ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୯୭ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୨୬୨୨ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୩୧ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ କୌଣସି ଜିଲାରେ ଏହି ସଂଖ୍ୟା ୫୦୦ ଟପି ନାହିଁ।
ଅନୁଗୋଳ ଜିଲାରୁ ୩୩୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮୬, ବରଗଡ ୧୨୨, ଭଦ୍ରକରୁ ୨୬୨, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୭୯, ଦେବଗଡ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡା ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬, କେନ୍ଦ୍ରାପଡା ୨୧୮, କେନ୍ଦୁଝରରୁ ୧୨୦, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୩୩୩, ନବରଙ୍ଗପୁରରୁ ୧୫୧, ନୟାଗଡ ୧୯୧, ନୂଆପଡା ୨୩, ପୁରୀରୁ ୩୨୪, ରାୟଗଡା ୧୦୮, ସମ୍ବଲପୁରରୁ ୧୩୧, ସୋନପୁରରୁ ୬୫ ଓ ସୁନ୍ଦରଗଡ ଜିଲାରୁ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି।
୬୦୧୯ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୫୬ ହଜାର ୬୪୧ ଜଣ ସୁସ୍ଥ ହୋଇସାରିଛନ୍ତି। ୭୧ ହଜାର ୩୧୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri