Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଫାଇନାଲରେ ବ୍ରାଜିଲ

ରିଓ ଡି ଜେନିରୋ,୭।୭: କୋପା ଆମେରିକା ଟୁର୍ନାମେଣ୍ଟରେ ଦକ୍ଷିଣ ଆମେରିକା ଫୁଟବଲ ପାଓ୍ବାର ହାଉସ୍‌ ବ୍ରାଜିଲ ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ୧୧ ତାରିଖ ରବିବାର ବ୍ରାଜିଲ ଐତିହାସିକ ମରାକାନା ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ବିଜେତା ଆର୍ଜେଣ୍ଟିନା କିମ୍ବା କଲମ୍ବିଆକୁ ଭେଟିବ। ମଙ୍ଗଳବାର ଦ୍ୱିତୀୟ ସେମି ଖେଳାଯିବ। ଏଥର ସଫଳ ହେଲେ ବ୍ରାଜିଲ ଦଶମଥର ପାଇଁ କୋପା ଆମେରିକା ଟାଇଟଲ ହାସଲ କରିବ। ଫ ାଇନାଲରେ ଆମେ ଆର୍ଜେଣ୍ଟିନାକୁ ଭେଟିବାକୁ ଚାହୁଁଛୁ ବୋଲି ବ୍ରାଜିଲ ତାରକା ଷ୍ଟ୍ରାଇକର ନେମାର କହିଛନ୍ତି।
ସ୍ଥାନୀୟ ଅଲିମ୍ପିକ୍‌ ତଥା ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ସେମିରେ ବିଜୟୀ ହେବା ପାଇଁ ବ୍ରାଜିଲକୁ ଅବଶ୍ୟ ସଂଘର୍ଷ କରିବାକୁ ପଡିଥିଲା। ଟୁର୍ନାମେଣ୍ଟରେ ବ୍ରାଜିଲ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛି। ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ ବ୍ରାଜିଲର ଆଟାକିଂ ମିଡ୍‌ଫିଲ୍ଡର ଲୁକାସ ପାକ୍ୱେଟା। ସେ ୩୪ତମ ମିନିଟ୍‌ରେ ଏହି ଗୋଲ ଦେଇଥିଲେ। ତେବେ ଏହି ଗୋଲ ପ୍ରଦାନରେ ନେମାରଙ୍କ ଭୂମିକା ନିର୍ଣ୍ଣାୟକ ତଥା ଗୁରୁତ୍ୱପୂର୍ଣ୍ଣ ଥିଲା। ପେରୁ ଡିଫେଣ୍ଡର ଆଲେକଜାଣ୍ଡର କାଲେନ୍ସଙ୍କୁ ଗୋଲ ପୋଷ୍ଟର ବାମ ପଟେ ସେ ବିଟ୍‌ କରି ଆଗକୁ ବଢିଥିଲେ। ଏହାପରେ ସେ ପେରୁର ଅନ୍ୟତମ ଡିଫେଣ୍ଡର ଖ୍ରୀଷ୍ଟିଆନ ରୋମୋସଙ୍କୁ ଚକମା ଦେଇଥିଲେ। ପେରୁ ଷ୍ଟ୍ରାଇକର ଜାଂଲୁକା ଲାପାଡୁଲା ନେମାରଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। ନେମାର କିନ୍ତୁ ବଲ୍‌ର ଦିଗ ବଦଳାଇ ପଛକୁ ଫେରିଥିଲେ। ଏତିକିବେଳେ ନେମାର ପେରୁର ସେଣ୍ଟ୍ରାଲ ଡିଫେଣ୍ଡର ଆଲେକଜାଣ୍ଡର କାଲେନ୍ସଙ୍କ ଗୋଡ ମଝିରେ ବଲକୁ ନେଇ ପାକ୍ୱେଟାକୁ ପାସ୍‌ ଦେଇଥିଲେ। ଏହି ପାସ୍‌କୁ ପାକ୍ୱୋଟା ସଦ୍‌ଉପଯୋଗ କରି ଗୋଲ ଦେବାରେ ସମର୍ଥ ହୋଇଥିଲେ। ଏଥିସହ ବ୍ରାଜିଲ ଅଗ୍ରଣୀ ହାସଲ କରିଥିଲା। ଟୁର୍ନାମେଣ୍ଟରେ ୨୩ ବର୍ଷୀୟ ପାକ୍ୱେଟାଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଛି। ସେ ବେଞ୍ଚ୍‌ରୁ ହିଁ ଅଭିଯାନ ଆରମ୍ଭ କରିଥିଲେ। ମିଡ୍‌ଲରେ ସେ ନିୟମିତ ଭାବେ ବଲ୍‌ ରିସିଭ କରୁଥିଲେ ଓ ନେମାରଙ୍କ ଉପରୁ ଚାପ କମ୍‌ କରୁଥିଲେ। ଫେରୁ ପରାସ୍ତ ହୋଇଥିଲେ ମଧ୍ୟ ଗୋଲ କିପର ପେଡ୍ରୋ ଗ୍ୟାଲସ୍‌ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ନିକଟରୁ ସେ ଦୁଇଟି ଗୋଲ ସେଭ କରିଥିଲେ। ୧୮ତମ ମିନିଟ୍‌ରେ ନେମାରଙ୍କଠାରୁ ଗୋଟିଏ ଓ ରିଚାର୍ଲିଶନଙ୍କ ଆଉ ଗୋଟିଏ ଗୋଲ ସେଭ କରିଥିଲେ। ନ ହେଲେ ବ୍ରାଜିଲ ଅଧିକ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲ ୪-୦ ଗୋଲରେ ପେରୁକୁ ହରାଇଥିଲେ ମଧ୍ୟ ସେମିରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବ୍ରାଜିଲ ମଧ୍ୟ ଏକାଧିକ ସୁଯୋଗ ହରାଇଥିଲା। ଏହି ବିଜୟ ବ୍ରାଜିଲର ମନୋବଳକୁ ଆହୁରି ବଢାଇଛି ବୋଲି କୋଚ୍‌ ଟିଟେ କହିଛନ୍ତି। ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ବ୍ରାଜିଲ ମଧ୍ୟ ଫେଭରାଇଟ୍‌ ବିବେଚିତ ହେଉଛି।
ଗତ ୧୪ଟି ସଂସ୍କରଣରେ ବ୍ରାଜିଲ ୯ଥର ଫାଇନାଲରେ ପ୍ରବେଶ କରିଛି ଓ ମୋଟ ଉପରେ ୯ଥର ଟାଇଟଲ ଜିତିଛି। ଦୁଇବର୍ଷ ତଳେ ପେରୁକୁ ଫାଇନାଲରେ ୩-୧ ଗୋଲରେ ପରାସ୍ତ କରି ବ୍ରାଜିଲ ଚାମ୍ପିୟନ ହୋଇଥିଲା ଓ ଏଥର ଟାଇଟଲ ବଜାୟ ରଖିବାକୁ ପ୍ରୟାସ କରିବ। ପେରୁ ଏବେ ତୃତୀୟ ସ୍ଥାନ ପାଇଁ ଦ୍ୱିତୀୟ ସେମିର ପରାଜିତ ଦଳ ଆର୍ଜେଣ୍ଟିନା କିମ୍ବା କଲମ୍ବିଆକୁ ଭେଟିବ। ପରାଜୟ ସତ୍ତ୍ୱେ ଦଳର ପ୍ରଦର୍ଶନ ନେଇ କୋଚ୍‌ ରିକାର୍ଡୋ ଗାରେକା ସନ୍ତୋଷ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri