କରୋନା ଚତୁର୍ଥ ଡୋଜ୍‌ ସରକାରୀ ଯୋଜନାର କାର୍ଯ୍ୟସୂଚୀରେ ନାହିିଁ…

ନୂଆଦିଲ୍ଲୀ,୩।୧ : ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭାରତରେ କରୋନା ଟିକାର ଦ୍ୱିତୀୟ ବୁଷ୍ଟର ଡୋଜ ଅର୍ଥାତ୍‌ ଚତୁର୍ଥ ଡୋଜ ବିଷୟରେ ଆଲୋଚନା ହେଉଛି। ଏହି ସମୟରେ ସରକାରୀ ସୂତ୍ରରୁ ପ୍ରକାଶ ଯେ କରୋନା ଟିକାର ଦ୍ୱିତୀୟ ବୁଷ୍ଟର ଡୋଜର ଆବଶ୍ୟକତା ସମ୍ପର୍କିତ ଯୋଜନା ଏପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟସୂଚୀରେ ନାହିଁ। କରୋନା ଟିକାର ଚତୁର୍ଥ ଡୋଜ ବିଷୟରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। କାରଣ ଦେଶର ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଟିକାକରଣର ତୃତୀୟ ଡୋଜ ଅର୍ଥାତ ପ୍ରଥମ ବୁଷ୍ଟର ଡୋଜ ପାଇ ନାହାଁନ୍ତି।

ଏହା ବ୍ୟତୀତ ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକା ପାଇଁ ଦ୍ୱିତୀୟ ବୁଷ୍ଟରର ଉପଯୋଗୀତା ଉପରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ଜାନୁଆରୀ ୨୦୨୨ ରେ ଭାରତରେ ପ୍ରଥମ ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଯୋଗ୍ୟ ଜନସଂଖ୍ୟାର ମାତ୍ର ୨୮ ପ୍ରତିଶତଙ୍କୁ ଏହା ଦିଆଯାଇଛି।

ଆମେରିକା ଏବଂ ବ୍ରିଟେନ ପରି ଦେଶଗୁଡିକ ସମ୍ପୂର୍ଣ୍ଣ ର୍‌ ଟିକାକରଣ କରିଥିବା ବ୍ୟକ୍ତିଙ୍କୁ ତୃତୀୟ ଏବଂ ଚତୁର୍ଥ ବୁଷ୍ଟର୍‌ ଡୋଜ ଦେଉଛନ୍ତି । ଏହା ସହିତ ସେହି ଲୋକମାନଙ୍କୁ ଅତିରିକ୍ତ ଟିକା ମଧ୍ୟ ଦିଆଯାଉଛି, ଯେଉଁମାନଙ୍କର ପ୍ରାରମ୍ଭିକ ଡୋଜ ପରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri