Posted inଫୁରସତ

କରୋନାରେ ହାରିଗଲା ଜୀବନ: କାହା କୋଳରେ ଆଖି ବୁଜିଲେ ପୁଅ ତ କାହା ବାହୁ ବନ୍ଧନରେ ଚାଲିଗଲା ସ୍ବାମୀଙ୍କ ପ୍ରାଣ

ମହାମାରୀ କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକର କିଛି ଫଟୋ ଭାଇରାଲ ହେବା କ୍ଷଣି ଆଖି ଓଦା କରୁଛି। ଲୋକମାନେ ଅକ୍ସିଜେନ୍‌ ଏବଂ ଆବଶ୍ୟକୀୟ ଔଷଧ ନ ମିଳିବା ଯୋଗୁ ଆଖି ବୁଜୁଛନ୍ତି। ଡାକ୍ତରଖାନା ଏବଂ ଶ୍ମଶାନ ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସେଥିରୁ କିଛି କିଛି ଦେଖି ମହାମାରୀର ଭୟାବହତା କେତେ ତାହା ସ୍ପଷ୍ଟ ଅନୁମେୟ କରିହେଉଛି। ଆସନ୍ତୁ ସେଭଳି କିଛି ଫଟୋ ଓ ତା’ ପଛର କାହାଣୀକୁ ଜାଣିବା:

ଜୌନପୁରରା ଏହି ଫଟୋଟି କେବଳ ଯେ କରୋନା ତାହା ନୁହେଁ ସମାଜ କେତେ ନିଷ୍ଠୁର ତାହା ବୟାନ କରୁଛି। ଜଣେ ବୃଦ୍ଧାଙ୍କ ମୃତ୍ୟୁ କରୋନାରେ ମୃତ୍ୟୁ ହେବା ପରେ ଅନ୍ତିମ ସଂସ୍କାରରେ କେହି ବି ଆଗକୁ ଆସି ନ ଥିଲେ। ଫଳରେ ବାଧ୍ୟ ହୋଇ ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ରଖି ଶ୍ମଶାନ ଆଣିଥିଲେ ବୃଦ୍ଧ।

ଏହି ଫଟୋଟି ଆଗ୍ରାର। ଏଠାରେ ଚିକିତ୍ସା ଅଭାବରୁ ଜଣେ ମହିଳା ଗୁରୁତର ଥିବା ସ୍ବାମୀଙ୍କୁ ମୁହଁରେ ଅମ୍ଳଜାନ ଦେଇ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କୁ ବଞ୍ଚାଇପାରିଥିଲେ।

ଏହି ଫଟୋଟି ବନାରସର। ଡାକ୍ତରଖାନା ନ ମିଳିବା ଯୋଗୁ କରୋନାରେ ପୀଡ଼ିତ ପୁଅ ଅଟୋରେ ବସିଥିବା ମା’ଙ୍କ କୋଳରେ ଆଖି ବୁଜିଥିଲେ।

ଗୋରଖପୁରର ଏହି ଫଟୋ। ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ପାରିବା ଯୋଗୁ ଜଣେ ଯୁବକ ନିଜ ବାପାଙ୍କୁ ହରାଇଥିଲେ।

ଆଜମଗଡ଼ର ଏହି ଫଟୋରେ ଜଣେ ନିସହାୟ ମା’ଙ୍କୁ ଦେଖାଯାଉଛି। ସେ ନିଜ ପୁଅଙ୍କ ମରଶରୀରକୁ ଧରି କାନ୍ଦୁଛନ୍ତି। କାରଣ କରୋନାରେ ପୀଡ଼ିତ ହେବା ପରେ ତାଙ୍କୁ ଠିକ୍‌ ସମୟରେ ଚିକିତ୍ସା ମିଳିପାରି ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିହାରର ଏହି ଫଟୋ। ଏଥିରେ ପୁଅଙ୍କୁ କରୋନାରେ ହରାଇବା ପରେ ଜଣେ ମା’ଙ୍କ ହୃଦୟଫଟା କାନ୍ଦ ଦେଖିବାକୁ ମିଳିଛି।

ଫଟୋରେ ଶ୍ମଶାନ ଆଗରେ ମୃତଦେହଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଏହା କରୋନାର ଭୟାବହତାକୁ ଦର୍ଶାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…

ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ...

ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…

ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର...

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି,...

କଫି କପ୍‌ରୁ ପ୍ରେମିକଙ୍କ ମିଛ ଧରିଲେ ପ୍ରେମିକା

ପ୍ରେମ ଏବଂ ପ୍ରତାରଣାର ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଜଣେ ମହିଳା ପ୍ରେମ ଏବଂ ପ୍ରତାରଣାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ...

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ...

ସବୁଠୁ ଛୋଟ ଭ୍ରମଣକାରୀଙ୍କ ୨୩ ଦେଶ ଭ୍ରମଣ

ୱିଲିଂଟନ୍‌: ସାଧାରଣତଃ ମା’-ବାପା ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ଯାଇ ନ ଥାନ୍ତି। ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି ତାଙ୍କ ୧୧ ମାସର ଶିଶୁକୁ ନେଇ...

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାରେ ସମର୍ପିତ ଜୀବନ

ଏକ ପରିବର୍ତ୍ତନ ଆଣିବା ପାଇଁ ଜଣଙ୍କର ଅସୀମିତ ସମ୍ବଳ ରହିବା ଆବଶ୍ୟକ ନାହିଁ। ଏହାକୁ ପ୍ରମାଣିତ କରିଛନ୍ତି ଓଡ଼ିଶାର ୨୪ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

Advertisement
Archives

Model This Week