ଥମୁଛି କରୋନା, ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩୦ ହଜାର ୬୧୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୧୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୮୨ ହଜାର ୯୮୮ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୪ ଲକ୍ଷ ତଳେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୩ ଲକ୍ଷ ୭୦ ହଜାର ୨୪୦ରେ ପହଞ୍ଚିିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୯ ହଜାର ୮୭୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୭ ଲକ୍ଷ ୨୩ ହଜାର ୫୫୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୧୮ ଲକ୍ଷ ୪୩ ହଜାର ୪୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୧୧,୭୭୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୨,୮୩୧, କର୍ନାଟକରେ ୧,୪୦୫, ରାଜସ୍ଥାନରେ ୧,୩୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡୁରେ ୧,୩୨୫ ଏବଂ ମଧ୍ୟପ୍ରଦେଶରେ ୧,୨୨୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୩ କୋଟି ୯୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୪ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ତେବେ ଭିଡ଼ ଯୋଗୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିବାରୁ ଏନେଇ କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି...

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦...

‘କେତେକ ନିଷ୍ପତ୍ତି ଅନୁଚିତ ଲାଗୁଥିଲେ ବି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ’

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ଅନ୍ଦୋଳନ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ୪ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ...

ମୋ ‘ରିମୋଟ କଣ୍ଟ୍ରୋଲ’ ଆଉ କାହା ପାଖରେ, ହେଲେ ନଡ୍ଡାଙ୍କର କ’ଣ? ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୧ ।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କହିଥିବା ‘ରିମୋଟ କଣ୍ଟ୍ରୋଲ’ ଟିପ୍ପଣିକୁ...

ଇସ୍ତଫା ଦେଲେ ପୂର୍ବତନ ମୂଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୬।୪: କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।...

ଜାତିସଂଘ ସହାୟତାକୁ ଭାରତର ନା

ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍‌ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍‌ ରୋଗୀ ଅକ୍ସିଜେନ୍‌, ଭାକ୍ସିନ ଓ ଜୀବନ...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌

ଭୋପାଳ,୧୫।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଆଜି କରେନାରେ ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ...

୩୦ ସେପ୍ଟେମ୍ବରରେ ବାବରୀ ମସଜିଦ୍‌ ଭଙ୍ଗା ରାୟ: ଆଡ଼ଓ୍ବାଣୀ-ଯୋଶୀଙ୍କୁ ଉପସ୍ଥିତ ରହିବାକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୯: ବାବରୀ ମସଜିଦ୍‌ ଭଙ୍ଗା ମାମଲାର ରାୟ ସେପ୍ଟେମ୍ବର ୩୦ରେ ଆସିବ। ଏନେଇ ଲକ୍ଷ୍ନୌସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ପକ୍ଷରୁ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ...

Advertisement
Archives

Model This Week