ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍‌ଡାଉନ…

ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍‌ ଜାରି ହୋଇଛି। ଫଳରେ ଲକ୍ଷଲକ୍ଷ ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଇଛି।

ତେବେ ଚାଇନାର କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ଶୂନ କୋଭିଡ ନୀତିର ବର୍ବରତା ବିରୋଧରେ ଲୋକଙ୍କ ସହିବାର ସୀମା ଟପିଛି। ଦକ୍ଷିଣ ଚାଇନାର ଗୁଆଙ୍ଗଜୋ ସହରରେ ଲୋକମାନେ ବାଧ୍ୟତାମୂଳକ ଲକଡାଉନକୁ ବିରୋଧ କରି ଏହି ନୀତି ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ପୋଲିସ ସହ ମଧ୍ୟ ସେମାନଙ୍କର ସଂଘର୍ଷ ହୋଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଫୁଟେଜରେ କ୍ରୋଧିତ ଲୋକମାନେ ପୋଲିସ ଗାଡିଗୁଡ଼ିକୁ ଓଲଟାଇ ଦେଉଥିବାର ଦେଖିବାକୁ ମିଳିଛି। ଚାଇନାର ଯେକୌଣସି ସହରରେ ଦୁଇ କିମ୍ବା ଚାରିଟି କରୋନା ମାମଲା ଥିଲେ ମଧ୍ୟ କଠୋର ପ୍ରତିବନ୍ଧକ ଲଗାଯାଉଛି। ନଭେମ୍ବର ୫ରୁ ଲାଗୁ ହୋଇଥିବା ଲକଡାଉନ ବିରୋଧରେ ଗୁଆଙ୍ଗୋ ସହରରେ ଲୋକଙ୍କ କ୍ରୋଧ ସୃଷ୍ଟି ହୋଇଛି। ସରକାରଙ୍କ କଠୋର ନୀତି ବିରୁଦ୍ଧରେ ବିଦ୍ରୋହରେ ଗୁଆଙ୍ଗୋଝାଉ ସହରର ଲୋକମାନେ ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଉତ୍ତେଜନା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଦଙ୍ଗା ବିରୋଧୀ ପୋଲିସ ମୁତୟନ କରାଯାଇଛି।

ଚାଇନାରେ ଏହିପରି ପ୍ରଦର୍ଶନ ଏକ ବିରଳ ଘଟଣା ଭାବରେ ବିବେଚନା କରାଯାଉଛି। ଯଦିଓ ପରେ ଚାଇନା ସରକାର ସୋସିଆଲ ମିଡିଆରୁ ଏହି ଘଟଣାର ଭିଡିଓ ହଟାଇ ଦେଇଛନ୍ତି, ଶୂନ-କୋଭିଡ ନୀତି ଉପରେ ପ୍ରଶାସନ ପ୍ରବଳ ଚାପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଆଙ୍ଗୋଝାଉ ସହରରେ ୫,୧୦୦ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।

କୋଭିଡ ବିଷୟରେ ଅନେକ ଗୁଜବ ମଧ୍ୟ ବ୍ୟାପିବାରେ ଲାଗିଛି। କୋଭିଡ ପରୀକ୍ଷଣ କମ୍ପାନୀଗୁଡିକ ସେମାନଙ୍କ ଫଳାଫଳରେ ସଂକ୍ରମଣକୁ ଅତ୍ୟଧିକ ମାତ୍ରାରେ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି। କମ୍ପାନୀଗୁଡିକ ଏହା ମାଧ୍ୟମରେ ପରୀକ୍ଷଣର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ଅଧିକ ଅର୍ଥ ଉପାର୍ଜନ ହୋଇପାରିବ। ଦେଶର ଉତ୍ତର ଭାଗରେ ମଧ୍ୟ କରୋନା ସମ୍ବନ୍ଧୀୟ ଗୁଜବ ଯୋଗୁଁ ଚାପ ବଢୁୁଥିବା ଜଣାପଡିଛି। ପରିସ୍ଥିତିକୁ ନେଇ ଭୟଭୀତ ହୋଇ ଲୋକମାନେ ଦେଶୀ ଔଷଧ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏହି ଦେଶୀ ଔଷଧ ସଂକ୍ରମଣକୁ ରୋକିବାରେ ସହାୟକ ହେଉଛି। ଲକଡାଉନ ଅନ୍ତର୍ଗତ ସହରଗୁଡିକରେ ଜିନିଷ ଯୋଗାଣ ମଧ୍ୟ ଅଟକି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ଦୁବଇ ଏୟାର ପୋର୍ଟ, ଶପିଂ ମଲରେ ଆଣ୍ଠୁଏ ପାଣି

ଦୁବି,୧୭।୪: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ଦୁବାଇ, ଶୁଷ୍କ ଏବଂ ଗରମ ତାପମାତ୍ରା ପାଇଁ ଜଣାଶୁଣା, ମଙ୍ଗଳବାର ଏଠାରେ ପ୍ରବଳ ବର୍ଷା ହେତୁ ବନ୍ୟା...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri