Posted inଖେଳ

କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା

ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍‌ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ ଉଲ୍ଲଂଘନ କରିଛନ୍ତି। ବ୍ରାଜିଲର କୁଇଆବା ସହରରେ ଖେଳାଳିଙ୍କ ଟିମ୍‌ ହୋଟେଲକୁ ଜଣେ ଚୁଟି କଟାଳି ଆସିଥିଲେ। ତେଣୁ ଚିଲି ଫୁଟବଲ ଫେଡେରେଶନ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। କୋପା ଆମେରିକାରେ ହେଲ୍‌ଥ ବବଲ ଉଲ୍ଲଂଘନ ନେଇ ଫେଡେରେଶନ ସ୍ବୀକାର କରି ଏହି ବିଜ୍ଞପ୍ତି ଜାରି କରିଛି। ଚୁଟି କଟାଳିଙ୍କ ଅବାଞ୍ଛିତ ପ୍ରବେଶ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସମ୍ପୃକ୍ତ ଚୁଟି କଟାଳିଙ୍କ ଆର୍‌ଟି-ପିସିଆର ଟେଷ୍ଟ ନେଗେଟିଭ ବୋଲି ଜଣାପଡିଥିଲେ ମଧ୍ୟ ନିୟମର ଉଲ୍ଲଂଘନ ହୋଇଛି ବୋଲି କୁହାଯାଇଛି। ତେବେ ଏହି ମାମଲରେ କେଉଁ ଖେଳାଳିମାନେ ସାମିଲ ଅଛନ୍ତି ସେ ନେଇ କିଛି କୁହାଯାଇନାହିଁ। ପ୍ରଥମ ପ୍ରୋଟୋକଲ ଉଲ୍ଲଂଘନ ପାଇଁ ୧୫ ହଜାର ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଛି। ଗ୍ରୁପ୍‌ ଏ’ରେ ଚିଲି ଓ ଆର୍ଜେଣ୍ଟିନ ଦୁଇଟି ମ୍ୟାଚ୍‌ ଖେଳି ୪ ଲେଖାଏ ପଏଣ୍ଟ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚିଲି ସୋମବାର ଉରୁଗୁଏକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ଚିଲି ନକ୍‌ ଆଉଟ୍‌କୁ ଉଠିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ପହଞ୍ଚିଲେ ହିମା

ବର୍ମିଂହାମ୍‌, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ...

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ...

ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଛନ୍ତି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍‌ଲାଇନ୍‌ରେ...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କାର୍ତ୍ତିକ

ରାଜକୋଟ,୧୮।୬: ଦୀନେଶ କାର୍ତ୍ତିକ ଶୁକ୍ରବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବୟୋଜ୍ୟେଷ୍ଠ ଭାରତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ...

ସିଲେକ୍ଟ କାଉଣ୍ଟି ଏକାଦଶ ସହ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବ ଭାରତ

ଲଣ୍ଡନ,୨।୭: କୋଭିଡ୍‌-୧୯ ନିୟମକୁ ପାଳନ କରିବା ସହିତ ଭାରତୀୟ ଦଳକୁ ଅଭ୍ୟାସ ପାଇଁ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଦେବା ଦିଗରେ କାମ କରୁଛି ଇଂଲଣ୍ଡ ଓ...

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ଡେନମାର୍କ

୨୭ା୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡେନମାର୍କ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଅନୁଷ୍ଠିତ ରାଉଣ୍ଡ ଅଫ୍‌...

ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୯ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’...

ଡେନମାର୍କ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ପ୍ରମୋଦ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- ଡେନମାର୍କର କୋପେନହାଗେନଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ...

Advertisement
Archives

Model This Week