କରୋନା ପରିଚାଳନା ତ୍ରୁଟି ଲୋକଙ୍କ ଆଗରେ ରଖିବ ଯୁବ କଂଗ୍ରେସ

ଭୁବନେଶ୍ୱର, ୧।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତ୍ରୁଟିଗତ ପରିଚାଳନା, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଇତ୍ୟାଦିର ଅହେତକୁ ଦରଦାମ ବୃଦ୍ଧି ପ୍ରସଙ୍ଗ ଲୋକଲୋଚନକୁ ଆଣିବାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରୟାସ କରୁଛି। ଯୁବ କଂଗ୍ରେସ ପକ୍ଷରୁ ବୁଧବାର ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ୱେବିନାରରେ ରାଜ୍ୟ ପଦାଧିକାରୀ, ସବୁ ଜିଲାର ସଭାପତି ଓ ବିଭିନ୍ନ ବ୍ଲକରୁ ଯୁବ କଂଗ୍ରେସ ନେତାମାନେ ଯୋଗଦେଇଛନ୍ତି। କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନାରେ ତ୍ରୁଟି ଯଥା ୨ୟ ଲହରରେ ମେଡିକାଲରେ ବେଡ ସମସ୍ୟା, ଅକ୍ସିଜେନର ଓ ଭେଣ୍ଟିଲେଟର ଅଭାବ ପରିଲିକ୍ଷିତ ହୋଇଥିଲା। ଫଳରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। କିନ୍ତୁ ଏହିସବୁ ସମସ୍ୟା ନ ଥିଲେ ସେମାନଙ୍କୁ ବଞ୍ଚାଯାଇ ପାରିଥାଆନ୍ତା ବୋଲି ସ୍ମୃତି କହିଛନ୍ତି। କରୋନା ପରିଚାଳନାରେ ତ୍ରୁଟିକୁ ଲୋକଙ୍କ ଆଗରେ ରଖିବ ଯୁବ କଂଗ୍ରେସ ରଖିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ୨ୟ ଲହର ପାଇଁ ପ୍ରସ୍ତୁତ ହୋଇ ନ ଥିଲେ। ଆଗରୁ ବାରମ୍ବାର ରାହୁଲ ଗାନ୍ଧୀ ୨ୟ ଲହରର ପୂର୍ବାନୁମାନ କରି ସତର୍କ କରାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି। ଆଗକୁ କରୋନାର ୩ୟ ଲହର ଆସିବାର ପୂର୍ବାନୁମାନ କରାଯାଉଥିବା ବେଳେ ସେଥିପାଇଁ ରାଜ୍ୟର ସବୁ ଜିଲା ଏବଂ ବ୍ଲକର ଯୁବ କଂଗ୍ରେସ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ସ୍ମୃତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri