Posted inଖେଳ

କୋପା ଆମେରିକା ଫୁଟବଲ: କଲମ୍ବିଆକୁ ହରାଇଲା ପେରୁ

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ପେରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌ ବି’ରେ ଖେଳାଯାଇଥିବା ମୁକାବିଲାରେ ପେରୁ ୨-୧ ଗୋଲରେ କଲମ୍ବିଆକୁ ପରାସ୍ତ କରିଛି। ଏଥିସହି ପେରୁ ତା’ର ନକ୍‌ଆଉଟ ଆଶାକୁ ଉଜ୍ଜୀବିତ ରଖିଛି।
ବ୍ରାଜିଲର ଗୋଇଆନିଆସ୍ଥିତ ଇଷ୍ଟାଡିଓ ଅଲିମ୍ପିକୋରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ସର୍ଗିଓ ପେନା ପ୍ରଥମ ଗୋଲ ସ୍କୋର କରି ପେରୁକୁ ଅଗ୍ରଣୀ କରାଇଥିଲେ ଓ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ପେରୁ ଅଗ୍ରଣୀ ବଜାୟ ରଖିଥିଲା। ଦ୍ୱିତୀୟର୍ଦ୍ଧରେ କଲମ୍ବିଆ ତରଫରୁ ମିଗୁଏଲ ବୋର୍ଜା ପେନାଲ୍ଟି ଜରିଆରେ ୫୩ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନସ୍ଥିତିକୁ ଆଣିଥିଲେ। ତେବେ ଏକ ଆତ୍ମଘାତୀ ଗୋଲ କଲମ୍ବିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୬୪ତମ ମିନିଟ୍‌ରେ କଲମ୍ବିଆ ଡିଫେଣ୍ଡର ୟେରୀ ମିନାଙ୍କ ଦ୍ୱାରା ହୋଇଥିବା ଏହି ଆତ୍ମଘାତୀ ଗୋଲ ପେରୁକୁ ବିଜୟୀ କରାଇଥିଲା। ସାରା ମ୍ୟାଚ୍‌ରେ କିନ୍ତୁ କଲମ୍ବିଆ ଅପେକ୍ଷକୃତ ଭଲ ପ୍ରଦର୍ଶନ କରିଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ କଲମ୍ବିଆ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲା।
୨ଟି ମ୍ୟାଚ୍‌ ଖେଳି ପେରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ହାସଲ କରି ଗ୍ରୁପ୍‌ ବି’ର ତୃତୀୟ ସ୍ଥାନରେ ରହିଛି। ପରାଜୟ ସତ୍ତ୍ୱେ କଲମ୍ବିଆ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆୟୋଜକ ବ୍ରାଜିଲ ୨ଟି ମ୍ୟାଚ୍‌ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ପ୍ରଥମ ସ୍ଥାନରେ ରହିଛି। ସେହିପରି ଭେନିଜୁଏଲା ଓ ଇକ୍ୱେଡର ୨ ଓ ୧ ପଏଣ୍ଟ ହାସଲ କରି ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ଦୁଇଟି ଗ୍ରୁପ୍‌ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ପେରୁ ୦-୪ ଗୋଲ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ୨୦୧୯ କୋପା ଆମେରିକାରେ ପେରୁ ଫାଇନାଲରେ ପ୍ରବେଶ କରିଥିଲା। ପେରୁ ଏବେ ଦକ୍ଷିଣ ଆମେରିକା ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ସଂଘର୍ଷ କରୁଛି। ଗୋଟିଏ ସପ୍ତାହ ତଳେ ଦଳ ଲିମାରେ କଲମ୍ବିଆଠାରୁ ୦-୩ ଗୋଲରେ ପରାସ୍ତ ହୋଇଥିଲା। ବୁଧବାର କଲମ୍ବିଆ ଓ ବ୍ରାଜିଲକୁ ମୁହଁାମୁହିଁ ହେବେ। ପେରୁ ପ୍ରଥମ ମ୍ୟାଚ୍‌ରେ ଭେନିଜୁଏଲା ବିପକ୍ଷରେ ମ୍ୟାଚ୍‌ ୦-୦ରେ ଡ୍ର ରଖିଥିଲା। ସେହିପରି ପେରୁ ବୁଧବାର ଇକ୍ୱେଡରକୁ ଭେଟିବ।
କ୍ୟାପସନ: କଲମ୍ବିଆର ୟୋରୀ ମିନା ଆତ୍ମଘାତୀ ଗୋଲ ସ୍କୋର କରିବା ପରେ ପେରୁ ଖେଳାଳି ଖୁସି ମନାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନ୍ନକ୍ଷମ ଫ୍ୟାନଙ୍କୁ ଉପହାର ଦେଲେ କୋହଲି

ମୋହାଲି,୮।୩: ଆଧୁନିକ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ନିକଟରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ଏହି ଅବସରରେ ତାଙ୍କୁ ଭାରତୀୟ ଦଳ ପକ୍ଷରୁ...

ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍‌ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’

ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍‌। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା।...

ଦ୍ୱିତୀୟ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମେଲବୋର୍ନ,୨୬।୭: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରେମିକା ନାଥନ ମ୍ୟାକାର୍ଥୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ...

କୋଭିଡ-୧୯ ବିପଦ ସହ କ୍ରିକେଟରଙ୍କୁ ବଞ୍ଚିବାକୁ ହେବ: ଗମ୍ଭୀର

ନୂଆଦିଲ୍ଲୀ,୧୦।୫(ପି.ଟି.): କୋଭିଡ- ୧୯ ମହାମାରୀ ଜନିତ ବିପଦ ସହ କ୍ରିକେଟରମାନଙ୍କୁ ଆଗାମୀ ଦିନରେ ବଞ୍ଚିବାକୁ ହେବ। କୋଭିଡ-୧୯ ମହାମାରୀ ଦୃଶ୍ୟପଟ ପରେ ଖେଳାଯିବାକୁ ଥିବା କ୍ରିକେଟରେ...

ଜାତୀୟ କରାଟେ ପ୍ରତିଯୋଗିତା, ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର, ୧୯ା: ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚାଲିଥିବା ଜାତୀୟ ସିନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତାରେ ଓଡ଼ିଶା କରାଟେକାମାନେ ପ୍ରଥମ ଦିବସରେ ଗୋଟିଏ ଲେଖାଏଁ...

କମ୍‌ ଇନିଂସରେ ୨୫ ଟେଷ୍ଟ ଶତକ

୬୮: ଡନ୍‌ ବ୍ରାଡ୍‌ମ୍ୟାନ ୧୧୯: ଷ୍ଟିଭ୍‌ ସ୍ମିଥ ୧୨୭: ବିରାଟ କୋହଲି ୧୩୦: ସଚିନ ତେନ୍ଦୁଲକର ୧୩୮: ସୁନୀଲ ଗାଭାସ୍କର ୧୩୯: ମାଥ୍ୟୁ ହେଡେନ ୧୪୭:...

ବଡ଼ ରେକର୍ଡ କଲେ ଶୁବମାନ ଗିଲ: ପାକିସ୍ତାନ କ୍ରିକେଟର୍‌ଙ୍କ ପଛରେ ପକାଇଲେ

ତ୍ରିନିଦାଦ,୨।୮: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ କିଛି ଦିନ ହେବ ପାଇଁ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଥିଲା। ଶେଷରେ ୱେଷ୍ଟଇଣ୍ଡିଜ...

ବ୍ରୋଞ୍ଜ ଜିତିଲେ ଚନ୍ଦନ କୁମାର

ଭୁବନେଶ୍ୱର, ୨୯ା୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଚନ୍ଦନ କୁମାର ବେହେରା ବ୍ରୋଞ୍ଜ ପଦକ...

Advertisement
Archives

Model This Week