ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ

କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ ଥିବା ବେଳେ ମକାଚାଷ ସ୍ବଳ୍ପ ବୃଷ୍ଟିପାତରେ ହେଉଥିବା କାରଣରୁ ଅଣ ଜଳସେଚିତ ଗୋତୋମୁଣ୍ଡା, ସାନ ପୋ ଆମପାଣି, ବଡ଼ ପୋ ମହିମା ପଞ୍ଚାୟତକୁ ଲାଗି ରହିଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଅନେକ ଚାଷୀମାନେ ମକାଚାଷକୁ ଜୀବନ ଜୀବିକା ଭାବେ ବାଛି ନେଇଛନ୍ତି। ତେବେ ଅମଳ ହୋଇଥିବା ମକା ବିକ୍ରି କରିବା ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା ନ ଥିବା କାରଣରୁ ପଡୋଶୀ ଜିଲା ନବରଙ୍ଗପୁର, ଉମରକୋଟ ଅଞ୍ଚଳର ବିହାରୀ, ବଙ୍ଗାଳି ଦଲାଲମାନେ କିମ୍ବା ସ୍ଥାନୀୟ କିଛି ଲାଭଖୋର ଅଣ ଓଡିଆ ସାହୁକାରଙ୍କୁ ସରକାରୀ ଧାର୍ଯ୍ୟ ଦରରୁ କମ ଦରରେ ମକା ବିକ୍ରି କରୁଥିବା କହିଛନ୍ତି ଚାଷୀ। ବ୍ଲକ କୃଷି ବିଭାଗରୁ ମିଳିଥିବା ସୂଚନା ମତେ କୋକସରା ବ୍ଲକରେ ମୋଟ ୧୮ ଶହ ହେକ୍ଟର ଜମିରେ ମକାଚାଷ ହୋଇଥିବା ବେଳେ ଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ମକା ବିହନ ଯୋଗାଇ ଦିଆଯାଇଛି ଓ ମକା ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ବୋଳି ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ କହିଛନ୍ତି। ତେବେ ବ୍ଲକରେ ବେସରକାରୀ ଭାବେ ୫ ହଜାରରୁ ଉର୍ଦ୍ଧ ହେକ୍ଟର ଜମିରେ ମକାଚାଷ ହୋଇଥିବା ଜଣା ପଡିଛି। ମକା ବିକ୍ରି ପାଇଁ ସରକାରୀ ସ୍ତରରେ କୌଣସି ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ନାହିଁ ଫଳରେ ଚାଷି ଅମଳ କରିବା ପରେ ମକାକୁ ୧୬ଶହ ରୁ ୧୭ଶହ ଟଙ୍କା ଦରରେ ଦଲାଲଙ୍କ ଜରିଆରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆଗାମୀ ଦିନରେ ମକାଚାଷୀଙ୍କ ବିକ୍ରି ସୁବିଧା ପାଇଁ ବଜାର ବ୍ୟବସ୍ଥା କରିବାକୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri