କରୋନା କଲା ରେକର୍ଡ: ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୁରୁବାର କରୋନା ସଂକ୍ରମଣ ଏହାର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୫ ହଜାର ୭୩୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ହଜାରେ ୧୭୨ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୪ ଛୁଇଁଛିି। ସେହିପରି ମୃତକଙ୍କ ସଂଖ୍ୟା ୭୫ହଜାର ୬୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୩୪ ଲକ୍ଷ ୭୧ ହଜାର ୭୮୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୧୯ ହଜାର ୧୮ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେପ୍ଟେମ୍ବର ୯ ସୁଦ୍ଧା ଦେଶରେ ୫ କୋଟି ୨୯ ଲକ୍ଷ ୩୪ ହଜାର ୪୩୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ୧୧ ଲକ୍ଷ ୨୯ ହଜାର ୭୫୬ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏହାପଛକୁ ଆନ୍ଧ୍ରପ୍ରଦେଶ ରହିଛି। ମହାରାଷ୍ଟ୍ରରେ ୯ ଲକ୍ଷ ୬୭ ହଜାର ୩୪୯ ଆକ୍ରାନ୍ତ ରହିଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୨୩ ହଜାର ୮୧୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୫୧୨ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଯାଉ’

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା...

୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର...

ଜେଲରେ ମିଳିଥିଲା ଅଫର, ଗ୍ରହଣ କରିଥିଲେ ଅଢ଼େଇ ବର୍ଷ ପୂର୍ବରୁ ଉଦ୍ଧବ ସରକାରଙ୍କ ପତନ ଘଟିଥାନ୍ତା: ଅନିଲ ଦେଶମୁଖ…

ନୂଆଦିଲ୍ଲୀ,୧୩।୨ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜାମିନରେ ୧୫ ମାସ ପରେ ଜେଲରୁ ମୁକୁଳିବା...

CORONAVIRUS UPDATE: ବରଗଡ଼କୁ ଛୁଇଁଲା କରୋନା, ସୁବାସ ନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ

ବରଗଡ଼ ଅଫିସ୍,୨୪।୫- ବରଗଡ଼ ଜିଲାକୁ କରୋନା(କୋଭିଡ୍-୧୯) ଭୂତାଣୁ ପ୍ରବେଶ କରିଛି । ବରଗଡ଼ ସହରସ୍ଥିତ ୱାର୍ଡ଼ ନଂ -୧୪ ସୁବାସ ନଗରର ଜଣେ ବାସିନ୍ଦା ଏଥିରେ...

କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର...

୨ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଚଲାଇଲେ

ଜୟପୁର, ୨୩ା୧୦(ପି.ଟି.) : ମୁହଁରେ କଳା ବୋଳିଲେ। ଜୋତାମାଳ ପିନ୍ଧାଇ ବିଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ବୁଲାଇଲେ। କୌଣସି ଅନ୍ୟ ଦଳର ନେତାଙ୍କୁ ନୁହେଁ ବରଂ ବିଏସ୍‌ପି...

ଛତିଶଗଡ଼ରେ ଆଜିଠୁ ବେରୋଜଗାରି ଭତ୍ତା

ନୂଆଦିଲ୍ଲୀ,୧।୪: ଛତିଶଗଡ଼ ସରକାର ଏପ୍ରିଲ ୧ରୁ ରାଜ୍ୟରେ ବେରୋଜଗାରି ଭତ୍ତା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଛତିଶଗଡ଼ର ବେକାର ଯୁବତୀଯୁବକମାନଙ୍କୁ ରାଜ୍ୟ ସରକାର...

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬...

Advertisement
Archives

Model This Week