କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା

ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨.୪୬ ପ୍ରତିଶତ ଛୁଇଁଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୩ରେ ପହଞ୍ଚିଛି। ସେଥିମଧ୍ୟରୁ ୯୪ ହଜାର ୫୦୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ୯ ଲକ୍ଷ ୫୬ ହଜାର ୪୦୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ୪୯ ଲକ୍ଷ ୪୧ ହଜାର ୬୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୮୮ ହଜାର ୬୦୦ ଜଣ ନୂଆକରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ହଜାରେ ୧୨୪ ଜଣଙ୍କ ମୃତ୍ୟୁ ଘଟିଛି। ଅଗଷ୍ଟ ୭ରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିଲା। ଏହା ୨୩ ଅଗଷ୍ଟରେ ୩୦ ଲକ୍ଷ, ୫ ସେପ୍ଟେମ୍ବରରେ ୪୦ ଲକ୍ଷ ଏବଂ ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ ଟପିଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌-ଇନ୍‌ରେ ରହିବା ଅପବିତ୍ର

ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍‌-ଇନ୍‌ ରିଲେସନଶିପ୍‌କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା...

ଅଟୋ ଶିଳ୍ପରେ ଚାକିରି ହରାଇଛନ୍ତି ୩.୪୫ ଲକ୍ଷ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାଦ୍ୱାରା ଦେଶର ଅଟୋମୋବାଇଲ ଶିଳ୍ପରେ ୩.୪୫ ଲକ୍ଷ ନିଯୁକ୍ତି ହରାଇଛନ୍ତି।...

କଶ୍ମୀରର ୧୦୦ ଜଣିଆ ପ୍ରତିନିଧିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୩।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କଶ୍ମୀରର ୧୦୦ ଜଣିଆ ଏକ ପ୍ରତିନିଧି ଦଳଙ୍କୁ ନିଜ କାର୍ଯ୍ୟାଳୟରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ କଶ୍ମୀରର...

ମନ୍ତ୍ରୀ ନ ଆସିବାରୁ କୃଷକଙ୍କ ବୈଠକ ବର୍ଜନ

ନୂଆଦିଲ୍ଲୀ, ୧୫ା୧୦: ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବରେ କୃଷକଙ୍କ ବିରୋଧ ଜାରି ରହିଛି। ଏହାର ସମାଧାନ ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ଭୁବନେଶ୍ୱରରୁ ଆଜି ପୁଣି ୧୧ ପଜିିଟିଭ୍‌ ଚିହ୍ନଟ: ୧୯ ସୁସ୍ଥ

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟିକା

ନୂଆଦିଲ୍ଲୀ,୧।୫: ରୁଷରେ ପ୍ରସ୍ତୁତ ସ୍ପୁଟନିକ-ଭି କରୋନା ଟିକା ଶନିବାର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା...

ରାଜ୍ୟରେ ସୁସ୍ଥ ହେଲେ ୩୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଫେବୃୟାରୀ ୩ ରୁ ଖୋଲିବ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ

କୋଲକାତା,୩୧।୧: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରାଜ୍ୟରେ ଫେବୃୟାରୀ ୩ ରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏ ନେଇ ସୋମବାର...

Advertisement
Archives

Model This Week