Posted inଫୁରସତ

ବିବାହର ୩ ଦିନ ପୂର୍ବରୁ କନ୍ୟାଙ୍କୁ ହେଲା କରୋନା, ଏମିତି ଉପାୟରେ ବିବାହ କଲେ ଏହି ଯୋଡ଼ି

ବିବାହର ମାତ୍ର ୩ ଦିନ ପୂର୍ବରୁ ଜଣେ କନ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବି ବିବାହ ପାଇଁ ନିଷ୍ପତ୍ତି ନେଲେ। ଏବେ ଆପଣ ଭାବୁଥିବେ ଏ ବାହାଘର କେମିତି ସମ୍ଭବ। ମାତ୍ର ବିବାହ ପାଇଁ ଏହି ଦୁଇଜଣ ଏମିତି କିଛି କରିଥିଲେ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କାଲିଫର୍ଣ୍ଣିଆରେ ରହୁଥିବା ପ୍ୟାଟ୍ରିକ୍‌ ଡେଲଗାଡୋ ଏବଂ ଲରିନ୍‌ ଜିମେନେଜ ବିବାହ ପାଇଁ ସବୁକିଛି ବନ୍ଦୋବସ୍ତ କରି ସାରିଥିଲେ। ମାତ୍ର ଏହାର ଠିକ୍‌ ୩ ଦିନ ପୂର୍ବରୁ କନ୍ୟା ଲରିନ୍‌ କରୋନାରେ ଆକ୍ରାନ୍ତ ହେଲେ। ଏହା ପରେ ଜେସିକା ଜ୍ୟାକ୍‌ସନ ନାମକ ଜଣେ ଫଟୋଗ୍ରାଫର ଏମାନଙ୍କର ଏମିତି ଫଟୋ ଏବଂ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଫଟୋରେ ସେ କ୍ୟାପଶନ ଲେଖିଛନ୍ତି, ବିବାହର କିଛିଦିନ ପୂର୍ବରୁ ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ଆପଣ କ’ଣ କରିବେ? ଯଦି ଆପଣଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯାଏ ତେବେ ଆପଣଙ୍କ ମନର ଅବସ୍ଥା କ’ଣ ହେବ? ଆପଣଙ୍କୁ ଏ ଚିନ୍ତା ନିଶ୍ଚିତ ଆସିବ କେବେ ପୁଣି ବିବାହ କରିବେ। ତେବେ ଏମିତି ଆଶଙ୍କା ମଧ୍ୟରେ ଏହି ଯୋଡ଼ିଙ୍କ ମନକୁ ଏକ ଆଇଡିଆ ଆସିଥିଲା। ଜାଣନ୍ତୁ କେମିତି ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଯୋଡ଼ି…


ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, କନ୍ୟା ଏକ ଝରକା ଉପରେ ବସିଛନ୍ତି ଏବଂ ବର ତଳେ ଠିଆ ହୋଇଛନ୍ତି। ଦୁଇଜଣ ଏକ ଦଉଡ଼ି ସାହାଯ୍ୟରେ ବନ୍ଧା ହୋଇଛନ୍ତି। ପୋଷ୍ଟରେ ଜେସିକା କ୍ୟାପଶନ ଲେଖିଛନ୍ତି, କେମିତି କଠିନ ପରିସ୍ଥିତି ମଧ୍ୟରେ ଏହି ଯୋଡ଼ିଙ୍କ ବିବାହ ହେଉଛି ଦେଖ। ମୁଁ ତୁମ ଦୁହିଁଙ୍କୁ ଖୁବ୍‌ ଭଲ ପାଏ। ପ୍ରତି ସ୍ଥିତିକୁ ସର୍ବଶ୍ରେଷ୍ଠ କରିବା ପାଇଁ ଚେଷ୍ଟା କରିଛି। ତୁମମାନଙ୍କର ଦୃଷ୍ଟିକୋଣ ମୋତେ ପ୍ରେରଣା ଦେଇଛି। ଯେଉଁଥିପାଇଁ ଏହି ବହି ବିବାହ ସମ୍ଭବ ହୋଇପାରିଛି। ସୋସିଆଲ ମିଡିଆରେ ଏହି ଚର୍ଚ୍ଚିତ ବିବାହକୁ ବେଶ୍‌ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?