ଚାଇନାରେ କରୋନା ଅଣାୟତ୍ତ: ୭ ଦିନରେ ୩୦ ଲକ୍ଷରୁ ଅଧିକ ଆକ୍ରାନ୍ତ…

ବେଜିଂ,୩।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବଢୁଥିବା ମାମଲା ମଧ୍ୟରେ ବେଜିଂ ମଧ୍ୟ ସ୍ବୀକାର କରିଛି ଯେ କରୋନା ସଂକ୍ରମଣକୁ ଟ୍ରାକ କରିବା ଅସମ୍ଭବ ହୋଇପଡିଛି। ଜାତୀୟ ସ୍ବାସ୍ଥ୍ୟ ଆୟୋଗ ମଧ୍ୟ କରୋନାରୁ ମୃତ୍ୟୁ ସଂଖ୍ୟା ଦେବା ବନ୍ଦ କରି ଦେଇଛନ୍ତି। ଏହାର ଦାୟିତ୍ୱ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ (ସିଡିସି)କୁ ପ୍ରଦାନ କରାଯାଇଛି।

ଗତ ୭ ଦିନ ମଧ୍ୟରେ ୩୦ ଲକ୍ଷରୁ ଅଧିକ କରୋନା ମାମଲା ଆସିଛି ଏବଂ ଏହି ସମୟ ମଧ୍ୟରେ ୯୮୪୭ ଜଣଙ୍କର ମୃତ୍ୟୁ ହୋଇଛି। ଚାଇନାର ସିଚୁଆନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏକ ସର୍ଭେ କରିଛି। ଏହି ସର୍ଭେରେ କୁହାଯାଇଛି ଯେ ସିଚୁଆନରେ ୬୪ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ୨୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ମିଳିତ ଭାବେ ଏହା ପ୍ରାୟ ୯୨ ପ୍ରତିଶତ। ଏଥି ସହିତ, ସିଚୁଆନରେ ୭୦ ପ୍ରତିଶତ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳିଛି। ସର୍ବେକ୍ଷଣରେ କୁହାଯାଇଛି ଯେ କେବଳ ସିଚୁଆନ ପ୍ରଦେଶରେ ପ୍ରାୟ ସାତ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ବ୍ରିଟେନର ରିସର୍ଫ ଫାର୍ମ ଏୟାରଫିନିଟି ଅନୁଯାୟୀ କରୋନାର ଏହି ଲହର ଏପର୍ଯ୍ୟନ୍ତ ଚାଇନାରେ ଶୀର୍ଷରେ ପହଞ୍ଚି ନାହିଁ। ଜାନୁଆରୀ ୧୩ ରେ ପ୍ରଥମ ଶୀର୍ଷ ସ୍ଥିତି ଆସିବାର ଆଶଙ୍କା ରହିଛି। ସେତେବେଳେ ଚାଇନାରେ ଅତି କମରେ ୩୭ ଲକ୍ଷ ଲୋକ ଗୋଟିଏ ଦିନରେ ସଂକ୍ରମିତ ହେବେ। ଏହା ବ୍ୟତୀତ ଗୋଟିଏ ଦିନରେ ପ୍ରାୟ ୨୫ ହଜାର ଲୋକ ମରିବେ।

କମ୍ପାନୀର ବିଶ୍ଳେଷଣ ଅନୁଯାୟୀ ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୮୪ ହଜାର ହେବ। ଏଥି ସହିତ, ଏପ୍ରିଲ ଶେଷ ସୁଦ୍ଧା ଏହା ୧୭ଲକ୍ଷକୁ ବୃଦ୍ଧି ପାଇବ। ଯଦି କମ୍ପାନୀର ତଥ୍ୟକୁ ବିଶ୍ୱାସ କରାଯାଏ ତେବେ ଏହା ଅତ୍ୟନ୍ତ ଭୟଙ୍କର ସ୍ଥିତ ସୃଷ୍ଟି କରିବ।ଏୟାରଫିନିଟିର ମଡେଲ ଆଧାର ତଥ୍ୟ ଅନୁଯାୟୀ, ଶୂନ କୋଭିଡ ନୀତି କୋହଳ ହେବା ପରେ ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କୁହାଯାଇଛି ଯେ ଏହି ଲହରର ଦ୍ୱିତୀୟ ଶୀର୍ଷ ମାର୍ଚ୍ଚ ୩ ସୁଦ୍ଧା ଆସିପାରେ। ମେ ମାସରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ। କମ୍ପାନୀ କହିଛି ଯେ କରୋନା ସଂକ୍ରମଣର ଶୀର୍ଷ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଛି। ଆସନ୍ତା କିଛି ଦିନ ମଧ୍ୟରେ ଏଠାରେ ସର୍ବାଧିକ ମୃତ୍ୟୁ ଘଟିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଆମେରିକାକୁ କଡ଼ା ଚେତାବନୀ ଦେଲା ଇରାନ, ତେଲ ଅଭିଭର…

ତେହରାନ୍‌,୧।୭: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସର୍ବୋଚ୍ଚ ନେତାଙ୍କ ସମ୍ପର୍କରେ ଇସ୍ରାଏଲର ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଆମେରିକାକୁ “ତେଲ ଅଭିଭରେ ପାଳିତ ପଶୁ”…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri