Posted inଖେଳ

କୋପା ଆମେରିକା: ଆର୍ଜେଣ୍ଟିନା- କଲମ୍ବିଆ ସେମିଫାଇନାଲ ଆଜି

ବ୍ରାସିଲିଆ,୭।୭: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ସୁପରଷ୍ଟାର ମେସିଙ୍କ ଉପରେ ଓ କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନାଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛନ୍ତି। ବିଜୟୀ ହେଲେ ଆର୍ଜେଣ୍ଟିନା ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବ୍ରାଜିଲକୁ ଭେଟିବ। ମେସି ମଧ୍ୟ ଆର୍ଜେଣ୍ଟିନା ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ ଅପେକ୍ଷାରେ ରହିଛନ୍ତି। ୧୯୯୩ ପରେ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ ହାସଲ କରିପାରି ନାହିଁ। ଅନ୍ୟପଟେ କଲମ୍ବିଆ ୨୦୦୧ରେ ତା’ର ଏକମାତ୍ର କୋପା ଟାଇଟଲ ହାସଲ କରିଥିଲା।
ଟୁର୍ନାମେଣ୍ଟରେ ମେସି ଏ ପର୍ଯ୍ୟନ୍ତ ଜବରଦସ୍ତ ଫର୍ମରେ ରହିଛନ୍ତି। ୪ଟି ଗୋଲ ସ୍କୋର କରିବା ସହ ସେ ୪ ଗୋଲରେ ଆସିଷ୍ଟ କରିଛନ୍ତି। ମେସି ଏପର୍ଯ୍ୟନ୍ତ ସର୍ବାଧିକ ଗୋଲ ସ୍କୋର କରି ସମସ୍ତଙ୍କ ଆଗରେ ରହିଛନ୍ତି। ଇକ୍ୱେଡର ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ଅନ୍ତିମ ମୁହୂର୍ତ୍ତରେ ଫ୍ରିକିକ୍‌ ଜରିଆରେ ଚମତ୍କାର ଗୋଲ ଦେଇଥିଲେ ଓ ଆର୍ଜେଣ୍ଟିନା ୩-୦ ଗୋଲରେ ବିଜୟୀ ହୋଇଥିଲା।
କଲମ୍ବିଆ ଏକ ଶକ୍ତିଶାଳୀ ଦଳ ଓ ସେମିରେ ଏହା କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆର୍ଜେଣ୍ଟିନା କୋଚ୍‌ ଲିଓନେଲ ସ୍କାଲୋନୀ କହିଛନ୍ତି। ଗତ ୧୮ଟି ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅପରାଜେୟ ରହିଛି। ତେଣୁ ସ୍ଥିର ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ ବୋଲି ସ୍କାଲୋନୀ କହିଛନ୍ତି। ସେହିପରି ଆର୍ଜେଣ୍ଟିନା ଏକ ଶକ୍ତିଶାଳୀ ଦଳ ଓ ଫୁଟ୍‌ବଲ ସୁପରପାଓ୍ବାର ବୋଲି କଲମ୍ବିଆ କୋଚ୍‌ ରେନାଲ୍ଡୋ ରୁଏଡା କହିଛନ୍ତି। ତେବେ କେବଳ ମେସି ନୁହନ୍ତି ପୂରା ଆର୍ଜେଣ୍ଟିନାକୁ ଚକ୍‌ମା ଦେବାକୁ ପ୍ରୟାସ କରିବୁ। ଏହା ଆମ ପାଇଁ ଫାଇନାଲ ସଦୃଶ ହୋଇଛି। ଆମେ ୧୦୦ ପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି ରୁଏଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ଦୀନେଶ

ଭୁବନେଶ୍ୱର, ୧୩ା୧ (କ୍ରୀଡ଼ା ପ୍ରତିନିଧି)-  ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଶାର ଦୀନେଶ...

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ...

ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର...

ପାକିସ୍ତାନ ବୋଲର୍‌ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍‌ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ

ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍‌ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି...

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ...

ସ୍ପାନିଶ କ୍ଲବ ଭାଲେନସିଆର ଏକତୃତୀୟାଂଶ ଖେଳାଳି ଆକ୍ରାନ୍ତ

ମାଡ୍ରିଡ୍‌, ୧୭।୩ (ଏଏଫ୍‌ପି)- ସ୍ପେନ ଫୁଟ୍‌ବଲ କ୍ଲବ ଭାଲେନସିଆ ଦଳର ୩୫ ପ୍ରତିଶତ ଖେଳାଳି ମାରାତ୍ମକ କରୋନା ଭାଇରସ୍‌ରେ ଆକ୍ରାନ୍ତ ରହିଛନ୍ତି। କ୍ଲବର ଏକତୃତୀୟାଂଶ ଖେଳାଳି...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌,...

ଅଷ୍ଟ୍ରେଲିଆରେ ଇତିହାସ ରଚିଲେ ମନ୍ଧାନା

କୁଇନ୍ସଲାଣ୍ଡ,୧୭।୧୧: ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି ସ୍ମ୍ରିତି ମନ୍ଧାନା। କୁଇନ୍ସଲାଣ୍ଡର ହାରପ ପାର୍କଠାରେ ବୁଧବାର...

Advertisement
Archives

Model This Week