ରାଜଧାନୀରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଉ କିଛିଦିନ ପରେ କରୋନା ମହାମାରୀକୁ ବର୍ଷେ ପୂରିବାକୁ ଯାଉଛି। ଦୀର୍ଘଦିନର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ କୋଭିଡ୍‌ ଟିକା ଆଶ୍ୱସ୍ତି ଦେଇଛି। ଲୋକେ ସ୍ବାଭାବିକ ଜୀବନ ଆରମ୍ଭ କରୁଥିବାବେଳେ ଏହି ମହାମାରୀ ପୁଣି ଡରାଇଛି। ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ପୁଣି ଫେରିଥିବାରୁ ଓଡ଼ିଶାରେ ଭୟ ଓ ଆଶଙ୍କା ପରିସ୍ଥିତି ଉପୁଜିଛି। ବିଶେଷକରି ଜନଗହଳିପୂର୍ଣ୍ଣ ସହର ଭୁବନେଶ୍ୱରକୁ ଏପରିସ୍ଥିତିରୁ ରକ୍ଷା କରିବା ପାଇଁ କମିଶନଟରେଟ ପୋଲିସ ପୁଣି ଅଣ୍ଟା ଭିଡିଛି। ସହରରେ ଭିଡ଼ ବଢ଼ୁଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ କଟକଣାକୁ ପୁଣି କଡ଼ାକଡ଼ି କରାଯିବ ଓ ଅମାନିଆଙ୍କୁ ଜଗିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ ହେବ। ଏଥିସହ ନିଜ ଥାନା ଅଞ୍ଚଳରେ ଆଲର୍ଟ ରହିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି ଉମାଶଙ୍କର ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ବାହାର ରାଜ୍ୟରୁ ଭୁବନେଶ୍ୱର ଦେଇ ଓଡ଼ିଶାକୁ ହଜାର ହଜାର ଲୋକ ଆସୁଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବା ରାଜ୍ୟରୁ ମଧ୍ୟ ଓଡ଼ିଆଙ୍କ ଯିବାଆସିବା ଲାଗି ରହିଛି। ଏମାନଙ୍କୁ ଚିହ୍ନଟ କରିବା ସହ ନଜର ରଖିବା କଷ୍ଟକର ହୋଇପଡୁଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ସହରରେ କଟକଣା କଡ଼ାକଡ଼ି କରିବ। ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତା ପାଳନ କରିବା ଭଳି କୋଭିଡ୍‌-୧୯ ନିୟମକୁ ପାଳନ କରିବାକୁ ଗୁରୁତ୍ୱ ଦିଆଯିବ। ସହରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଦୋକାନ ବଜାର, ଶପିଂ ମଲ୍‌, ମନ୍ଦିର, ପାର୍କ ଆଦି ସ୍ଥାନରେ ଭିଡ ନ ଜମାଇବାକୁ ଡିସିପି ଦାଶ ଚେତାବନୀ ଦେଇଛନ୍ତି। ଫେବ୍ରୁୟାରୀ ମାସ ପାଇଁ ଲାଗୁ କରାଯାଇଥିବା ଗାଇଡ୍‌ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଲୋକ କଟକଣା ଖିଲାପ କଲେ ପୂର୍ବଭଳି ତାଙ୍କଠାରୁ ଜରିମାନା ଆଦୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଇ-ବିଧାନସଭାକୁ ପ୍ରଶଂସା

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଦେଶର ୨୮ ବିଧାନସଭା ଏବଂ ୮ ବିଧାନ ପରିଷଦ କାର୍ଯ୍ୟ ସମ୍ପାଦନରେ କମ୍ପ୍ୟୁଟର ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଧିକରୁ ଅଧିକ...

ଏଯାବତ୍‌ ରାଜ୍ୟରେ କରୋନା ଆକ୍ରାନ୍ତ ନାହାନ୍ତି, ବନ୍ଦ ହେବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮ ଛୁଇଁଲାଣି। ରାଜ୍ୟରେ ୧୧୫ଜଣଙ୍କୁ...

ଜୁନ୍‌ ଗଲା,ଜୁଲାଇକୁ ଆଶା

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.) ଜୁନ୍‌ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି...

୧୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ଟି ଖଣି ନିଲାମ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୫ ଲୁହାପଥର, ୨ ମାଙ୍ଗାନିଜ୍‌ ଏବଂ ୩ଟି...

ପୁରୀରୁ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା

ପୁରୀ ଅଫିସ,୪ା୬: ପୁରୀ ଜିଲାରୁ ଗୁରୁବାର ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି।...

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୭ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି...

ସାର୍ଟିଫିକେଟ ଲାଗି ସ୍କୁଲରେ ତାଲା ପକାଇଲେ ଛାତ୍ରୀ

ବିଞ୍ଝାରପୁର,୧୧।୧୧(ଡି.ଏନ.ଏ.): ବିଦ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ଆସିଛି। ତେବେ ଲାଞ୍ଚ ନେଇ ମଧ୍ୟ ସାର୍ଟିଫିକେଟ ନ ଦେବାରୁ ଛାତ୍ରୀ ବୁଧବାର...

ସାତକୋଶିଆରେ ହେବ ଶମ୍ବର ପ୍ରଜନନ କେନ୍ଦ୍ର

ବନ୍ତଳା,୨୪ା୭-ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଖୁସି ଖବର। ଅନ୍ୟ ତୃଣଭୋଜୀ ଅପେକ୍ଷା ଶମ୍ବର ଶିକାର ବାଘର ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ଏକ ଶମ୍ବର ପ୍ରଜନନ...

Advertisement


Archives

Model This Week