ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…

ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ କମିଟିର ନେତୃତ୍ୱ ନେଇଥିଲେ।

୫୭ ବର୍ଷୀୟ ପ୍ରମିଳା ୱାଶିଂଟନର ସପ୍ତମ କଂଗ୍ରେସ ଜିଲା ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଇମିଗ୍ରେଶନ ଅଖଣ୍ଡତା, ସୁରକ୍ଷା ଏବଂ ଏନଫୋର୍ସମେଣ୍ଟ ସବ କମିଟିର ମହିଳା ସଦସ୍ୟ ଜୋ ଲୋଫ୍ରେନଙ୍କ ସ୍ଥାନ ନେଇଛନ୍ତି। ର଼୍ୟାଙ୍କିଙ୍ଗ ସଦସ୍ୟ ଭାବରେ ନାମିତ ହେବା ପରେ ପ୍ରମିଲା କହିଛନ୍ତି, ଆମେରିକାର ସଂସଦକୁ ନିର୍ବାଚିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ମହିଳା ହୋଇଥିବାରୁ ମୁଁ ଗର୍ବିତ।

ପ୍ରମିଳା କହିଛନ୍ତି ଯେ ସେ ୧୬ ବର୍ଷ ବୟସରେ ଆମେରିକା ଆସିଥିଲେ। ତଥାପି, ତାଙ୍କୁ ଆମେରିକାର ନାଗରିକ ହେବାକୁ ୧୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ସେ କହିଛନ୍ତି ମୁଁ ଏକ ସ୍ଥିତିରେ ରହିବା ମୋ ପାଇଁ ଏକ ବଡ କଥା ଯେଉଁଠାରେ ମୁଁ ଏକ ଅସଜଡ଼ା ଇମିଗ୍ରେଶନ ସିଷ୍ଟମକୁ ସଜାଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବି।

ଆମେରିକା କଂଗ୍ରେସକୁ ଆସିବା ପୂର୍ବରୁ ପ୍ରମିଳା ଦୀର୍ଘ ଦିନ ଧରି ପ୍ରବାସୀମାନଙ୍କ ପାଇଁ ଲଢୁଥିଲେ। ସେ ୱାଶିଂଟନର ସର୍ବବୃହତ ପ୍ରବାସୀ ସଂଗଠନ ୱାନ ଆମେରିକା ମଧ୍ୟ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ପରେ ସେ ଏହାକୁ ଗଠନ କରିଥିଲେ। ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଚାମ୍ପିଅନ ଅଫ ଚେଞ୍ଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?