୨ ବର୍ଷ ପରେ ଉତ୍ତର କୋରିଆରେ କରୋନା, ଲକ୍‌ଡାଉନ୍‌ ଘୋଷଣା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ, ୧୨।୫ : କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପରେ ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଗୁରୁବାର ଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

କିମ ଏହାକୁ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କିମ୍‌ କରୋନା କଟକଣାକୁ ସର୍ବାଧିକସ୍ତରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ପ୍ରଥମ କରୋନା ସଂକ୍ରମିତ ହୋଇଥିବାରୁ ଦେଶରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି କହିଛି ଯେ ଗୁରୁବାର ଦିନ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ କିଛି ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତି କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରଖା ଯାଇଛି।

ଦେଶରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି। ଏହା ସହିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକଡାଉନ ଲାଗୁ କରାଯାଇଛି।
ନ୍ୟୁଜ୍‌ ଏଜେନ୍ସି କହିଛି ଯେ କରୋନା ମାମଲା ସାମ୍ନାକୁ ଆସିବା ପରେ କିମ ଜୋଙ୍ଗ ଉନ ଶାସକ କୋରିଆ ୱାର୍କର୍ସ ପାର୍ଟି ପଲିଟବୁରୋର ଏକ ବୈଠକ ଡାକିଥିଲେ। ଯେଉଁଠାରେ ସଦସ୍ୟମାନେ ଏହାର ଆଣ୍ଟି-ଭାଇରସ ପଦକ୍ଷେପ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

ବୈଠକ ସମୟରେ କିମ ଜୋଙ୍ଗ ଉନ କରୋନା ସଂକ୍ରମଣକୁ ସ୍ଥିର କରିବା ଏବଂ ସଂକ୍ରମଣର ଉତ୍ସକୁ ଯଥାଶୀଘ୍ର ଦୂର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ ଆରମ୍ଭରେ, ଯେଉଁ ସମୟରେ ସମସ୍ତ ଦେଶ କରୋନା ବିରୋଧରେ ଲଢୁଥିଲେ। ସେତେବେଳେ ଉତ୍ତର କୋରିଆ ଶୂନ କୋଭିଡ ମାମଲା ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ନିଜ ଉପରେ ପ୍ରତିବନ୍ଧକ ଲଗାଇଲା, ଯାହା ପରେ ସେଠାରେ ଖାଦ୍ୟ ସାମଗ୍ରୀର ଅଭାବ ସୃଷ୍ଟି ହୋଇଥିଲା। ଜାନୁଆରୀ ୨୦୨୦ରେ, ଉତ୍ତର କୋରିଆ ପ୍ରାୟ ଦୁଇ ବର୍ଷ ଧରି ଚାଇନା ସମେତ ଅନ୍ୟ ଦେଶଗୁଡ଼ିକ ସହିତ ଏହାର ସମସ୍ତ ସୀମା ବନ୍ଦ କରିଦେଇଥିଲା।

ଗତ ବର୍ଷ ଏପ୍ରିଲରେ ଉତ୍ତର କୋରିଆ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ କହିଥିଲା ଯେ ୨୫,୯୮୬ ଲୋକଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ସଂକ୍ରମଣର ଗୋଟିଏ ବି ମାମଲା ମିଳିଲା ନାହିଁ। ତେବେ ଉତ୍ତର କୋରିଆର ଏହି ଦାବିକୁ ବିଶ୍ୱାସ କରିବା କଷ୍ଟକର ଥିଲା। ବିଶେଷଜ୍ଞମାନେ କହିଥିଲେ ଯେ କଠୋର ନୀତି ଯୋଗୁ ଉତ୍ତର କୋରିଆରୁ ସଠିକ ସୂଚନା ପାଇବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?