ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ଜଣେ କରୋନା ଆକ୍ରାନ୍ତ ତାଙ୍କ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିଛନ୍ତି। ଏହାଯୋଗୁ ହସ୍ପିଟାଲରେ ହେଉଥିବା ଅବହେଳା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଶିବଦାସ ବନ୍ଦୋପାଧ୍ୟାୟ ନାମକ ୭୫ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ପକ୍ଷରୁ କିଛି ଦିନ ତଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପରିବାର ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇ ଦିଆଯାଇଥିଲା। କରୋନା ପ୍ରୋଟୋକଲ ଅନୁସାରେ ମୃତକଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ରଖାଯାଇଥିଲା। ପରିବାର ସଦସ୍ୟଙ୍କୁ ମୃତକଙ୍କ ମୁହଁ ଦେଖିବାର ସୁଯୋଗ ମଧ୍ୟ ଦିଆଯାଇ ନ ଥିଲା। ମୃତକଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମାତ୍ର ୧୦ ଦିନ ପରେ ଶିବଦାସ ଘରେ ପହଞ୍ଚିଥିବା ତାଙ୍କ ପୁତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ବର୍ଷ ଜେଲ୍‌ ଦଣ୍ଡ: ମୋଦି ସରକାର ଆଣିଲେ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ...

ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍‌

ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍‌ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ...

ମୁକାବିଲା ଲାଗି ୧୫,୦୦୦ କୋଟିର ଜରୁରୀ ପାଣ୍ଠି

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫,୦୦୦ କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଶତ ପ୍ରତିଶତ କେନ୍ଦ୍ରୀୟ...

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ...

କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ

ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ...

୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ନେଇଛି ପ୍ରଦୂଷଣ

ନୂଆଦିଲ୍ଲୀ,୨୩।୧୨: ପ୍ରଦୂଷଣ ଯୋଗୁ ଭାରତରେ ୨୦୧୯ରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୧୮...

ଏମିତି ମନ୍ଦିର, ଯେଉଁଠି ମକର ସଂକ୍ରାନ୍ତିରେ ପଡ଼େ ସୂର୍ଯ୍ୟଙ୍କ ପ୍ରଥମ କିରଣ

ସମଗ୍ର ଦେଶରେ ଗୁରୁବାର ମକର ସଂକ୍ରାନ୍ତି ଧୂମଧାମରେ ପାଳନ କରାଯାଉଛି। ଭାରତରେ ଏମିତି ଏକ ରାଜ୍ୟ ଅଛି, ଯେଉଁଠି ଥିବା ମନ୍ଦିରରେ ମକର ସଂକ୍ରାନ୍ତ ଦିନ...

କଏଦୀ ପିତାଙ୍କ ସହ ଜେଲରେ ରହୁଥିଲେ ଶିଶୁ: ଜିଲାପାଳ ବଦଳାଇଦେଲେ ଜୀବନ

ରାୟପୁର, ୨୦।୬: ଛତିଶଗଡର ବିଳାଶପୁରରେ ଜଣେ ୬ ବର୍ଷର ଝିଅ ଜୀବନ ବଦଳାଇ ଦେଇଛନ୍ତି ଜିଲାପାଳ। ଝିଅଟିର ଜନ୍ମ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା।...

Advertisement
Archives

Model This Week