୧୫ ଘଣ୍ଟାର ପଚରା ଉଚରା ପରେ ଭାରତୀଙ୍କ ସ୍ୱାମୀ ଗିରଫ, ଏବେ ହେବ ମେଡିକାଲ ଟେଷ୍ଟ

ମୁମ୍ବାଇ,୨୨ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରବିବାର କମେଡିଆନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରିବା ପୂର୍ବରୁ ଯାଞ୍ଚ ଏଜେନ୍ସି ପାଖାପାଖି ୧୫ ଘଣ୍ଟା ପଚରା ଉଚରା କରିଛି । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଏହାପୂର୍ବରୁ ଶନିବାର ଏନ୍‌ସିବି ଭାରତୀ ସିଂଙ୍କ ପ୍ରଡକଶନ ଅଫିସ ଓ ଘରେ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୮୬.୫ ଗ୍ରାମ ଗଞ୍ଜେଇ ମଧ୍ୟ ଭାରତୀଙ୍କ ଘରୁ ଜବତ କରାଯାଇଥିଲା । ଏହି ଆଧାରରେ ଭାରତୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଇଥିଲା । ଜେରା ସମୟରେ ଉଭୟ ଗଞ୍ଜେଇ ସେବନ କରିବା କଥା ମାନିଥିଲେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲା ସହ ଯୋଡି ହୋଇ ଯାଇଥିଲା ଡ୍ରଗ୍ସ ମାମାଲା । ଆଉ ଡ୍ରଗ୍ସ ମାମଲାରେ ବଲିଉଡ୍‌ର କେତେଜଣ ବଡ ବଡ ବ୍ୟକ୍ତିଙ୍କର ନାଁ ଆସିଥିବା ବେଳେ ଏବେ ଏଥିରେ ସାମିଲ ହୋଇଯାଇଛନ୍ତି କମେଡିଆନ୍ ଭାରତି ସିଂ ଓ ତାଙ୍କ ସ୍ୱାମୀ ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୨ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,୧ ।୨: କୃଷକ ଆନ୍ଦୋଳନକୁ ନେଇ ରାଜଧାନୀ ଦିଲ୍ଲୀ ଏବେ ଏକ ପ୍ରକାର ଅଶାନ୍ତ ହୋଇପଡିଛି କହିଲେ ଚଳେ । ୨୬ ଜାନୁୟାରୀ ପରଠାରୁ ଏଠାରେ...

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ ପରେ ହଲିଉଡ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କୋଟି...

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର...

କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ...

ଥରୁରଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୯ ।୨: ଦେଶରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ଏଜେଣ୍ଟଙ୍କ ଟୁଇଟକୁ ରି ଟୁଇଟ କରି ଏବେ ଅଡୁଆରେ ଫସି ଯାଇଛନ୍ତି କଂଗ୍ରେସର ବରିଷ୍ଠ...

ଭୁଲ ସ୍ବୀକାର କଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ...

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୨: ନିଟ୍‌ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌ ପିଜି...

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

Advertisement
Archives

Model This Week