Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ

ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୪-୦ ଗୋଲରେ ପେରୁକୁ ହରାଇଛି। ଏପର୍ଯ୍ୟନ୍ତ ମୋଟ ଉପରେ ବ୍ରାଜିଲ କ୍ରମାଗତ ନବମ ବିଜୟ ହାସଲ କରିଛି। ଏଥିସହ ବ୍ରାଜିଲ ଟାଇଟଲ ହାସଲ ସମ୍ଭାବନାକୁ ଆହୁରି ଦୃଢ଼ କରିଛି। ଏହା ପୂର୍ବରୁ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍‌ରେ ଭେନିଜୁଏଲାକୁ ୩-୦ ଗୋଲରେ ପରାସ୍ତ କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବ୍ରାଜିଲ ତରଫରୁ ଆଲେକ୍ସ ସାଣ୍ଡ୍ରୋ ଦ୍ୱାଦଶ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ତାରକା ଷ୍ଟ୍ରାଇକର ନେମାର ୬୮ତମ ମିନିଟ୍‌ରେ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟ୍‌ରେ ଇଭରଟନ ରିବେଇରୋ ଗୋଲ ଦେଇଥିଲେ। ଶେଷରେ ଇଞ୍ଜୁରି ଟାଇମର ତୃତୀୟ ମିନିଟ୍‌ରେ ଷ୍ଟ୍ରାଇକର ରିଚାର୍ଲିଶନ ଗୋଲ ଦେଇ ଦଳକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ।
ଏହି ବିଜୟ ସହ ବ୍ରାଜିଲ ଗ୍ରୁପ୍‌ ଏ’ରେ ୨ଟି ମ୍ୟାଚ୍‌ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି କଲମ୍ବିଆ ଗୋଟିଏ ବିଜୟ, ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କୋଚ୍‌ ଟିଟେଙ୍କ ତତ୍ତ୍ୱାବଧାନରେ ବ୍ରାଜିଲ ଆଶାନୁରୂପ ପ୍ରଦର୍ଶନ କରିଛି। ୨୦୨୨ କାତାର ବିଶ୍ୱକପ୍‌ ପାଇଁ ବ୍ରାଜିଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପେରୁ ଚାପର ବଶବର୍ତ୍ତୀ ହୋଇଥିଲା ଓ ସ୍ବାଭାବିକ ଖେଳିପାରି ନ ଥିଲା। ବ୍ରାଜିଲ ପେରୁକୁ କୌଣସି ସୁଯୋଗ ମଧ୍ୟ ଦେଇ ନ ଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ବ୍ରାଜିଲ ବୁଧବାର କଲମ୍ବିଆ ବିପକ୍ଷରେ ଖେଳିବ। ୪ଟି ଗ୍ରୁପ୍‌ର ଶ୍ରେଷ୍ଠ ଦଳଗୁଡିକ ନକ୍‌ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri