ସାଧାରଣତଃ କୁକୁର ମାଂସାସୀ ପ୍ରାଣୀ, ମାଂସ ଓ ମାଛରେ ତାହାର ଲୋଭ ଥାଏ। ସେଥିଲାଗି ସେମାନଙ୍କୁ ମାଂସ ମାଛଠାରୁ ଦୂରେଇ ରଖାଯାଏ। ଘରର ସୌନ୍ଦର୍ଯ୍ୟ ପାଇଁ ମାଛ ରଖାଗଲେ ମଧ୍ୟ ସେମାନେ କାଳେ ତାହାକୁ ମାରିଦେବେ କିମ୍ବା ଖାଇଦେବେ ସେ ନେଇ ମାଲିକଙ୍କ ଦୃଷ୍ଟି ରହିଥାଏ। ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମ୍ପୂର୍ଣ୍ଣ ଅଲଗା। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏଠି କୁକୁର ମାଛ ଖାଉନି ବଂର ମାଛକୁ ବଞ୍ଚାଇବା ପାଇଁ ଧାଇଁ ଯାଉଛି ପାଣିପାଖକୁ। ବାସ୍ତବରେ ଖାଲିପାତ୍ରରେ ପଡ଼ିଥିବା ମାଛକୁ କୁକୁର ଦେଖି କାମୁଡ଼ି କାମୁଡ଼ି ନେଇ ପାଣିରେ ପକାଉଛି। ପରେ ସେ ଦେଖୁଛି ମାଛ ବଞ୍ଚୁଛି କି ନାହିଁ। ଏହି ସୁନ୍ଦର ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Doggo sees fish is still kicking, so he let's it go pic.twitter.com/iYxFJEOjSn
— Back To Nature (@backt0nature) September 26, 2020