Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର ନେମାର ଓ ଅଭିଜ୍ଞ ଡିଫେଣ୍ଡର ଥିଆଗୋ ସିଲଭାଙ୍କୁ ଏହି ଦଳରେ ସାମିଲ କରାଯାଇଛି।
ହେଡ୍‌ କୋଚ୍‌ ଟିଟେ ବୁଧବାର ଏହି ଦଳ ଘୋଷଣା କରିଛନ୍ତି। ଏହି ଟୁର୍ନାମେଣ୍ଟ ରବିବାର ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ କାରଣରୁ କଲମ୍ବିଆ ଓ ଆର୍ଜେଣ୍ଟିନା ଏହି ଟୁର୍ନାମେଣ୍ଟ ଆୟୋଜନରୁ ଓହରିଯାଇଥିଲେ। ଏହାପରେ ବ୍ରାଜିଲକୁ ଏହି ଆୟୋଜନ ଅଧିକାର ମଳିଥିଲା। ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ନେମାର ଇଚ୍ଛା ପ୍ରକାଶ କରିଥିଲେ। ତେବେ ଦୁଇଟି ଯାକ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଅସମ୍ଭବ ମନେ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଘରୋଇ ପରିବେଶରେ ନେମାରଙ୍କ ନେତୃତ୍ୱରେ ବ୍ରାଜିଲ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଜୁଲାଇ ୧୦ରେ ଐତିହାସିକ ମାରାକାନା ଷ୍ଟାଡିୟମରେ କୋପା ଆମେରିକା ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ମ୍ୟାଚ୍‌ ଜୁଲାଇ ୨୨ ତାରିଖରେ ୟୋକୋହାମାରେ ଖେଳାଯିବ ଏବଂ ଏଥିରେ ଜର୍ମାନୀ ଓ ବ୍ରାଜିଲ ମୁହଁାମୁହିଁ ହେବେ। ସେହିପରି ଫାଇନାଲ ଅଗଷ୍ଟ ୭ ତାରିଖରେ ଖେଳାଯିବ।
କୋପା ଆମେରିକାରେ ବ୍ରାଜିଲ ଭେନେଜୁଆଲ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବିନା ଦର୍ଶକରେ ଏହି ମ୍ୟାଚ୍‌ ଖେଳାଯିବ। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିବା ସତ୍ତ୍ୱେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଥିବାରୁ ଖେଳାଳିମାନେ ନିଜ ଦେଶରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଘୋଷିତ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବାର୍ସେଲୋନର ଇମର୍ସନ ଆହତ ହୋଇଥିବା ଡାନି ଆଲଭେସଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି। ଇଞ୍ଜୁରି କାରଣରୁ ବେନିଫିକାର ଲୁକାସ ଭେରିସିମୋ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ଆଟଲେଟିକୋ ମାଡ୍ରିଡ୍‌ ଫେଲିଫ ସାମିଲ ହୋଇଛନ୍ତି। ଦଳରେ ଚେଲସି ଡିଫେଣ୍ଡର ଥିଆଗୋ ସିଲ୍‌ଭା, ଲିୟନ ମିଡ୍‌ଫିଲ୍ଡର ଲୁକାସ ପାକ୍ୱୋଟା ସ୍ଥାନ ପାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌-୧୪: ନୂଆ ଅଧିନାୟକଙ୍କ ଲଢ଼େଇ

ମୁମ୍ବାଇ,୧୫।୪(ପି.ଟି.): ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍‌ର ପରାଜୟକୁ ଭୁଲି ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

ସଚିନଙ୍କ ୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରାହୁଲ

ଦୁବାଇ, ୨୪।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌-୧୩ର ୬ଷ୍ଠ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଏକ କୀର୍ତ୍ତିମାନ...

ହୃଦ୍‌ଘାତର ୬ ମାସ ପରେ ପଡ଼ିଆକୁ ଫେରିଲେ କାସିଲାସ

ଲସବନ,୬।୧୧- ପୂର୍ବତନ ସ୍ପାନିଶ ଅଧିନାୟକ ଲକେର କାସିଲାସ ୬ ମାସ ପୂର୍ବେ ହୃଦ୍‌ଘାତର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ପଡ଼ିଆକୁ ଫେରିଛନ୍ତି। ୩୮...

ନାଡାଲଙ୍କୁ ଟାଇଟଲ

ରୋମ୍‌, ୨୦ା୫- ରାଫାଲ ନାଡାଲ ଇଟାଲିଆନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ନାଡାଲ...

ନୂତନତ୍ୱର ପ୍ରବର୍ତ୍ତନ, ଟେକ୍ନୋଲୋଜି ଦ୍ୱାରା କ୍ରୀଡ଼ା ପରିବେଶ ସୃଷ୍ଟି କରାଯାଇ ପାରିବ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧୫ା୭ (ସ୍ପୋଟର୍‌ସ ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କ୍ରୀଡ଼ାମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଦୁଇଦିନିଆ...

ସନ୍ନ୍ୟାସ ନ ନେଲେ ଧୋନୀଙ୍କୁ ଜାତୀୟ ଦଳକୁ ଚୟନ କରାଯିବ ନାହିଁ

ଲଣ୍ଡନ,୧୫।୭- ଭାରତୀୟ ଦଳର ଚୟନକର୍ତ୍ତା, ସାଥୀ ଖେଳାଳି ଓ ପ୍ରଶଂସକମାନେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବେ କି ନାହିଁ ବୋଲି ଅନୁମାନ...

ଇଣ୍ଡିଆନ ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳ ଚାମ୍ପିୟନ

ବେଙ୍ଗାଲୁରୁ, ୧୪ା୨ (ପି.ଟି.)- କାଙ୍ଗଚୁପ୍‌ ରୋଡ୍‌ ୟଙ୍ଗ ଫିଜିକାଲ ଆଣ୍ଡ୍‌ ସ୍ପୋଟର୍‌ସ ଆସୋସିଏଶନ (କ୍ରିଫ୍‌ସା) ଏଫ୍‌ସି କୁ ୩-୨ ଗୋଲରେ ପରାସ୍ତ କରି ଗୋକୁଳମ କେରଳ...

ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ...

Ten Cric Info
Advertisement


Archives

Model This Week

Why Dharitri