Posted inଜାତୀୟ

ଅଣାୟତ୍ତ ମୁହାଁ କରୋନା ସ୍ଥିତି: ଦୈନିକ ସଂକ୍ରମଣ ୪ ହଜାର ଟପିଲା, ୨୩ ହଜାର ଉପରେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ୨୫ ହଜାର ମୁହଁା ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୪ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୪,୪୩୧ ଛୁଇଁଛି। ଗୋଟଏ ଦିନ ତଳେ ଏହା ୩,୦୩୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୭ ଥିଲା। ଏହି ସମୟରେ ସକ୍ରିୟ ମାମଲା ୨୩ ହଜାର ଟପିଛି। ଏହା ୨୩ ହଜାର ୦୯୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୧ ହଜାର ୧୭୯ ଥିଲା। ସେହିପରି ୨୪ ଘଣ୍ଟାରେ ୨,୫୦୮ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨,୦୬୯ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୩୩ ହଜାର ୭୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୭୯ ହଜାର ୭୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ

ଗାନ୍ଧିନଗର,୨୯।୪: ଗୁଜୁରାଟର ବିଧାୟକ ଜିଗ୍ନେଶ ମଓ୍ବୋନୀଙ୍କ ଗିରଫ ମାମଲାରେ ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍‌ କରି ସେ ଗିରଫ...

ପେନ୍‌ସନ୍‌ ନେବାକୁ ମନାକଲେ ଜେଟ୍‌ଲୀଙ୍କ ପରିବାର

ନୂଆଦିଲ୍ଲୀ,୧।୧୦:ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ପେନସନ୍‌କୁ ତାଙ୍କ ପରିବାର ଲୋକେ ଦାନ କରିଦେଇଛନ୍ତି। ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ଏନେଇ ରାଜ୍ୟସଭା...

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ...

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାକୁ ନେଇ ଅପପ୍ରଚାର କରୁଛି ପାକିସ୍ତାନ

ଚଣ୍ଡିଗଡ଼,୬ ।୬: ପାକିସ୍ତାନ ତା’ର ଭାରତ ବିରୋଧି ଅପପ୍ରଚାରକୁ ଏବେବି ଜାରି ରଖିଛି । ଏବେ ପାକିସ୍ତାନ ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ...

୨୦୧୩ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୯।୭: ୨୦୧୩ ଏପ୍ରିଲ ୧୫ରେ ଚାଇନାର ୧ ପ୍ଲାଟୁନ ସୈନ୍ୟ ଦୌଲତବେଗ୍‌ ଓଲ୍ଡି ସୀମାରୁ ଭାରତୀୟ ଭୂଖଣ୍ଡର ୧୯ କି.ମି. ଭିତରକୁ ଅନୁପ୍ରବେଶ କରି ୪ଟି...

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମାୟାବତୀ

ନୂଆଦିଲ୍ଲୀ,୨୫।୬: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍‌ପି ସମର୍ଥନ କରିବ। ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି...

ଉତ୍ତରପ୍ରଦେଶରେ ପ୍ରଚାର କରିବେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୫।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୩ୟ ପର୍ଯ୍ୟାୟ ପ୍ରଚାର ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା...

ଆଇନ ମନ୍ତ୍ରଣାଳୟର ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍‌ କରାଯାଇଥିବା ସୂଚନା...

Advertisement
Archives

Model This Week