Posted inଜାତୀୟ

ରାଜଧାନୀରୁ ବିଦାୟ ନେବାକୁ ଯାଉଛି କରୋନା

ନୂଆଦିଲ୍ଲୀ,୨୧।୭: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ଏହା ବିଦାୟ ନେବାକୁ ଯାଉଥିବା କୁହାଯାଉଛି। ଜୁନ୍‌ରେ ଏଠାରେ ପିଜିଟିଭଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ସେତେବେଳେ ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତ ଥିଲା। ଏବେ ଏହା କେବଳ ୭ ପ୍ରତିଶତ ରହିଥିବା କୁହାଯାଇଛି। ଦିଲ୍ଲୀରେ କରୋନା ଟେଷ୍ଟକୁ ବଢାଇ ଦେବା ପରେ ଗୋଟିଏ ଦିନରେ ପାଖାପାଖି ୪ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା। ହେଲେ ଏବେ ପ୍ରାୟ ୪୯ ଦିନ ପରେ ଏଠାରେ ମାତ୍ର ୯୫୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାର ଅତିକ୍ରମ କରିଥିଲେ ବି ଏବେ କେବଳ ୧୫ ହଜାର ରୋଗୀଙ୍କର ଚିକିତ୍ସା ଚାଲିଛି। ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରଥମଥର ଲାଗି କେବଳ ଦିଲ୍ଲୀରେ ପଜିଟିଭଙ୍କ ସଂଖ୍ୟା କମ୍‌ ହୋଇଛି ବୋଲି କୁହାଯାଉଛି। ଦେଶ ମଧ୍ୟରେ କେବଳ ଦିଲ୍ଲୀରେ ହିଁ ପ୍ରତିଦିନ ସବୁଠାରୁ ଅଧିକ କରୋନା ଟେଷ୍ଟ କରାଉଥିବା ଦାବି କରାଯାଉଛି। ଏଠାରେ ଏବେ ପାଖାପାଖି ୭୭ ପ୍ରତିଶତ ବେଡ୍‌ ଖାଲି ପଡିଛି। ଅଧିକାଂଶ ଲୋକେ ଘରେ ରହି ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି…

ଝାନ୍‌ସୀଙ୍କ କମାଲ: ଜିଲା ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୦ା୬ (ଉତ୍ତମ କୁମାର ଦାଶ):ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଗତ ୧୫ରୁ ୧୭ ତାରିଖ ଯାଏ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬…

୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri