ନୂଆଦିଲ୍ଲୀ, ୧୦।୧ : ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ ଘଟିଛି। ବିଭାଗର ୩୦୦ରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଆର୍ଓ ଏବଂ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳଙ୍କ ନମୁନା ରିର୍ପୋଟ ମଧ୍ୟ କରୋନା ପଜିଟିଭ୍ ଆସିଛି।
ସମସ୍ତ ୟୁନିଟ୍ରେ ବହୁ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୋଲିସ ହେଡକ୍ୱାଟରରେ ମଧ୍ୟ କେତେକ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। କର୍ମଚାରୀଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି ସୁସ୍ଥ କର୍ମଚାରୀଙ୍କୁ ସଂକ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ଦିଲ୍ଲୀରେ ରବିବାର ୨୨,୭୫୧ ନୂଆ କୋଭିଡ -୧୯ ମାମଲା ରିପୋର୍ଟ ହୋଇଛି, ଯାହା ଗତ ବର୍ଷ ମେ ୧ ଠାରୁ ସର୍ବାଧିକ। ସେହିପରି ପଜିଟିଭିଟି ହାର ୨୩.୫୩ ପ୍ରତିଶତକୁ ବୃଦ୍ଧି ପାଇଛି।