ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ନୂତନ ଟେଣ୍ଡର ଡକାଯିବ ନାହିଁ କିମ୍ବା ସରକାରୀ ସ୍ତରରେ ନୂତନ ନିଯୁକ୍ତି ଦିଆଯିବ ନାହିଁ। ମହାମାରୀ ସଙ୍କଟକୁ ଦେଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ମହାମାରୀର ପ୍ରଭାବ ରାଜ୍ୟ ବଜେଟ ଖର୍ଚ୍ଚକୁ ଦୋହଲାଇ ଦେଇଛି। ୨୦୨୦-୨୧ ପାଇଁ ରାଜ୍ୟ ସରକାର ବଜେଟ ଖର୍ଚ୍ଚ ନେଇ ଅଟକଳ କରିଥିଲେ, ସେଥିରେ ମଧ୍ୟ ବିରାମ ଲାଗିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେତିକି ଖର୍ଚ୍ଚ ହେବା କଥା ତାହା ହୋଇ ପାରି ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷର ଗତ ୫ ମାସ ଅର୍ଥାତ ଏପ୍ରିଲରୁ ଅଗଷ୍ଟ ୩୧ ମଧ୍ୟରେ ୨୦୧୯-୨୦ ବଜେଟ ଖର୍ଚ୍ଚ ତୁଳନାରେ କମ୍‌ ଖର୍ଚ୍ଚ ହୋଇଛି।

ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ବଜେଟର ସମୁଦାୟ ବ୍ୟୟ ୨୩.୨୭ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷର ଗତ ୫ ମାସ ମଧ୍ୟରେ ଖର୍ଚ୍ଚ ହୋଇଛି ମାତ୍ର ୧୯.୩୮ ପ୍ରତିଶତ। ଅର୍ଥାତ୍‌ ଗତ ଆର୍ଥିକ ବର୍ଷ ତୁଳନାରେ ୫.୧୩ ପ୍ରତିଶତ ଖର୍ଚ୍ଚ କମ୍‌ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ୧୩.୯୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଆର୍ଥିକ ବର୍ଷ ଅଧା ହେବାକୁ ବସିଥିଲେ ସୁଦ୍ଧା ଖର୍ଚ୍ଚ ସେହି ଅନୁପାତରେ ହୋଇ ପାରି ନ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦେଖି ବାରମ୍ବାର ଲକ୍‌ଡାଉନ ଓ ଶଟ୍‌ଡାଉନ ପାଇଁ ରାଜ୍ୟର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହେବା ଯୋଗୁ ଖର୍ଚ୍ଚ କମିଯାଇଛି ବୋଲି ସେ କହିଛନ୍ତି। ୨୦୨୦ ଅଗଷ୍ଟ ସୁଦ୍ଧା ସମୁଦାୟ ବଜେଟର ୨୩.୭୧ ପ୍ରତିଶତ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯାହାକି ୨୦୧୯ ତୁଳନାରେ ଏହି ମାସ ସୁଦ୍ଧା ୧୧.୬୫ ପ୍ରତିଶତ କମ୍‌ ଖର୍ଚ୍ଚ ହୋଇଛି।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ କମିଛି। ଗତ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ଏହି କ୍ଷେତ୍ର ପାଇଁ ୨୬.୨୭ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ହୋଇଛି ୧୦.୪୫ ପ୍ରତିଶତ । ସେହିପରି ଭିତ୍ତିଭୂମି କ୍ଷେତ୍ରରେ ୨୦୧୯ ଅଗଷ୍ଟ ସୁଦ୍ଧା ୨୭.୫୨ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ବଜେଟର ମାତ୍ର ୧୫.୧୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ/ଶଟ୍‌ଡାଉନ ଦୀର୍ଘଦିନ ଧରି ରହିଥିଲା। ଏଥିଯୋଗୁ ରାସ୍ତା, କୋଠାଘର, ମାର୍କେଟ କମ୍ପ୍ଲେକ୍ସ, ଜାତୀୟ ରାଜପଥ, ଜଳସେଚନ ପ୍ରକଳ୍ପଗୁଡ଼ିକ ଅଧାରୁ ବନ୍ଦ ହୋଇରହିଲା। ଫଳରେ ନିର୍ମାଣ କ୍ଷେତ୍ର ଏକ ପ୍ରକାର ପ୍ରଭାବିତ ହୋଇଛି। ମାତ୍ର ସାମାଜିକ କ୍ଷେତ୍ରରେ ବଜେଟ ଖର୍ଚ୍ଚ ଗତବର୍ଷ ତୁଳନାରେ ଅଧିକ ହୋଇଛି। ସାମାଜିକ କ୍ଷେତ୍ର ପାଇଁ ବଜେଟ ଖର୍ଚ୍ଚ ୨୮.୧୩ ପ୍ରତିଶତ ଅଟକଳ କରାଯାଇଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ୨୯.୬୫ ପ୍ରତିଶତ ଖର୍ଚ୍ଚ ହୋଇଛି। ସେହିପରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ୩୫.୪୮ ପ୍ରତିଶତ ଖର୍ଚ୍ଚ ହ୍ରାସ ପାଇଛି। ତେବେ ସାମାଜିକ କ୍ଷେତ୍ରରେ ଧାର୍ଯ୍ୟ ବ୍ୟୟ ଅଟକଳ ଠାରୁ ୨୯.୦୯ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟସେବା, ଜୀବନ ଜୀବିକା ଓ ସାମାଜିକ ସୁରକ୍ଷା ଇତ୍ୟାଦିରେ ଅଧିକ ଅର୍ଥ ଖର୍ଚ୍ଚ ଯୋଗୁ ଏହି ବୃଦ୍ଧି ଘଟିଛି। କରୋନା ମହାମାରୀ ମୁକାବିଲା ପାଇଁ ପାଣ୍ଠିର କୌଣସି ଅଭାବ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନା, ଜୀବନ ଜୀବିକା ଓ କୋଭିଡ୍‌ ପରିଚାଳନା ପାଇଁ ଖର୍ଚ୍ଚ ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri