ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ନୂତନ ଟେଣ୍ଡର ଡକାଯିବ ନାହିଁ କିମ୍ବା ସରକାରୀ ସ୍ତରରେ ନୂତନ ନିଯୁକ୍ତି ଦିଆଯିବ ନାହିଁ। ମହାମାରୀ ସଙ୍କଟକୁ ଦେଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ମହାମାରୀର ପ୍ରଭାବ ରାଜ୍ୟ ବଜେଟ ଖର୍ଚ୍ଚକୁ ଦୋହଲାଇ ଦେଇଛି। ୨୦୨୦-୨୧ ପାଇଁ ରାଜ୍ୟ ସରକାର ବଜେଟ ଖର୍ଚ୍ଚ ନେଇ ଅଟକଳ କରିଥିଲେ, ସେଥିରେ ମଧ୍ୟ ବିରାମ ଲାଗିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଯେତିକି ଖର୍ଚ୍ଚ ହେବା କଥା ତାହା ହୋଇ ପାରି ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷର ଗତ ୫ ମାସ ଅର୍ଥାତ ଏପ୍ରିଲରୁ ଅଗଷ୍ଟ ୩୧ ମଧ୍ୟରେ ୨୦୧୯-୨୦ ବଜେଟ ଖର୍ଚ୍ଚ ତୁଳନାରେ କମ୍‌ ଖର୍ଚ୍ଚ ହୋଇଛି।

ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ବଜେଟର ସମୁଦାୟ ବ୍ୟୟ ୨୩.୨୭ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷର ଗତ ୫ ମାସ ମଧ୍ୟରେ ଖର୍ଚ୍ଚ ହୋଇଛି ମାତ୍ର ୧୯.୩୮ ପ୍ରତିଶତ। ଅର୍ଥାତ୍‌ ଗତ ଆର୍ଥିକ ବର୍ଷ ତୁଳନାରେ ୫.୧୩ ପ୍ରତିଶତ ଖର୍ଚ୍ଚ କମ୍‌ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ୧୩.୯୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଆର୍ଥିକ ବର୍ଷ ଅଧା ହେବାକୁ ବସିଥିଲେ ସୁଦ୍ଧା ଖର୍ଚ୍ଚ ସେହି ଅନୁପାତରେ ହୋଇ ପାରି ନ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦେଖି ବାରମ୍ବାର ଲକ୍‌ଡାଉନ ଓ ଶଟ୍‌ଡାଉନ ପାଇଁ ରାଜ୍ୟର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହେବା ଯୋଗୁ ଖର୍ଚ୍ଚ କମିଯାଇଛି ବୋଲି ସେ କହିଛନ୍ତି। ୨୦୨୦ ଅଗଷ୍ଟ ସୁଦ୍ଧା ସମୁଦାୟ ବଜେଟର ୨୩.୭୧ ପ୍ରତିଶତ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯାହାକି ୨୦୧୯ ତୁଳନାରେ ଏହି ମାସ ସୁଦ୍ଧା ୧୧.୬୫ ପ୍ରତିଶତ କମ୍‌ ଖର୍ଚ୍ଚ ହୋଇଛି।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ କମିଛି। ଗତ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ଏହି କ୍ଷେତ୍ର ପାଇଁ ୨୬.୨୭ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ହୋଇଛି ୧୦.୪୫ ପ୍ରତିଶତ । ସେହିପରି ଭିତ୍ତିଭୂମି କ୍ଷେତ୍ରରେ ୨୦୧୯ ଅଗଷ୍ଟ ସୁଦ୍ଧା ୨୭.୫୨ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ବଜେଟର ମାତ୍ର ୧୫.୧୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ/ଶଟ୍‌ଡାଉନ ଦୀର୍ଘଦିନ ଧରି ରହିଥିଲା। ଏଥିଯୋଗୁ ରାସ୍ତା, କୋଠାଘର, ମାର୍କେଟ କମ୍ପ୍ଲେକ୍ସ, ଜାତୀୟ ରାଜପଥ, ଜଳସେଚନ ପ୍ରକଳ୍ପଗୁଡ଼ିକ ଅଧାରୁ ବନ୍ଦ ହୋଇରହିଲା। ଫଳରେ ନିର୍ମାଣ କ୍ଷେତ୍ର ଏକ ପ୍ରକାର ପ୍ରଭାବିତ ହୋଇଛି। ମାତ୍ର ସାମାଜିକ କ୍ଷେତ୍ରରେ ବଜେଟ ଖର୍ଚ୍ଚ ଗତବର୍ଷ ତୁଳନାରେ ଅଧିକ ହୋଇଛି। ସାମାଜିକ କ୍ଷେତ୍ର ପାଇଁ ବଜେଟ ଖର୍ଚ୍ଚ ୨୮.୧୩ ପ୍ରତିଶତ ଅଟକଳ କରାଯାଇଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ୨୯.୬୫ ପ୍ରତିଶତ ଖର୍ଚ୍ଚ ହୋଇଛି। ସେହିପରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ୩୫.୪୮ ପ୍ରତିଶତ ଖର୍ଚ୍ଚ ହ୍ରାସ ପାଇଛି। ତେବେ ସାମାଜିକ କ୍ଷେତ୍ରରେ ଧାର୍ଯ୍ୟ ବ୍ୟୟ ଅଟକଳ ଠାରୁ ୨୯.୦୯ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟସେବା, ଜୀବନ ଜୀବିକା ଓ ସାମାଜିକ ସୁରକ୍ଷା ଇତ୍ୟାଦିରେ ଅଧିକ ଅର୍ଥ ଖର୍ଚ୍ଚ ଯୋଗୁ ଏହି ବୃଦ୍ଧି ଘଟିଛି। କରୋନା ମହାମାରୀ ମୁକାବିଲା ପାଇଁ ପାଣ୍ଠିର କୌଣସି ଅଭାବ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନା, ଜୀବନ ଜୀବିକା ଓ କୋଭିଡ୍‌ ପରିଚାଳନା ପାଇଁ ଖର୍ଚ୍ଚ ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri