Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଗ୍ରୁପ୍‌ ବି’ରେ ଆର୍ଜେଣ୍ଟିନା ଚିଲି ବିପକ୍ଷ ଏହି ମ୍ୟାଚ୍‌କୁ ଡ୍ର ରଖିଛି। ୩୩ତମ ମିନିଟ୍‌ରେ ମେସିଙ୍କ ଫ୍ରି କିକ୍‌ ଜରିଆରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ସ୍କୋର କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମାରାଡୋନା ଗତ ନଭେମ୍ବରରେ ମାତ୍ର ୬୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ।
ଚଳିତ ମାସ ୩୪ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମେସିଙ୍କ ପାଇଁ କୋପା ଆମେରିକା ଟାଇଟଲ ହାସଲର ଶେଷ ସୁଯୋଗ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ଭାବେ ଓ ନିଜ କ୍ଲବ ପାଇଁ ମେସି ଅସାଧାରଣ ଭାବେ ସଫଳତା ହାସଲ କରିଛନ୍ତି। ତେବେ ଆର୍ଜେଣ୍ଟିନା ପାଇଁ ସେ ସେତେଟା ସଫଳ ହୋଇପାରି ନାହାନ୍ତି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚିଲି ତରଫରୁ ୫୭ତମ ମିନିଟ୍‌ରେ ଏଡୁଆର୍ଡୋ ଭର୍ଗାସ୍‌ ଏକ ଫିଲ୍ଡ ଗୋଲ ପ୍ରଦାନ କରି ମ୍ୟାଚ୍‌ର ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
କୋଚ୍‌ ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ୧୬ ଓ ୧୮ତମ ମିନିଟ୍‌ରେ ୩ଟି ସୁଯୋଗ ହରାଇଥିଲା। ଲାଉଟାରୋ ମାର୍ଟିନେଜଙ୍କଠାରୁ ଗୋଟିଏ ଓ ନିକୋଲାସ ଗୋଞ୍ଜାଲେଜଙ୍କଠାରୁ ଦୁଇଟି ଗୋଲ ସୁଯୋଗ ହାତଛଡ଼ା ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଚିଲି ଅଧିକ ଆକ୍ରମଣାତ୍ମକ ଗୋଲ କରିଥିଲା। ଏଭି ଭିଡିଓ ରିଭ୍ୟୁ ପରେ ଚିଲି ଏକ ପେନାଲ୍ଟି ସୁଯୋଗ ମଧ୍ୟ ପାଇଥିଲା। ମେସି କ୍ରମାଗତ ଭାବେ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଗୋଲ ଦେଇପାରି ନ ଥିଲା। ଗତ ସପ୍ତାହରେ ବିଶ୍ୱକପ୍‌ କ୍ୱାଲିଫାୟରରେ ଠିକ୍‌ ସମାନ ଢଙ୍ଗରେ ଆର୍ଜେଣ୍ଟିନା ୨-୨ ଗୋଲରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ମ୍ୟାଚ୍‌ ପରେ ମେସି ଅବଶ୍ୟ ଅସନ୍ତୋଷ ଜାହିର କରିଛନ୍ତି। ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଷ୍ଟ୍ରାଇକର ଗୋଞ୍ଜାଲେଜ୍‌ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିଛନ୍ତି। ଅନ୍ୟପଟେ ମେସିଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା ବୋଲି ଚିଲିର ଭିଡାଲ କହିଛନ୍ତି। ମ୍ୟାଚ୍‌ ଡ୍ର ହୋଇଥିବାରୁ ଚିଲି କିନ୍ତୁ ବେଶ୍‌ ଖୁସି ଜାହିର କରିଛି। ଦୁଇ ସପ୍ତାହ ତଳେ ଚିଲି ବିପକ୍ଷରେ ୧-୧ ଗୋଲରେ ମ୍ୟାଚ୍‌ ଡ୍ର ରଖିଥିଲା। ୨୦୧୫ କୋପା ଆମେରିକା ଫାଇନାଲରେ ପେନାଲ୍ଟି ଜରିଆରେ ଚିଲି ମେସିଙ୍କ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ ଜିତିଥିଲା। ତେବେ ଦୁଇ ବର୍ଷ ତଳେ ଏହି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇଥିଲା। ଗ୍ରୁପ୍‌ ବି’ରେ ଏବେ ପାରାଗୁଏ ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ପରବର୍ତ୍ତୀ ମ୍ୟାଚ୍‌ରେ ଶୁକ୍ରବାର ଉରୁଗୁଏକୁ ଭେଟିବ। ଏହି ଦିନ ଚିଲି ଓ ବଲିଭିଆ ମୁହଁାମୁହିଁ ହେବେ। ସେହିପରି ଆଗାମୀ ସୋମବାର ଆର୍ଜେଣ୍ଟିନା ପାରାଗୁଏକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ...

ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ

ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ...

ପାକିସ୍ତାନର ଇଂଲଣ୍ଡ ଗସ୍ତ: ୟୁନିସ୍‌ ବ୍ୟାଟିଂ, ମୁସ୍ତାକ୍‌ ସ୍ପିନ୍‌ କୋଚ୍‌ ନିଯୁକ୍ତ

କରାଚୀ,୯।୬(ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନୂଆ ବ୍ୟାଟିଂ ଓ ବୋଲିଂ କୋଚ୍‌ ନିଯୁକ୍ତ କରିଛି। ପିସିବି ପୂର୍ବତନ ବ୍ୟାଟ୍ସମ୍ୟାନ...

ଶ୍ରୀଲଙ୍କା ଖେଳାଳିଙ୍କୁ ଭାରତ ଧମକ ଦେଲା: ପାକିସ୍ତାନ ମନ୍ତ୍ରୀ

ଇସାଲାମାବାଦ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ୧୦ଜଣ ସଦସ୍ୟ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିବାରୁ ଏହାର ଦୋଷ ଭାରତ ଉପରେ ଲଦିଛି ପାକିସ୍ତାନ। ଭାରତ ଶ୍ରୀଲଙ୍କା...

ଟିମ୍‌ ଇଣ୍ଡିଆରୁ ପଡ଼ିଛନ୍ତି ବାଦ୍‌, ତଥାପି ନୂଆ ଆଇପିଏଲ୍‌ ଟିମ୍‌ର ହେବେ ଅଧିନାୟକ!

ନୂଆଦିଲ୍ଲୀ,୧୧।୧: ଆଇପିଏଲ୍‌ର ୧୫ମ ସଂସ୍କରଣରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ଆଇପିଏଲ୍‌ର...

ଦିଲ୍ଲୀ ଟିମ୍‌ରୁ ବିଦାୟ ନେଇପାରନ୍ତି ନୀତିଶ ରାଣା, ରିଙ୍କୁଙ୍କ ସହ ପୁଣି ଜମିବ ଯୋଡ଼ି…

ନୂଆଦିଲ୍ଲୀ,୨୦।୮: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଟିମ୍‌ର ପୂର୍ବତନ ଅଧିନାୟକ ନୀତିଶ ରାଣା ଖୁବ୍‌ଶୀଘ୍ର ପୁରୁଣା ଦଳରୁ ବିଦାୟ ନେଇପାରନ୍ତି। ଆଗାମୀ ସିଜନରେ...

୧୦୦ତମ ଟେଷ୍ଟ ଖେଳିବେ ପୂଜାରା: ୧୩ତମ ଭାରତୀୟ ଖେଳାଳି ଭାବେ…

ନୂଆଦିଲ୍ଲୀ,୧୬।୨: ଟିମ୍‌ ଇଣ୍ଡିଆର ‘ନ୍ୟୁ ଓ୍ବାଲ୍‌’ ଭାବରେ ସାରା ବିଶ୍ୱରେ ଜଣାଶୁଣା ଚେତେଶ୍ୱର ପୂଜାରା ତାଙ୍କ କ୍ରିକେଟ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳିବେ।...

ଜାତୀୟ ସିନିୟର ଖୋଖୋ: ଓଡିଶା ମହିଳା ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ...

Advertisement
Archives

Model This Week