ସାବଧାନ! ଗାଡ଼ି ପାର୍ଟରେ ବି କରୋନା ଭୂତାଣୁ

ବେଜିଂ,୪।୧: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ଲଢୁଛି। ଏହି ଭୂତାଣୁର ନୂଆ ଷ୍ଟ୍ରେନ୍‌ ପୁଣି ଥରେ ଲୋକଙ୍କୁ ଭୟଭୀତ କରିଛି। ଏହି ସମୟରେ ଚାଇନାରୁ କରୋନା ସମ୍ପର୍କରେ ଆସିଥିବା ଆଉ ଏକ ଖବର ଆହୁରି ଚକିତ କରିଛି।

ଚାଇନାରେ ଅଟୋ ପାର୍ଟସ ବ୍ୟବସାୟ କମ୍ପାନୀ ପ୍ୟାକେଜିଂ ନମୁନା ନେବା ପରେ ଅନେକ ପ୍ୟାକେଜ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଲୋକଙ୍କ ହୋସ୍‌ ଉଡ଼ାଇ ଦେଇଛି। ଦେଶର ବିଭିନ୍ନ ସ୍ଥାନରୁ ଅଟୋ ପାର୍ଟ ପ୍ୟାକେଜିଂ ନମୁନା ନିଆଯାଇଥିଲା। ଯାହା ପରେ ଏଥିରେ କରୋନା ଭୂତାଣୁ ଥିବା ପ୍ରମାଣ ମିଳିଛି।

ଚାଇନାର କୋଭିଡ-୧୯ର ପ୍ରତିରୋଧ ଏବଂ ନିୟନ୍ତ୍ରଣ କାର୍ଯ୍ୟାଳୟ ଅନୁଯାୟୀ, ସ୍ଥାନୀୟ ଚାଇନାର ଶାଙ୍କ୍‌ସୀ ଜିଲାର ଜିନ୍‌ଚେଙ୍ଗ୍‌ ସିଟିରେ ଅଟୋ ଟାୟାର ପ୍ୟାକେଜିଂରେ ସ୍ଥାନୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏହି ଭୂତାଣୁ ଚିହ୍ନଟ କରିଛି।

ଏହା ପରେ ତୁରନ୍ତ ଜରୁରୀକାଳିନ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଗାଡ଼ି ପାର୍ଟର ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ଅଲଗା କରାଯାଇଥିଲା। ସେହି କର୍ମଚାରୀମାନଙ୍କୁ ଛାଡ଼ି ବାକି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସଂକ୍ରମିତ ଜିନିଷଗୁଡ଼ିକ ନିଛାଟିଆ ସ୍ଥାନରେ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଗାଡ଼ି ପାର୍ଟ ପ୍ୟାକେଜିଂରୁ ନିଆଯାଇଥିବା ଅନ୍ୟ ତିନୋଟି ପଜିଟିଭ୍‌ ନମୁନା ହେବେଇ ଜିଲାର କାଙ୍ଗଜୋ ସହରରେ ଏବଂ ଶାଣ୍ଡୋଙ୍ଗ ଜିଲା ୟନ୍ତାଇ ଏବଂ ଲିନିରେ ଦେଖିବାକୁ ମିଳିଛି।

ଚାଇନାର ବିଭିନ୍ନ ସହରରେ ସମ୍ପୃକ୍ତ ଅଟୋ ପାର୍ଟସ ଏବଂ କର୍ମଚାରୀଙ୍କ ଉପରେ ନ୍ୟୁକ୍ଲିକ୍‌ ଏସିଡ୍‌ ପରୀକ୍ଷା କରାଯାଇଥିଲା, ଯାହାକି କୋଭିଡ-୧୯ରୁ ମୁକ୍ତ ହୋଇଥିବା ଅଟୋ ପାର୍ଟ ବିକ୍ରିରେ ନିୟୋଜିତ ବେଜିଂସ୍ଥିତ କମ୍ପାନୀର ଜଣେ କର୍ମଚାରୀ ଏବଂ ଡିସେମ୍ବର ଶେଷରେ କିଛି ଅଟୋ ପାର୍ଟ ପ୍ୟାକେଜରେ ସଂକ୍ରମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri