ନୂତନବର୍ଷ ଆରମ୍ଭରେ ଉପଲବ୍ଧ ହେବ କରୋନା ଟିକା: ୧୦ ବର୍ଷ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ

ନୂଆଦିଲ୍ଲୀ,୧୮ା୧୦: କରୋନା ଭୂତାଣୁରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ପାଇଁ ପ୍ରସ୍ତୁତ ଟିକା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି। ଏହି ପରିବର୍ତ୍ତନକୁ ସେ ‘ଡ୍ରଫ୍ଟସ’ (ସାମାନ୍ୟ ପରିବର୍ତ୍ତନ) ବୋଲି କହିଛନ୍ତି। ଯାହା ଦ୍ୱାରା ଭୂତାଣୁଙ୍କ ପ୍ରତି ଟିକାକରଣର ପ୍ରଭାବ ହ୍ରାସ ପାଇବ ନାହିଁ ଏବଂ ଏହି ଟିକା ଭୂତାଣୁ ସଂକ୍ରମଣ ରୋକିବାରେ ସକ୍ଷମ ହେବ। ନୂତନ ବର୍ଷ ଆରମ୍ଭରେ କରୋନା ଟିକା ଉପଲବ୍ଧ ହେବ ଏବଂ ଜୁଲାଇ ସୁଦ୍ଧା ସରକାର ୩୦୦ ନିୟୁତ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଯୋଜନା କରୁଛନ୍ତି।
ଡକ୍ଟର ଭାର୍ଗବଙ୍କ ଅନୁଯାୟୀ, କୌଣସି ଭୂତାଣୁଙ୍କର ପରିବର୍ତ୍ତନ ଏକ ସାଧାରଣ ପ୍ରକ୍ରିୟା। ସମୟ ସହିତ ଛୋଟ ଛୋଟ ପରିବର୍ତ୍ତନ ଦେଖାଯାଏ। କରୋନା ଭୂତାଣୁ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ ଯେ, ଗତ ଜାନୁୟାରୀରେ ଏହା ପ୍ରଥମେ ଚିହ୍ନଟ ହେବା ପରଠାରୁ ପୃଥିବୀର ବିଭିନ୍ନ ଦେଶରେ ପରିବର୍ତ୍ତନ ଘଟିଛି। କିନ୍ତୁ ଏହି ପରିବର୍ତ୍ତନଗୁଡିକ ଏତେ ବଡ଼ ନୁହେଁ ଯେ, ଏହା ପାଇଁ ପ୍ରସ୍ତୁତ ହେଉଥିବା ଟିକାର ପ୍ରଭାବ ଅଳ୍ପ ସମୟ ରହିବ। ବୈଜ୍ଞାନିକମାନଙ୍କୁ ଟିକାକରଣର ବିକାଶ ଆରମ୍ଭ କରିବାକୁ ପଡ଼ିବ। ସେ ନିଶ୍ଚିତ କରି କହିଛନ୍ତି ଯେ, ଛୋଟ ପରିବର୍ତ୍ତନ ଦ୍ୱାରା ଟିକାକରଣର କୌଣସି ପ୍ରଭାବ ପଡ଼ିବ ନାହିଁ।

ଡକ୍ଟର ଭାର୍ଗବଙ୍କ ଅନୁଯାୟୀ, କରୋନା ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ, କରୋନା ଭୂତାଣୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗିବ। ଏହି ପରିବର୍ତ୍ତନକୁ ‘ଶିଫ୍ଟ’ କୁହାଯାଏ। ଅର୍ଥାତ୍‌ ନୂତନ ଭୂତାଣୁ ପୁରୁଣା ଭୂତାଣୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଜ୍ଞା ହଁ, ପୁରୁଣା ଭୂତାଣୁ ଉପରେ ଥିବା ଟିକା ନୂତନ ଭୂତାଣୁ ଉପରେ କାମ କରିବ ନାହିଁ ଏବଂ ଏହି ନୂତନ ଟିକା ପାଇଁ ବିକାଶ କରିବାକୁ ପଡ଼ିବ। ଟିକା ଥରେ ପ୍ରସ୍ତୁତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri