Posted inଜାତୀୟ

କରୋନା ପ୍ରଭାବ: ଅଗଷ୍ଟ ୧୫ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବେ ଅଧିକାରୀ

ନୂଆଦିଲ୍ଲୀ,୨୯।୭: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ଅଗଷ୍ଟ ୧୫କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ସ୍ବାଧୀନତା ଦିବସ କିଭଳି ସୁରୁଖୁରରେ ପାଳିତ ହେବ ଏବଂ ଲୋକେ ସଂକ୍ରମିତ ନ ହେବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯିବା ସହ ସତର୍କତା ଅବଲମ୍ବନ କରାଯାଇଛି। ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଭାରତୀୟ ସେନା, ବାୟୁସେନା, ନୌସେନା ଓ ଦିଲ୍ଲୀ ପୋଲିସର ଯେଉଁ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କୁ ଅଗଷ୍ଟ୧୫ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଅଧିକାରୀଙ୍କ ଡ୍ରାଇଭର, ଅପରେଟର, ରୋଷେୟା, ବସ୍‌ ଡ୍ରାଇଭର ଓ ଟ୍ରେନର ସମେତ ସେମାନଙ୍କ ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଅଗଷ୍ଟ ୧୫ଯାଏ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ସୂଚନା ରହିଛି। କ୍ୱାରାଣ୍ଟାଇନ୍‌ ସମୟରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀ ଓ ତାଙ୍କର କର୍ମଚାରୀ କେବଳ ରିର୍ହସଲ୍‌ ଓ ପ୍ରସ୍ତୁତିରେ ଅଂଶଗ୍ରହଣ କରିବେ। ଏହାପରେ ସିଧା ଘରକୁ ଯିବେ। କାରଣ ରେଡ୍‌ କାର୍ପେଟରେ ଗାର୍ଡ ଅଫ୍‌ ଅନର ସମୟରେ ପ୍ରଧାନମନ୍ତ୍ରୀ ନିଜେ କମାଣ୍ଡର ଓ ଯବାନଙ୍କ ମେଳରେ ରହିଥାନ୍ତି। ତେଣୁ ସଂକ୍ରମିତକୁ ଦୃଷ୍ଟିରେ ରଖାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ଅଗଷ୍ଟ ୧୫ ଯାଏଁ ସମସ୍ତ ସରକାରୀ ଗାଡ଼ିଗୁଡ଼ିକୁ ପ୍ରତିଦିନ ସାନିଟାଇଜ୍‌ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ସହ ବିଲାୱଲ ଭୁଟ୍ଟୋଙ୍କ କୁଶ ପୁତ୍ତଳିକା କରାଯିବ ଦାହ

ନୂଆଦିଲ୍ଲୀ,୧୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପକ୍ଷରୁ ଦିଆଯାଇଥିବା ଅପମାନଜନକ ଟିପ୍ପଣୀ ବିରୋଧରେ, ଶନିବାର ଅର୍ଥାତ୍...

ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଗିରଫ

ପୁଣେ,୨୦।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତାଙ୍କୁ ଫୋନରେ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ଘଟଣା: ସୁପ୍ରିମକୋର୍ଟ ଯିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀଙ୍କୁ ମୁକ୍ତ କରାଯିବା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବ। ଖୁବ ଶୀଘ୍ର କଂଗ୍ରେସ ଦ୍ୱାରା ଏକ...

ଭାଜପାକୁ ୨୦୨୪ରେ ପରାଜୟର ଭୟ, ଏଥିଲାଗି ବାରମ୍ବାର ବିାହାର ଗସ୍ତରେ ଆସୁଛନ୍ତି ଶାହା: ତେଜସ୍ବୀ

ପୂର୍ଣ୍ଣିଆ,୨୫।୨: ବିହାର ରାଜନୀତି ଲାଗି ଶନିବାର ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାରରେ ଦୁଇଟି...

‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’

ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...

ଏକ୍ସପ୍ରେସ୍‌ ଓ୍ବେ ୫ ଘଣ୍ଟା ପାଇଁ ବନ୍ଦ

ନୂଆଦିଲ୍ଲୀ,୬।୩: କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନ ଇତିମଧ୍ୟରେ ୧୦୦ ଦିନରେ ପହଞ୍ଚିଛି। ଏନେଇ ଦିଲ୍ଲୀ ଉପକଣ୍ଠରେ ମିଳିତ କୃଷକ...

ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପଦଯାତ୍ରା କଲେ ବିରୋଧୀ, ଲୋକଙ୍କ କଣ୍ଠରୋଧ କରୁଛନ୍ତି ସରକାର, କହିଲେ ରାହୁଲ…

ନୂଆଦିଲ୍ଲୀ,୧୨।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଶେଷ ହୋଇଛି। ବର୍ତ୍ତମାନ ବିରୋଧୀ ଦଳମାନେ ପାର୍ଲାମେଣ୍ଟ ବାହାରେ ସରକାରଙ୍କୁ ଘେରି ରହିବାକୁ କରିଛନ୍ତି। ଗୁରୁବାର ଦିନ ବିରୋଧୀ ଦଳ...

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅଭିଯୁକ୍ତଙ୍କ ମୁକ୍ତିକୁ କଂଗ୍ରେସ କହିଲା ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୧୯ ।୫: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭଲନ୍ ମୁକୁଳିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି...

Advertisement
Archives

Model This Week