ହାର୍ଟର ପମ୍ପିଂ କ୍ଷମତା ୩୦ରୁ ୪୦ ପ୍ରତିଶତ କମି ଯାଇଥାଏ ବୋଲି ସେ କହିଛନ୍ତି। ଫଳରେ ହାର୍ଟ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହାଯୋଗୁ ପରବର୍ତ୍ତୀ ସମୟରେ ହାର୍ଟ ଆଟାକ୍‌ ହୋଇଥାଏ। ସେହିପରି ହୃଦ୍‌ରୋଗ ବିଶେଷଜ୍ଞ ଡ.ଅନୀଲ ବର୍ମା କହିଛନ୍ତି ଯେ, ସାଧାରଣ ହାର୍ଟ ବିଟ୍‌ ମିନିଟ୍‌ ପିଛା ୬୦ରୁ ୯୦ ମଧ୍ୟରେ ରହିଥାଏ। ମାତ୍ର କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରକ୍ତ ଜମାଟ ବାନ୍ଧିବା ଯୋଗୁ ରକ୍ତବାହୀ ନଳୀର କ୍ଷମତା କମି ଯାଇଥାଏ। ଫଳରେ ହାର୍ଟ ବିଟ୍‌ ୧୧୦ରୁ ଅଧିକ ହେବାରେ ଲାଗେ। ଏହାଯୋଗୁ ଧଇଁସଇଁ ଅବସ୍ଥା ସୃଷ୍ଟି ହୋଇଥାଏ। ହସ୍ପିଟାଲକୁ ଆସୁଥିବା କେତେକ କରୋନା ଆକ୍ରାନ୍ତଙ୍କ ହାର୍ଟ ବିଟ୍‌ ମିନିଟ୍‌ ପିଛା ୧୩୦ରୁ ୧୪୦ ମଧ୍ୟରେ ରହୁଛି। ଏହାଯୋଗୁ ସେମାନଙ୍କ ଅବସ୍ଥା ସଙ୍କଟ ଜନକ ହୋଇ ପଡୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?