କରୋନା ଛଡ଼ାଇ ନେଉଛି କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ,ର,୭।୫: କେନ୍ଦ୍ରାପଡ଼ା ଜିଲାକୁ କରୋନା ସଂକ୍ରମଣ ବେକାବୁ କରୁଛି। ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରବାସୀ ଘରକୁ ଫେରୁଛନ୍ତି। ରୋଜଗାର ନ ଥିବାରୁ ଜିଲାବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ପ୍ରାୟ ୧୬ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଜିଲାରେ କର୍ମନିଯୁକ୍ତି ଆଶାନୁରୂପକ ମିଳୁନାହିଁ। ଜିଲାରେ ଶିଳ୍ପ, ବନ୍ଦର, ଖଣି, ଖାଦାନ ନାହିଁ। କୃଷି ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ରୋଜଗାର ପାଇଁ କୃଷି ଓ କ୍ଷୁଦ୍ରଶିଳ୍ପ ବିକଳ୍ପ ଅଛି। ତେବେ ଯୁବ ଉଦ୍ୟୋଗୀଙ୍କୁ ସିଙ୍ଗଲ ୱିଣ୍ଡୋରେ ପ୍ରକଳ୍ପ ମଞ୍ଜୁରୀ ସହ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରାଗଲେ ଏହି ସମସ୍ୟାର ବହୁମାତ୍ରାରେ ସମାଧାନ ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଏ ସମ୍ପର୍କରେ ବୁଦ୍ଧିଜୀବୀ କଳ୍ପତରୁ ସାମନ୍ତରାୟ, ଉପେନ୍ଦ୍ର ସାମଲ, କରୁଣାକର କର, ସାମାଜିକ କର୍ମୀ ମନୋଜ କୁମାର ନାୟକ, ସାଗର ଜେନା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ଚାଷ ଏକ ବିକଳ୍ପ। ରାଜ୍ୟର ଦ୍ୱିତୀୟ ବୃହତ୍ତମ ନଦୀ, ନାଳ ଜଳପଥ ଜିଲାରେ ଅଛି। ଏଥିସହ କୃଷି ପାଇଁ ମୌସୁମୀ ବର୍ଷା ପର୍ଯ୍ୟାପ୍ତ ହେଉଛି। ହରଡ଼, ଆଖୁ, ବାଦାମ, ପାମୋଲିନ, ସୂର୍ଯ୍ୟମୁଖୀ, ସୋରିଷ ଆଦି ଅର୍ଥକରୀ ଫସଲ ପାଇଁ ଚାଷଜମି ଥିଲେ ମଧ୍ୟ ଜଳ ପରିଚାଳନା ଏକ ସମସ୍ୟା ହୋଇଛି। ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ ହୋଇଛି। ମାଛଚାଷ ପାଇଁ ଜିଲାର ଜଳବାୟୁ ଅଧିକ ଉପଯୋଗୀ। ସେହିପରି ଆଳୁ, ଟମାଟୋ ଏଠାରେ ଚାଷ ହେଉଥିଲେ ମଧ୍ୟ ଚାଷୀ ଲାଭବାନ୍‌ ହୋଇ ପାରୁନାହାନ୍ତି। ଶୀତଳଭଣ୍ଡାର ନିର୍ମାଣ ସହ ଟମାଟୋ ସସ୍‌, ଆଳୁ ଚିପ୍‌ସ କାରଖାନା ପାଇଁ ପ୍ରୋତ୍ସାହିତ କରାଗଲେ ଯୁବ ଶିଳ୍ପୋଦ୍ୟୋଗୀ ପ୍ରକଳ୍ପ ପାଇଁ ଆଗେଇ ଆସିବେ। ଏହାବ୍ୟତୀତ ଚାଉଳ ଓ ଅଟାକଳ, ମସଲା ଗୁଣ୍ଡ ତିଆରି, ପିଇବା ପାଣି ପ୍ୟାକେଟିଂ, ଫିନାଇଲ ଓ ଧୂପ ନିର୍ମାଣ, ଝୋଟ ବ୍ୟାଗ, ପେପର କପ ପ୍ଲେଟ, ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ଦ୍ୱାରା ଯୁବବର୍ଗଙ୍କ ନିଯୁକ୍ତି ସମସ୍ୟାର ସମାଧାନ ହେବ। ଜାତୀୟ ଉଦ୍ୟାନ ଭିତରକନିକା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଭାବେ ବିଶ୍ୱରେ ସୁଖ୍ୟାତି ଅର୍ଜନ କରିଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ଜିଲାର କାଇଁଛ, କାଠ, ନାଳିଆ ପତ୍ର, ଟେରାକୋଟା ଆଦି ସାମଗ୍ରୀର କୁଟୀର ଶିଳ୍ପରେ ଉନ୍ନତି ଆସିବ। ଏସବୁ ପାଇଁ ଜନସଚେତନତା ଆବଶ୍ୟକ। ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋରେ ପ୍ରକଳ୍ପ ଅର୍ଥର ଋଣ ମଞ୍ଜୁରୀ ଦରକାର। ବିଦ୍ୟୁତ୍‌ ସମସ୍ୟାର ସମାଧାନ ସହ କୃଷି ଓ କ୍ଷୁଦ୍ରଶିଳ୍ପ ପାଇଁ ତାଲିମ ବ୍ୟବସ୍ଥା ହେଲେ ଜିଲାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା କମିବ। ରାଜନେତା ଓ ପ୍ରଶାସକ ଏଥିପ୍ରତି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ଜିଲାରେ ମାତ୍ର ୧୬୮ କ୍ଷୁଦ୍ର ଶିଳ୍ପ ଅଛି। କୁଟୀର ଶିଳ୍ପ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ଶିଳ୍ପୋଦ୍ୟୋଗୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପରେ ରିହାତି ଯୋଜନା ଅଛି। ଏହାର ସୁଯୋଗ ସେମାନେ ନେବା ଅବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?