ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୧ ହଜାର ଟପିଲା…

ନୂଆଦିଲ୍ଲୀ,୧୮।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୧ ହଜାର ୫୦୦ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୫୦୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ସ୍ଥିତି ଜାରି ରହିଲେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ହଜାର ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

ବଦଳିବ ପୁରୁଣା ସରକାରୀ ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯୋଗାଇ ଦିଆଯିବ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ମୁମ୍ବାଇ,୧୦ା୫: ନୂଆଦିଲ୍ଲୀର ମହାରାଷ୍ଟ୍ର ସଦନରେ ବ୍ୟବହୃତ ପୁରୁଣା ସରକାରୀ ଗାଡ଼ି ବଦଳାଯିବା ସହ ନୂତନ ଗାଡ଼ି କିଣାକୁ ମହାରାଷ୍ଟ୍ର ସରକାର ଅନୁମୋଦନ କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ,…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା, ଧନବାଦରେ….

ନୂଆଦିଲ୍ଲୀ,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ଧନବାଦ ସହିତ ଏକ ସମ୍ପର୍କ ସାମ୍ନାକୁ ଆସିଛି । ହତ୍ୟାକାରୀମାନେ ଅପରାଧ…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

ରିଭଲଭର ଦେଖାଇ ଡକାୟତି: ଘର କବାଟ ବାଡ଼ାଇଲେ, ଖୋଲିବାରୁ ୩ ଆଇଫୋନ୍‌ ସହ…

ପଦ୍ମପୁର,୧୦ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକର ପଗଡ଼ ନଦେଇଦିହ ଗ୍ରାମର ଶନିବାର ରାତିରେ ରିଭଲବର ଦେଖାଇ ଡକାୟତି ହୋଇଛି। ସୂଚନାନୁଯାୟୀ ଶନିବାର ରୀତିରଞ୍ଜନ ସ୍ବାଇଁ ଘରେ ନ…

ଫୁଟିଲା ଅଫୁଟା ବାଣ,୨ ଭଉଣୀ ଗୁରୁତର

ତିହିଡ଼ି,୧୦ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ଫୁଟି ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି।…

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri