ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ ଟେଷ୍ଟ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିଥିବା ଶୁକ୍ରବାର ବ୍ରହ୍ମପୁର ଟାଉନହଲ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ା ସେ ଆହୁରି କହିଛନ୍ତି, ବର୍ତ୍ତମାନ ଜିଲାରେ ସଂକ୍ରମିତଙ୍କ ଚିହ୍ନଟ ହାର ୧୫ ପ୍ରତିଶତ ତଳେ ରହୁଛି। ଗତ ୧୦ ଦିନରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଛି। ଅଧିକରୁ ଅଧିକ ଟେଷ୍ଟ ସହ ସଂକ୍ରମିତଙ୍କ ଚିକିସତ୍ା ପାଇଁ ଆବଶ୍ୟକ ଚିକିତ୍ସା ସୁବିଧା ଓ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଜିଲାବାସୀଙ୍କ ମନରୁ ଭୟ ଦୂର ହୋଇଛି। କରୋନାକୁ ନେଇ ସଚେତନତା ବୃଦ୍ଧି ପାଉଥିବା ଜିଲାପାଳ କହିଛନ୍ତି। ଏବେ ସୁଦ୍ଧା ଜିଲାର ଗ୍ରାମାଞ୍ଚଳରେ ୬୯୪, ସହରାଞ୍ଚଳରେ ୧୭୦, ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ୬୫ ଜଣ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ଜିଲାରେ ପ୍ରାୟ ୮୪ ପ୍ରତିଶତ ଗ୍ରାମାଞ୍ଚଳ ଓ ୫୫ ପ୍ରତିଶତ ସହରାଞ୍ଚଳ ଏବେ ଗ୍ରୀନ ଜୋନ୍‌ରେ ରହିଛି ା ସଂକ୍ରମିତଙ୍କ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ କରୋନା ଜନିତ କଟକଣା ଜାରି ରହିବ ବୋଲି ଜିଲାପାଳ ସୂଚାଇଛନ୍ତି ା ଶନିବାର ସ୍ବାଧୀନତା ଦିବସ ଉପଲକ୍ଷେ କିଛି ସମୟ ପାଇଁ ଶଟ୍‌ଡାଉନ୍‌ କଟକଣା କୋହଳ କରାଯାଉଥିଲେ ମଧ୍ୟ ନିୟମାବଳୀ ଜାରି ରହିବ ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସ୍ପଷ୍ଟ କରିଥିଲେ ା ସ୍ଥିତି ସମ୍ପୂର୍ଣ୍ଣ ନ ସୁଧୁରିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଦ୍ୱାରା ଜାରି ହୋଇଥିବା ପଞ୍ଚସୂତ୍ର ନିୟମ, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲାପାଳ ନିବେଦନ କରିଥିଲେ। ଖବରଦାତା ସମ୍ମିଳନୀରେ ଜିଲାପାଳ, ବିଏମସି କମିଶନର ଓ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?