Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଗ୍ରୁପ୍‌ ବି’ରେ ଆର୍ଜେଣ୍ଟିନା ଚିଲି ବିପକ୍ଷ ଏହି ମ୍ୟାଚ୍‌କୁ ଡ୍ର ରଖିଛି। ୩୩ତମ ମିନିଟ୍‌ରେ ମେସିଙ୍କ ଫ୍ରି କିକ୍‌ ଜରିଆରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ସ୍କୋର କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମାରାଡୋନା ଗତ ନଭେମ୍ବରରେ ମାତ୍ର ୬୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ।
ଚଳିତ ମାସ ୩୪ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମେସିଙ୍କ ପାଇଁ କୋପା ଆମେରିକା ଟାଇଟଲ ହାସଲର ଶେଷ ସୁଯୋଗ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ଭାବେ ଓ ନିଜ କ୍ଲବ ପାଇଁ ମେସି ଅସାଧାରଣ ଭାବେ ସଫଳତା ହାସଲ କରିଛନ୍ତି। ତେବେ ଆର୍ଜେଣ୍ଟିନା ପାଇଁ ସେ ସେତେଟା ସଫଳ ହୋଇପାରି ନାହାନ୍ତି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚିଲି ତରଫରୁ ୫୭ତମ ମିନିଟ୍‌ରେ ଏଡୁଆର୍ଡୋ ଭର୍ଗାସ୍‌ ଏକ ଫିଲ୍ଡ ଗୋଲ ପ୍ରଦାନ କରି ମ୍ୟାଚ୍‌ର ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
କୋଚ୍‌ ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ୧୬ ଓ ୧୮ତମ ମିନିଟ୍‌ରେ ୩ଟି ସୁଯୋଗ ହରାଇଥିଲା। ଲାଉଟାରୋ ମାର୍ଟିନେଜଙ୍କଠାରୁ ଗୋଟିଏ ଓ ନିକୋଲାସ ଗୋଞ୍ଜାଲେଜଙ୍କଠାରୁ ଦୁଇଟି ଗୋଲ ସୁଯୋଗ ହାତଛଡ଼ା ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଚିଲି ଅଧିକ ଆକ୍ରମଣାତ୍ମକ ଗୋଲ କରିଥିଲା। ଏଭି ଭିଡିଓ ରିଭ୍ୟୁ ପରେ ଚିଲି ଏକ ପେନାଲ୍ଟି ସୁଯୋଗ ମଧ୍ୟ ପାଇଥିଲା। ମେସି କ୍ରମାଗତ ଭାବେ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଗୋଲ ଦେଇପାରି ନ ଥିଲା। ଗତ ସପ୍ତାହରେ ବିଶ୍ୱକପ୍‌ କ୍ୱାଲିଫାୟରରେ ଠିକ୍‌ ସମାନ ଢଙ୍ଗରେ ଆର୍ଜେଣ୍ଟିନା ୨-୨ ଗୋଲରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ମ୍ୟାଚ୍‌ ପରେ ମେସି ଅବଶ୍ୟ ଅସନ୍ତୋଷ ଜାହିର କରିଛନ୍ତି। ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଷ୍ଟ୍ରାଇକର ଗୋଞ୍ଜାଲେଜ୍‌ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିଛନ୍ତି। ଅନ୍ୟପଟେ ମେସିଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା ବୋଲି ଚିଲିର ଭିଡାଲ କହିଛନ୍ତି। ମ୍ୟାଚ୍‌ ଡ୍ର ହୋଇଥିବାରୁ ଚିଲି କିନ୍ତୁ ବେଶ୍‌ ଖୁସି ଜାହିର କରିଛି। ଦୁଇ ସପ୍ତାହ ତଳେ ଚିଲି ବିପକ୍ଷରେ ୧-୧ ଗୋଲରେ ମ୍ୟାଚ୍‌ ଡ୍ର ରଖିଥିଲା। ୨୦୧୫ କୋପା ଆମେରିକା ଫାଇନାଲରେ ପେନାଲ୍ଟି ଜରିଆରେ ଚିଲି ମେସିଙ୍କ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ ଜିତିଥିଲା। ତେବେ ଦୁଇ ବର୍ଷ ତଳେ ଏହି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇଥିଲା। ଗ୍ରୁପ୍‌ ବି’ରେ ଏବେ ପାରାଗୁଏ ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ପରବର୍ତ୍ତୀ ମ୍ୟାଚ୍‌ରେ ଶୁକ୍ରବାର ଉରୁଗୁଏକୁ ଭେଟିବ। ଏହି ଦିନ ଚିଲି ଓ ବଲିଭିଆ ମୁହଁାମୁହିଁ ହେବେ। ସେହିପରି ଆଗାମୀ ସୋମବାର ଆର୍ଜେଣ୍ଟିନା ପାରାଗୁଏକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri