Posted inଖେଳ

କୋପା ଆମେରିକା: କରୋନା ସତ୍ତ୍ୱେ ଆୟୋଜନକୁ ସୁପ୍ରିମକୋର୍ଟଙ୍କ ଅନୁମତି

ସାଓ ପାଉଲୋ,୧୨।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପଥ ପରିଷ୍କାର ହୋଇଛି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। ଦେଲରେ କରୋନା ମହାମାରୀର ଭୟାବହତା ଜାରି ରହିଥିବା ବେଳେ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ୧୧ଜଣ ଜଜ୍‌ ଆୟୋଜନ ସପକ୍ଷରେ ନିଜର ମତ ରଖିଥିଲେ। ଫଳରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ ଆୟୋଜକଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଥମେ ଏହି ଟୁର୍ନାମେଣ୍ଟକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ପାଇଁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯାଇଥିଲେ। ଫଳରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ବ୍ରାଜିଲରେ ଏହି ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରି ଦୁଇଟି ମକଦ୍ଦମାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ରବିବାର କୋପା ଆମେରିକା ଉଦ୍‌ଘାଟନୀ ମ୍ୟାଚ୍‌ରେ ବ୍ରାଜିଲ ଓ ଭେନେଜୁଏଲା ପରସ୍ପରକୁ ଭେଟିବେ ଓ ଏହି ମ୍ୟାଚ୍‌ ରାଜଧାନୀ ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ଆୟୋଜନ ହେବ। ଫାଇନାଲ ମୁକାବିଲା ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ। ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କର୍ସ ୟୁନିୟନ ଆୟୋଜନ ବିରୋଧରେ ସୁପ୍ରିମକୋର୍ଟରେ ମକଦ୍ଦମା ଦାଏର କରିଥିଲେ। ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସ୍ଥିତି ଉଦ୍‌ବେଗଜନକ ରହିଛି। ପୁଣି ଟୁର୍ନାମେଣ୍ଟ ଆୟୋଜନ ହେଲେ ନୂଆ ଭାରିଆଣ୍ଟ ଦେଶକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାର୍ଟି ତରଫରୁ କୁହାଯାଇଥିଲା। ପୁଣି ଯେପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା ନିୟମ ଜାରି ରହିବ ସେ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ନ ହେବା ଉଚିତ ବୋଲି ୟୁନିୟନ ତରଫରୁ କୁହାଯାଇଥିଲା। ସବୁପ୍ରକାର ଦୃଷ୍ଟିକୋଣକୁ ବିଚାର କରି ଟୁର୍ନାମେଣ୍ଟ ଆୟୋଜନକୁ ଅନୁମତି ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନ ଓ ଏବେକାର ନିୟମକାନୁନ ଅନୁଯାୟୀ କୋର୍ଟ ଅନୁମତି ଦେଇଛନ୍ତି। ଲୋକଙ୍କ ଉପରେ ଜବରଦସ୍ତି ଟୁର୍ନାମେଣ୍ଟ ଆୟୋଜନକୁ ଲଦି ଦିଆଯାଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରିଓ ଡି ଜାନେଇରୋ, ଗୋଇଆସ, ମାଟୋ ଗ୍ରୋସୋ ଓ ଦେଶର ବିଭିନ୍ନ ଫେଡେରାଲ ଜିଲାରେ କୋପା ଆମେରିକା ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱାର୍ଟରଫାଇନାଲ ସିନ୍ଧୁ, ସେନ୍‌

ନୂଆଦିଲ୍ଲୀ,୧୪ା୭: ୟୁଏସ୍‌ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍‌ ବିଜୟ ହାସଲ...

ଅଷ୍ଟ୍ରେଲିଆନ ଓପନ ତାରିଖ ଦୁଇ ସପ୍ତାହରେ ସ୍ପଷ୍ଟ ହେବ

ମେଲବୋର୍ନ, ୨୩ା୧୧ (ଏପି)-ଆସନ୍ତାବର୍ଷ ମେଲବୋର୍ନରେ ଅଷ୍ଟ୍ରଲିଆନ ଓପନ କେବେ ହେବ ତାହା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଟେନିସ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌...

୧୦ ମ୍ୟାଚ୍‌ରେ ୨୯ ଛକା ମାରିଲେଣି ଏହି ବ୍ୟାଟ୍ସମ୍ୟାନ

ମାଞ୍ଚେଷ୍ଟର, ୩୧।୮: କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍‌ ଟି୨୦ରେ ଛକା-ଚୌକା ବୃଷ୍ଟି ହେବା ଏକ ସାଧାରଣ କଥା। ବିଶ୍ୱର ଅନେକ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଟି୨୦...

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାର ପ୍ରମୋଦ ଭଗତ୍‌ ୨ଟି ସ୍ବର୍ଣ୍ଣ ପଦକ ଜିତି ଦେଶ...

ହାଇଜମ୍ପର ତେଜସ୍ବିନ୍‌ ଶଙ୍କରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୭।୫(ପି.ଟି.): ଭାରତୀୟ ହାଇଜମ୍ପର ତେଜସ୍ବିନ୍‌ ଶଙ୍କର ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ସେ ଆମେରିକାର ମାନହଟନଠାରେ ଚାଲିଥିବା ବିଗ୍‌ ୧୨ ଆଉଟ୍‌ଡୋର ଟ୍ରାକ୍‌ ଆଣ୍ଡ...

ପ୍ରଥମ ଦିନିକିଆରୁ ବାଦ୍‌ ପଡ଼ିଲେ, ଶ୍ରେୟସଙ୍କୁ ସୁଯୋଗ

ଲଣ୍ଡନ,୧୨।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ମଙ୍ଗଳବାର ଖେଳାଯାଉଛି। ତେବେ ଏହି ମ୍ୟାଚ୍‌ରେ ଦଳରୁ ବାଦ୍‌ ପଡ଼ିଛନ୍ତି ବିରାଟ...

ଚାଞ୍ଚଲ୍ୟକର ଖୁଲାସା କଲେ ମହାନ୍‌ ଅଲରାଉଣ୍ଡର

ସିଡନୀ,୩୦।୧୧: ଆସେଶ ସିରିଜ୍‌ ପୂର୍ବରୁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଥରେ ଏକ ବଟିକା ତାଙ୍କ ଗଳାରେ ଫସିଯିବା ପରେ...

ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଆୟୋଜନ କରିବନି ପାକିସ୍ତାନ

ରାଓ୍ବଲପିଣ୍ଡି, ୧୦ା୧୨ (ଏଏପି)- ପାକିସ୍ତାନ ଏହାର ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକର ଆୟୋଜନ ଏଣିକି ନିରପେକ୍ଷ ଭେନ୍ୟୁରେ କରିବ ନାହିଁ। ଅନ୍ୟ ଦଳଗୁଡ଼ିକ କାହିଁକି ପାକିସ୍ତାନରେ ଖେଳିବେ ନାହିଁ...

Advertisement
Archives

Model This Week