ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତଶାଳୀ କଲା ତାଇଓ୍ବାନ, ଚାଇନାର ବଢ଼ିଲା ଚିନ୍ତା…

ବେଜିଂ/ତାଇପେ,୨।୨ : ତାଇୱାନ ଚାଇନାକୁ କଡ଼ା ଜବାବ ଦେବାକୁ ଏହାର ନୌସେନାକୁ ସତର୍କ କରାଇ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି। ଚାଇନାର ୩୪ ସାମରିକ ବିମାନ ଏବଂ ନଅଟି ଯୁଦ୍ଧ ଜାହାଜ ତାଇଓ୍ବାନର ଆକାଶ ମାର୍ଗ ସୀମାରେ ପ୍ରବେଶ କରିବା ପରେ ଏଭଳି ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ତାଇଓ୍ବାନ ଏହାର ଯୁଦ୍ଧ ବିମାନ ମୁତୟନ କରିବା ସହିତ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି।

ଏନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ତାଇଓ୍ବାନର ଏପରି ପ୍ରସ୍ତୁତି ନେଇ ଖବର ଏକ ସମୟରେ ଆସିଛି ଯେତେବେଳେ ଚାଇନା ତାଇୱାନ ବିରୁଦ୍ଧରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଯୋଜନା କରୁଛି। ଚାଇନାର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ତାଇୱାନର ମୁଖ୍ୟ ସହଯୋଗୀ ଆମେରିକାର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି।

ଗତ ମାସରେ ଆମେରିକାର ବାୟୁସେନା ଜେନେରାଲ ମାଇକ ମିନିହାନ ଏକ ଚିଠିରେ ଅଧିକାରୀମାନଙ୍କୁ ୨୦୨୫ ମସିହାରେ ତାଇୱାନକୁ ନେଇ ଆମେରିକା-ଚାଇନା ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଥିବା କହିଥିଲେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏୟାର ମୋବିଲିଟି କମାଣ୍ଡର ମୁଖ୍ୟ ଭାବରେ ମିନିହାନ ଚାଇନାର ମନୋଭାବ ଆଧାରରେ ଏହା କହିଥିଲେ।
ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୨୦ଟି ଚାଇନା ବିମାନ ତାଇୱାନ ଷ୍ଟ୍ରାଇଟରେ କେନ୍ଦ୍ରୀୟ ଲାଇନ ଅତିକ୍ରମ କରିଛି, ଯାହା ଦୀର୍ଘ ଦିନରୁ ଏକ ଅନୌପଚାରିକ ବଫର୍‌ ଜୋନ ଭାବେ ରହି ଆସିଛି। ସୂଚନାଯୋଗ୍ୟ, ଚାଇନା ତାଇୱାନକୁ ଏହାର ଅଞ୍ଚଳ ବୋଲି କହୁଥିବାବେଳେ ତାଇୱାନର ଅଧିକାଂଶ ଲୋକ ଶାସକ କମ୍ୟୁନିଷ୍ଟ ପାର୍ଟିର ନିୟନ୍ତ୍ରଣରେ ଆସିବାକୁ ବିରୋଧ କରୁଛନ୍ତି। ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦେଶର ସଶସ୍ତ୍ର ବାହିନୀ ଚାଇନା କାର୍ଯ୍ୟକଳାପର ଜବାବ ଦେବା ପାଇଁ ପରିସ୍ଥିତି ଉପରେ ନଜର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri