ଧଳା ହରିଣକୁ କରୋନା: ୮୦ ଭାରିଆଣ୍ଟ ଠାବ …

ଓ୍ବାଶିଂଟନ,୨।୨ : ଆମେରିକାରେ ଧଳା ହରିଣଠାରେ କରୋନା ମହମାରୀ ବ୍ୟାପିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହରିଣଙ୍କଠାରେ କରୋନା ଭୂତାଣୁ ମନୁଷ୍ୟ ତୁଳନାରେ ୮୦ ଥର ନିଜର ରୂପ ପରିବର୍ତ୍ତନ କରି ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି କରିଛି।

ବୈଜ୍ଞାନିକମାନେ ଉତ୍ତର ଆମେରିକାରେ ଧଳା ହରିଣଠାରେ ସାର୍ସ କୋଭ-୨ ଭାରିଆଣ୍ଟର ଉପସ୍ଥିତି ପାଇଛନ୍ତି ଯାହା ଏକଦା ମଣିଷମାନଙ୍କ ମଧ୍ୟରେ ବହୁଳ ଭାବରେ ସଂକ୍ରମଣ କରିଥିଲା କିନ୍ତୁ ଏବେ ଏହା ମଣିଷମାନଙ୍କଠାରେ ଆଉ ଦେଖିବାକୁ ମିଳୁ ନାହିଁ। ଗବେଷକମାନେ କହିଛନ୍ତି ଯେ ମଣିଷଠାରେ ମିଳୁଥିବା ଭୂତାଣୁ ତୁଳନାରେ ହରିଣରେ ମିଳୁଥିବା କେତେକ ଭୂତାଣୁୁ ୮୦ ଥର ନିଜର ସଂରଚନା ବଦଳାଇଛନ୍ତି।

ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ଦୀର୍ଘ ଦିନ ଧରି ହରିଣଠାରେ ଏହି ଭାରିଆଣ୍ଟ ଉପସ୍ଥିତ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତଥାପି, ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଏହି ଅଧ୍ୟୟନ ଅନୁସନ୍ଧାନ ପତ୍ରିକା ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ହୋଇଛି। କର୍ନେଲ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡିଏଗୋ ଡାଏଲେ କହିଛନ୍ତି ଯେ ଏହି ଅଧ୍ୟୟନର ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ହେଉଛି ତିନୋଟି ଚିନ୍ତାଜନକ ସ୍ବରୂପ ଆଲଫା, ଗାମା ଏବଂ ଡେଲଟା ଜଙ୍ଗଲରେ ବାସ କରୁଥିବା ପ୍ରାଣୀଙ୍କଠାରେ ଚିହ୍ନଟ ହେବା।

ଅଧ୍ୟୟନ ଅନୁଯାୟୀ, ମହାମାରୀ ସମୟରେ ହରିଣମାନେ ସାର୍ସ କୋଭ-୨ ଦ୍ୱାରା ସଂକ୍ରମିତ ହୋଇଥିଲେ। ଡିଏଲ କହିଛନ୍ତି ଯେ ଏସିଆରେ ମଣିଷମାନଙ୍କଠାରେ ସୃଷ୍ଟି ହୋଇଥିବା ଏକ ଭୂତାଣୁ ବର୍ତ୍ତମାନ ଉତ୍ତର ଆମେରିକାର ବନ୍ୟପ୍ରାଣୀଙ୍କଠାରେ ଦେଖିବାକୁ ମିଳିଛି।

ଗବେଷଣାରେ ବ୍ୟବହୃତ ୫,୭୦୦ ନମୁନା ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା। ଯେତେବେଳେ ଗବେଷକମାନେ ହରିଣଠାରେ ମିଳୁଥିବା ଏକ ପ୍ରକାରର ଜେନୋମିକ କ୍ରମକୁ ନ୍ୟୁୟର୍କରେ ମାନବଙ୍କଠାରୁ ନିଆଯାଇଥିବା ସମାନ ପ୍ରକାରର କ୍ରମ ସହିତ ତୁଳନା କଲେ, ସେମାନେ ଜାଣିବାକୁ ପାଇଲେ ଯେ ହରିଣଙ୍କଠାରେ ଦେଖାଦେଇଥିବା ଭୂତାଣୁର ସ୍ବରୂପରେ ପରିବର୍ତ୍ତନ ହୋଇଛି। ଅଧ୍ୟୟନ ଅନୁଯାୟୀ, ଏହା ସୂଚିତ କରୁଛି ଯେ ହରିଣଙ୍କଠାରେ ଅନେକ ମାସ ଧରି ଭୂତାଣୁ ଉପସ୍ଥିତ ରହିଥିଲା। ଅଧ୍ୟୟନରେ ଦର୍ଶାଯାଇଛି ଯେ ହରିଣଙ୍କଠାରେ ଆଲଫା ଏବଂ ଗାମା ଭାରିଆଣ୍ଟର ଉପସ୍ଥିତି ଜଣାଶୁଣା ଥିବାବେଳେ ମଣିଷଠାରେ ଏହି ପ୍ରକାରର କୌଣସି ପ୍ରମାଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ...

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri