ଠିକ୍‌ କରୁନି ଠିକା ସଂସ୍ଥା

ଅନୁଗୋଳ ଅଫିସ, ୧୮।୪:  ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଉପରେ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନୂଆକରି ସଫେଇ ଠିକା ନେଇଥିବା ଏକ ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ସହର ପରିବେଶ ଅପରିଷ୍କାର ହୋଇପଡ଼ୁଛି। ସହରର ବହୁ ଲୋକ ଓ କେତେଜଣ ବ୍ୟବସାୟୀ ଏଣେତେଣେ ଅଳିଆ ପକାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଆବର୍ଜନାମାନ ଗଦା ହୋଇ ରହୁଛି। ଶନିବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ଏପରି ଦୂଷିତ ପରିବେଶ ଦେଖି ବିରକ୍ତି ପ୍ରକାଶ କରିଛନ୍ତି। ଯେଉଁମାନେ ସହରକୁ ଅପରିଷ୍କାର କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ମାମଲା ରୁଜୁ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ପୌରପାଳିକା ପକ୍ଷରୁ ଉକ୍ତ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଡକାଯାଇ କଡ଼ା ତାଗିଦ୍‌ କରାଯାଇଛି।
ଅନୁଗୋଳ ସହର ସଫେଇ ପାଇଁ ନୂଆ ଠିକା ସଂସ୍ଥାକୁ କାର୍ଯ୍ୟ ଦିଆଯାଇଛି। ଏପରି କି ସହର ସଫା କରିବା ସହ ଶତ ପ୍ରତିଶତ ଅଳିଆ ଉଠାଇବା ଦାୟିତ୍ୱ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ନୂଆ ଠିକା ସଂସ୍ଥା ଏଥିରେ ଅବହେଳା କରୁଥିବା ଦେଖିବାକୁ ମିଳିଛି। ସଫେଇ କର୍ମଚାରୀମାନେ କେତେବେଳେ କାର୍ଯ୍ୟକୁ ଆସୁଛନ୍ତି ଓ ଯାଉଛନ୍ତି, ତାହାର ହିସାବ ଠିକା ସଂସ୍ଥା ନିକଟରେ ନାହିଁ। ସହର ସ୍ବଚ୍ଛତା ଅନୁଧ୍ୟାନ କରିବାକୁ ପର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ସାନିଟାଇଜ ଏକ୍ସପୋର୍ଟ ଓ ଅନ୍ୟ କର୍ମଚାରୀଙ୍କ ସହ ଯାଇଥିବା ବେଳେ ଜିଲାପାଳ ଏହା ଦେଖିବାକୁ ପାଇଛନ୍ତି। ଏହି ପରିଦର୍ଶନ ସମୟରେ ସହରର କୌଣସି ଗୋଟିଏ ସ୍ଥାନରେ ସଫେଇ କାର୍ଯ୍ୟ ଚାଲୁଥିବା ଜିଲାପାଳ ଦେଖିବାକୁ ପାଇ ନ ଥିଲେ। ଫଳରେ ବିରକ୍ତି ପ୍ରକାଶ କରିବା ସହ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଠିକା ସଂସ୍ଥାର ସୁପରଭାଇଜର ପୁରୁଣା ସଫେଇ କର୍ମଚାରୀଙ୍କ ଦୁଇ ଜଣ ନେତାଙ୍କୁ ଧରି କାର୍ଯ୍ୟ କରୁଥିବାରୁ ସଫେଇ ଠିକ୍‌ ଭାବେ ହୋଇପାରୁ ନ ଥିବା ଆଲୋଚନା ହେଉଛି। ସେହିପରି ସହରରେ ଥିବା ବହୁ ପୁରୁଣା ଘର ଭଙ୍ଗାଯାଇ ନୂଆ ନିର୍ମାଣ ହେଉଛି। କିନ୍ତୁ ଘର ମାଲିକ ପୌରପାଳିକାର ସହାୟତା ନ ନେଇ ଘର ଭଙ୍ଗା ସାମଗ୍ରୀ ସବୁ ରାତାରାତି ସହରର ବିଭିନ୍ନ ସ୍ଥାନରେ ଗଦେଇ ଦେଉଛନ୍ତି। ଗାନ୍ଧୀମାର୍ଗର ଏକ ରାସ୍ତା ପାର୍ଶ୍ୱରେ ବହୁ ପରିମାଣର ଏପରି ଘର ଭଙ୍ଗା ସାମଗ୍ରୀ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। କୌଣସି ଲୋକ ପୁରୁଣା ଘର ଆବର୍ଜନା ନଷ୍ଟ କରିବାକୁ ଅର୍ଥ ଦେଲେ ପୌରପାଳିକା ପକ୍ଷରୁ ଏ ନେଇ ବ୍ୟବସ୍ଥା କରାଯିବାର ନିୟମ ରହିଛି। ନଚେତ ଘର ଭାଙ୍ଗୁଥିବା ଲୋକ ନିଜସ୍ବ ବ୍ୟବସ୍ଥାରେ ଏହାକୁ ଅନ୍ୟତ୍ର ନେଇ ପକାଇବେ। କିନ୍ତୁ ଅନୁଗୋଳରେ ଏଭଳି ହେଉନାହିଁ। ତେଣୁ ପୌରପାଳିକା ଏପରି ଲୋକଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଠିକା ସଂସ୍ଥା ସୁପର ଭାଇଜରଙ୍କୁ ତାଗିଦ୍‌ କରାଯାଇଛି। ଆଗକୁ ଠିକ୍‌ ଭାବେ କାର୍ଯ୍ୟ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଘର ଭଙ୍ଗା ସାମଗ୍ରୀ ସରକାରୀ ଜାଗାରେ ପକାଯାଉଥିବା ସମ୍ପର୍କରେ ଅନୁଧ୍ୟାନ ଚାଲିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ପୌରପାଳିକାର ଅବହେଳା
ପୁରୁଣା ଘର ଭାଙ୍ଗି ଲୋକେ ନୂଆ ଘର କରୁଛନ୍ତି। ସେଠାରୁ ବାହାରୁଥିବା ଆବର୍ଜନା ସରକାରୀ ଜାଗାରେ ଗଦଉଛନ୍ତି। ଏଥିପ୍ରତି ପୌରପାଳିକା ଆଖିବୁଜି ଦେଇଥିବାରୁ ସହରବାସୀ ସମସ୍ୟା ଭୋଗୁଛନ୍ତି। କାର୍ଯ୍ୟାନୁଷ୍ଠାନରେ ପୌରପାଳିକା ଅବହେଳା କରୁଛି।
-ପ୍ରତାପ ମହାପାତ୍ର, ଅନୁଗୋଳ

ତାଗିଦ୍‌ କେବଳ ଲୋକଦେଖାଣିଆ
ସହର ସ୍ବଚ୍ଛତାରେ ଅବହେଳା କରୁଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ସଫେଇ ପାଇଁ ଅର୍ଥ ଦିଆଯାଉଥିବାରୁ ଏ କ୍ଷେତ୍ରରେ ପ୍ରଶାସନ ପଛେଇ ଯିବା ଉଚିତ ନୁହେଁ। ତାଗିଦ୍‌ କରାଯିବା ନେଇ ଯେଉଁ କଥା କୁହାଯାଉଛି ତାହା ଲୋକଦେଖାଣିଆ।
-ଅଭୟ ରାୟ, ଅନୁଗୋଳ

ପ୍ରତିବାଦ କଲେ ନାଲି ଆଖି
ସହର ସଫେଇ ଏବେ ଭେଳିକି ପାଲଟିଛି। ରାସ୍ତା, ନାଳ ନର୍ଦ୍ଦମା ଭଲଭାବେ ସଫା କରାଯାଉନାହିଁ। ପ୍ରତିବାଦ କଲେ କେତେଜଣ ସଫେଇ କର୍ମଚାରୀ ନାଲି ଆଖି ଦେଖାଉଛନ୍ତି। ପୌର କାର୍ଯ୍ୟାଳୟରେ ଅଭିଯୋଗ କରିବାକୁ କହୁଛନ୍ତି। ଏଥିରୁ କାର୍ଯ୍ୟାନୁଷ୍ଠାନକୁ ସେମାନଙ୍କ ଭୟ ନ ଥିବା ଜଣାପଡ଼ୁଛି।
-ସରିତା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri