କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦କୁ ଖସିଆସିଥିଲା। କିନ୍ତୁ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧,୧୧୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଗତ ୨୪ଘଣ୍ଟା ମଧ୍ୟରେ ୧,୦୧୫ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ପରୀକ୍ଷଣର ଗତିକୁ ବୃଦ୍ଧି କରାଯାଇଛି। ମଙ୍ଗଳବାର ଦିଲ୍ଲୀରେ ୧୬ହଜାରରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିଲା। ସେହିପରି ବୁଧବାର ପରୀକ୍ଷଣର ଗତିକୁ ଆହୁରି ତ୍ୱରାନିତ୍ୱ କରାଯାଇ ୨୫,୫୨୮ ଟେଷ୍ଟ କରାଯାଇଛି। ଏଥିରେ ଆରଟିପିସିଆର ସଂଖ୍ୟା ୧୫,୬୦୯ ଥିବା ବେଳେ ଆଣ୍ଟିଜେନ ୯,୯୧୯ ରହିଛି। କରୋନା ପରୀକ୍ଷଣରେ ବୃଦ୍ଧି ସହିତ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଛି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଅତିକ୍ରମ କରିଥିବା ବେଳେ ରାଜ୍ୟରେ ପଜିଟିଭିଟି ହାର ୪.୩୮ ପ୍ରତିଶତକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ନିୟମ ନମାନିବାରୁ ଦଣ୍ଡ: ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ

ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା...

ରାଜଧାନୀରେ ପଞ୍ଚମ ଲହର, ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବା ଆଶଙ୍କା…

ନୂଆଦିଲ୍ଲୀ, ୫।୧ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍‌ ବୁଧବାର ସୂଚନା ଦେଇଛନ୍ତି। ସେ...

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା...

ନିର୍ବାଚନ କମିଶନ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୧୦ା୮: ଦେଶର ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ ଆୟୋଗ (ଇସି )ଙ୍କ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ର ସରକାର...

୧୧ରେ ମାଉଣ୍ଟଆବୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର...

କଂଗ୍ରେସ କାର୍ଯ୍ୟାଳୟରେ ମାଡ଼ପିଟ୍‌: ପୋଲିସ ସୁରକ୍ଷାରେ ବୈଠକ କରିଲେ ପ୍ରଦେଶ ଅଧ୍ୟକ୍ଷ

ରାଞ୍ଚି,୨।୮: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ନିର୍ବାଚନର ଫଳାଫଳ ପାଇଁ ପରସ୍ପର ଉପରେ କାଦୁଅଫିଙ୍ଗା ଚାଲିଥିବା...

୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ

ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି...

ଆସନ୍ତା ୫ ବର୍ଷରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ…

ନୂଆଦିଲ୍ଲୀ, ୨।୪ : ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ। ଅଷ୍ଟ୍ରେଲିଆ ସହିତ ବାଣିଜ୍ୟ ବୁଝାମଣା ଦ୍ୱାରା...

Advertisement
Archives

Model This Week