Posted inଫୁରସତ

୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…

ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ ଲିପ୍ଟରୁ ବାହାରିବା ପରେ ସେମାନଙ୍କ ବଞ୍ଚିବାର ପଦ୍ଧତିର ଖୁଲାସା କରିଥିଲେ। ଏହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଚାଇନାରେ ରହୁଥିବା ୮୨ ବର୍ଷୀୟା ମହିଳା ଏବଂ ତାଙ୍କ ୬୪ ବର୍ଷୀୟା ଝିଅ ସହ ନିଜ ଆପାର୍ଟମେଣ୍ଟରୁ ଲିପ୍ଟରେ ତଳକୁ ଆସୁଥିଲେ। ମାତ୍ର ହଠାତ୍‌ ଲିପ୍ଟ ବନ୍ଦ ହୋଇଗଲା। ଫଳରେ ସେମାନେ ସେଠାରେ ଫଶିଗଲେ। ସେମାନଙ୍କ ପାଖରେ କୌଣସି ମୋବାଇଲ ନ ଥିଲା, ଘରେ ମଧ୍ୟ ଆଉ କେହି ନ ଥିଲେ। ଫଳରେ ଉଭୟ କାହାକୁ ସମ୍ପର୍କ କରିପାରି ନ ଥିଲେ। ଘରୁ କେହି ନ ବାହାରିବାରୁ ପଡୋଶୀଙ୍କ ସନ୍ଦେହ ହେଲା। ଏଥିସହ ମା’ଝିଅ ଫୋନ୍‌ ନ ଉଠାଇବାରୁ ସେମାନଙ୍କ ସମ୍ପକୀୟ ପୋଲିସକୁ ଖବର ଦେଲେ। ଦୀର୍ଘ ୯୬ ଘଣ୍ଟା ପରେ ଅଗ୍ନିଶମ ବିଭାଗ ସେମାନଙ୍କ ଘରେ ପହଞ୍ଚି ଲିପ୍ଟ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏବେ ଉଭୟ ସୁସ୍ଥ ଅଛନ୍ତି। ଭୋକ ଉପାସରେ ଉଭୟ ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ। ମାତ୍ର ଯେତେବେଳେ ଶୋଷ ଲାଗୁଥିଲା ଉଭୟ ପରସ୍ପରର ପରିସ୍ରାକୁ ହାତରେ ଧରି ପିଉଥିଲେ। ୪ ଦିନ ପର୍ଯ୍ୟନ୍ତ ସେମାନେ ପରିସ୍ରା ପିଇ ଜୀବନ ବଞ୍ଚାଇଲେ। ଏଥିସହ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ଲିପ୍ଟ ମଝିରେ ଥିବା ଏକ ଛୋଟିଆ ଫାଙ୍କା ସ୍ଥାନରେ ମୁହଁ ରଖି ସେମାନେ ବସୁଥିବା ଝିଅ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ବର୍ଷର ରୋଗାଗ୍ରସ୍ତ ଶିଶୁର ସ୍ବପ୍ନ ପୂରଣ କଲା ପୋଲିସ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୟୁଏଇ ରାଜଧାନୀ ଅବୁଧାବୀର ଏକ ୪ ବର୍ଷର ରୋଗାଗ୍ରସ୍ତ ଶିଶୁର ସ୍ବପ୍ନ ଥିଲା...

ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର:ଦାମ୍‌ ଜାଣିଲେ…

କୋଭିଡ-୧୯ ମହାମାରୀ ଓ ଲକ୍‌ଡାଉନ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇଦେଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ବେରୋଜଗାର...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ।...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ଏଠି ହେଉଛି ପଥର ବର୍ଷା…

ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ। ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ...

ବିହାରରେ ହେଲା କୁକୁଡ଼ା ବର୍ଷା: କରୋନାକୁ ଭୟ ନ କରି ଲୋକେ ଘରକୁ ନେଲେ ବୋହି

ପାଟନା,୧୫।୩: ପୃଥିବୀସାରା ଏବେ କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କରୋନା ଯେତିକି ଆତଙ୍କ ନ ସୃଷ୍ଟି କରୁଛି, ତାହାଠାରୁ ଲୋକଙ୍କୁ ବେଶି ଭୟଭୀତ...

Advertisement


Archives

Model This Week

Why Dharitri