ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍‌ଡାଉନ…

ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍‌ ଜାରି ହୋଇଛି। ଫଳରେ ଲକ୍ଷଲକ୍ଷ ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଇଛି।

ତେବେ ଚାଇନାର କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ପୋଲିସ ସହ ମଧ୍ୟ ସେମାନଙ୍କର ସଂଘର୍ଷ ହୋଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଫୁଟେଜରେ କ୍ରୋଧିତ ଲୋକମାନେ ପୋଲିସ ଗାଡିଗୁଡ଼ିକୁ ଓଲଟାଇ ଦେଉଥିବାର ଦେଖିବାକୁ ମିଳିଛି। ଚାଇନାର ଯେକୌଣସି ସହରରେ ଦୁଇ କିମ୍ବା ଚାରିଟି କରୋନା ମାମଲା ଥିଲେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଯାଉଛି। ନଭେମ୍ବର ୫ରୁ ଲାଗୁ ହୋଇଥିବା ଲକଡାଉନ ବିରୋଧରେ ଗୁଆଙ୍ଗୋ ସହରରେ ଲୋକଙ୍କ କ୍ରୋଧ ସୃଷ୍ଟି ହୋଇଛି। ସରକାରଙ୍କ କଠୋର ନୀତି ବିରୁଦ୍ଧରେ ବିଦ୍ରୋହରେ ଗୁଆଙ୍ଗୋଝାଉ ସହରର ଲୋକମାନେ ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଉତ୍ତେଜନା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଦଙ୍ଗା ବିରୋଧୀ ପୋଲିସ ମୁତୟନ କରାଯାଇଛି।

ଚାଇନାରେ ଏହିପରି ପ୍ରଦର୍ଶନ ଏକ ବିରଳ ଘଟଣା ଭାବରେ ବିବେଚନା କରାଯାଉଛି। ଯଦିଓ ପରେ ଚାଇନା ସରକାର ସୋସିଆଲ ମିଡିଆରୁ ଏହି ଘଟଣାର ଭିଡିଓ ହଟାଇ ଦେଇଛନ୍ତି, ଶୂନ-କୋଭିଡ ନୀତି ଉପରେ ପ୍ରଶାସନ ପ୍ରବଳ ଚାପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଆଙ୍ଗୋଝାଉ ସହରରେ ୫,୧୦୦ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।

କୋଭିଡ ବିଷୟରେ ଅନେକ ଗୁଜବ ମଧ୍ୟ ବ୍ୟାପିବାରେ ଲାଗିଛି। କୋଭିଡ ପରୀକ୍ଷଣ କମ୍ପାନୀଗୁଡିକ ସେମାନଙ୍କ ଫଳାଫଳରେ ସଂକ୍ରମଣକୁ ଅତ୍ୟଧିକ ମାତ୍ରାରେ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। କମ୍ପାନୀଗୁଡିକ ଏହା ମାଧ୍ୟମରେ ପରୀକ୍ଷଣର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ଅଧିକ ଅର୍ଥ ଉପାର୍ଜନ ହୋଇପାରିବ। ଦେଶର ଉତ୍ତର ଭାଗରେ ମଧ୍ୟ କରୋନା ସମ୍ବନ୍ଧୀୟ ଗୁଜବ ଯୋଗୁଁ ଚାପ ବଢୁୁଥିବା ଜଣାପଡିଛି। ପରିସ୍ଥିତିକୁ ନେଇ ଭୟଭୀତ ହୋଇ ଲୋକମାନେ ଦେଶୀ ଔଷଧ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏହି ଦେଶୀ ଔଷଧ ସଂକ୍ରମଣକୁ ରୋକିବାରେ ସହାୟକ ହେଉଛି। ଲକଡାଉନ ଅନ୍ତର୍ଗତ ସହରଗୁଡିକରେ ଜିନିଷ ଯୋଗାଣ ମଧ୍ୟ ଅଟକି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?