ଦିନ ମଜୁରିଆ ଯୁବତୀଙ୍କଠୁ ୩୭ ହଜାର ଠକେଇ

ରାଉରକେଲା ଅଫିସ/ କୁଆଁରମୁଣ୍ଡା, ୧୦।୧: ଲକ୍ଷପତି ହେବା ନିଶା ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳର ଜଣେ ଦିନ ମଜୁରିଆ ଯୁବତୀଙ୍କ ପାଇଁ ମହଙ୍ଗା ପଡିଛି। ଯୁବତୀ ଜଣକ କେବିସି ଲଟେରି ମାଧ୍ୟମରେ ୨୫ ଲକ୍ଷ ଟଙ୍କା ପାଇବେ ବୋଲି ୩୭ ହଜାର ୫୦୦ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ରବିବାର ରାଉରକେଲା ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କୁଆଁରମୁଣ୍ଡା କଚାରୁ ସିଆରଜୋର ଗାଁର ସୁରେନ୍ଦ୍ର ସିଂଙ୍କ ଝିଅ ସାନିଆ ସିଂ(୨୭)। ସାନିଆ ଜଣେ ଦିନ ମଜୁରିଆ ଅଟନ୍ତି। ଗତ ୭ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ କୌନ ବନେଗା କୋରଡ଼ ପତି ନାମରେ ଅମିତାଭ ବଚ୍ଚନଙ୍କ ଫଟୋ ସହ ୱାଟ୍ସଆପ୍‌ ମେସେଜ ଆସିଥିଲା। ଏଥିରେ ସେ କେବିସି ଲଟେରିରେ ୨୫ ଲକ୍ଷ ଟଙ୍କା ଜିତିଥିବା ଉଲ୍ଲେଖ ରହିଥିଲା। ମେସେଜ ପଢିବା ପରେ ସାନିଆ ଉକ୍ତ ନମ୍ବରକୁ କଲ୍‌ କରିଥିଲେ। ଅଜ୍ଞାତ ବ୍ୟକ୍ତି ଜଣକ ୨୫ ଲକ୍ଷ ଟଙ୍କା ପଠାଇବା ପାଇଁ ସାନିଆଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଫଟୋ ମାଗିଥିଲେ। ଲୋଭର ବଶବର୍ତ୍ତୀ ହୋଇ ସେ ଉକ୍ତ ହ୍ବାଟ୍ସଆପ୍‌କୁ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଫଟୋ ପଠାଇଥିଲେ। ପରେ ପଞ୍ଜୀକରଣ ପାଇଁ ପ୍ରଥମ କିସ୍ତିରେ ୧୨ ହଜାର ୫୦୦ ଓ ଦ୍ୱିତୀୟ କିସ୍ତିରେ ଅବଶିଷ୍ଟ ୨୫ ହଜାର ଟଙ୍କା ଦେବାକୁ ଠକ ଜଣକ ସାନିଆଙ୍କୁ କହିଥିଲେ। ସାନିଆ ଦୁଇଟି କିସ୍ତିରେ ମୋଟ ୩୭ ହଜାର ୫୦୦ ଟଙ୍କା ଫୋନ୍‌ ପେ ମାଧ୍ୟମରେ ପଠାଇଥିଲେ। ଟଙ୍କା ପାଇବା ପରେ ଅନ୍‌ଲାଇନ ଠକ ଜଣକ ତାଙ୍କ ଫୋନ ଆଉ ଉଠାଇ ନ ଥିଲେ। ସନ୍ଦେହ ହେବାରୁ ସାନିଆ ରବିବାର ଏ ନେଇ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ତଦନ୍ତ ଚାଲିଥିବା ସାଇବର ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

ଇରାନର ପାଞ୍ଚଟି ପ୍ରଦେଶ ଉପରେ ଆକ୍ରମଣ କଲା ଆମେରିକା, ମିଶାଇଲ ସିଷ୍ଟମ ସହ IRGC ସ୍ପିଡବୋଟକୁ ଟାର୍ଗେଟ

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରବିବାର, ଆମେରିକାର ସେନା ହୋର୍ମଜଗାନ, ମାର୍କାଜି, ଆହଭାଜ, ବୁଶେହର, ଖୁଜେସ୍ତାନ ଏବଂ ସିସ୍ତାନ-ବାଲୁଚେସ୍ତାନ ସମେତ ଅନେକ…

ଭିଜିଲାନ୍ସ ପଞ୍ଝାରେ ଓସିସି ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri