ରାଜ୍ୟରେ ବ୍ୟାପିଲା କରୋନା, ଗଲା ୨ ଜୀବନ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ବ୍ୟାପିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂକ୍ରମଣ ବଢ଼ୁଥିଲା। ଏବେ ଓଡ଼ିଶାର ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡିବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ସହ ଏହି ମହାମାରୀ ଜୀବନ ବି ନେଲାଣି। ଇତିମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ଶହ ମୁହାଁ ହୋଇଥିବାବେଳେ ଦିନକରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଶେଷ ୨୪ ଘଣ୍ଟାରେ ରାଜ୍ୟରୁ ୨୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮୬ରେ ପହଞ୍ଚତ୍ଛି। ସେହିପରି ଜଣେ ମୃତକ ହେଲେ ଝାରସୁଗୁଡ଼ା ଜିଲାର ୬୫ ବର୍ଷୀୟା ମହିଳା। ତାଙ୍କ କିଡ୍‌ନୀ ସଂକ୍ରମିତ ହେବା ସହ ଫେଲ୍ୟୁର୍‌ ସ୍ଥିତିକୁ ଚାଲିଯାଇଥିଲା। ଏଥିସହ ସେ ପଲ୍‌ମୋନାରି ଏଡେମାରେ ମଧ୍ୟ ପୀଡିତ ଥିଲେ। ଅନ୍ୟପକ୍ଷରେ କଟକ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଆଉଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସମ୍ପୃକ୍ତ ବୃଦ୍ଧ କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ରେଫର କରାଯାଇଥିବାବେଳେ ଗୁରୁବାର ମୃତ୍ୟୁ ହୋଇଥିଲା। ଏହା କୋଭିଡ୍‌ଜନିତ ମୃତ୍ୟୁ ନେଇ ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ବୃଦ୍ଧ ଜଣକ କୋଭିଡ୍‌ରେ ଆକ୍ରାନ୍ତ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ବହୁବିଧ ରୋଗ ଓ ବୟସାଧିକ୍ୟ କାରଣରୁ ହୋଇଥିବା ମେଡିକାଲ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।
ଗତ ୩ଦିନ ଧରି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ରହିଛି। ସୁବର୍ଣ୍ଣପୁର ଜିଲାରେ କୋଭିଡ୍‌ ସଂକ୍ରମଣ ହାର ସର୍ବାଧିକ ରହିଥିବାବେଳେ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁରରେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର କହିଛନ୍ତି, ସଂକ୍ରମଣ ନିୟନ୍ତ୍ରଣରେ ଅଛି। ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକ ଶଯ୍ୟା, ଅକ୍ସିଜେନ ଓ ମେଡିସିନ ମହଜୁଦ ରଖାଯାଇଛି। ଟିକା ଅଧିକ ଯୋଗାଣ ପାଇଁ କେନ୍ଦ୍ରକୁ ଲେଖାଯାଇଥିଲେ ମଧ୍ୟ ଏଯାଏ ଆସିନାହିଁ। ଅନ୍ୟାନ୍ୟ ରୋଗ ସହ କୋଭିଡ୍‌ ପାଇଁ ଜୀବନ ଯାଉଛି। ପ୍ରତିଦିନ ପ୍ରାୟ ୫ ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଯେଉଁମାନଙ୍କ ପାଖେ କୋଭିଡ୍‌ ଲକ୍ଷଣ ଦେଖାଦେଉଛି ସେମାନେ ଶୀଘ୍ର ଟେଷ୍ଟ କରିବାକୁ ଡ. ମହାପାତ୍ର ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ କୁମାର ମିଶ୍ର କହିଛନ୍ତି, ଏବେର କୋଭିଡ ସଂକ୍ରମଣ ଋତୁକାଳୀନ ଭଳି ଲାଗୁଛି। ଏହା ଆହୁରି ୧୦ଦିନ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହାପରେ ଧୀରେଧୀରେ କମିଯିବ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍‌ ସଂକ୍ରମଣ ହାର ଅଧିକ ହେବାର ସମ୍ଭାବନା ରହିଛି। ସଂକ୍ରମଣଠୁ ଦୂରରେ ରହିବାକୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବର୍ତ୍ତମାନ ରାଜ୍ୟରେ ବୁଷ୍ଟର ଡୋଜ୍‌ ଉପଲବ୍ଧ ନାହିଁ। ୫୦ ହଜାର ବୁଷ୍ଟର ଡୋଜ୍‌ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। କିନ୍ତୁ ଶୀଘ୍ର ବୁଷ୍ଟରଡୋଜ୍‌ ଟିକାକରଣକୁ ତ୍ୱରାନ୍ବିତ କରାଯାଇଥିଲେ ସଂକ୍ରମଣ ହାର କମ୍‌ ରହିଥାନ୍ତା। ତେବେ ଏଥିରେ ସାଧାରଣ ଲୋକେ ଭୟ ନ କରି ସତର୍କ ରହିବା ଦରକାର ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri