Posted inଖେଳ

କୋପା ଆମେରିକା: ଆର୍ଜେଣ୍ଟିନା- କଲମ୍ବିଆ ସେମିଫାଇନାଲ ଆଜି

ବ୍ରାସିଲିଆ,୭।୭: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ଭେଟିବେ। ଆର୍ଜେଣ୍ଟିନା ସୁପରଷ୍ଟାର ମେସିଙ୍କ ଉପରେ ଓ କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନାଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛନ୍ତି। ବିଜୟୀ ହେଲେ ଆର୍ଜେଣ୍ଟିନା ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବ୍ରାଜିଲକୁ ଭେଟିବ। ମେସି ମଧ୍ୟ ଆର୍ଜେଣ୍ଟିନା ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ ଅପେକ୍ଷାରେ ରହିଛନ୍ତି। ୧୯୯୩ ପରେ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ ହାସଲ କରିପାରି ନାହିଁ। ଅନ୍ୟପଟେ କଲମ୍ବିଆ ୨୦୦୧ରେ ତା’ର ଏକମାତ୍ର କୋପା ଟାଇଟଲ ହାସଲ କରିଥିଲା।
ଟୁର୍ନାମେଣ୍ଟରେ ମେସି ଏ ପର୍ଯ୍ୟନ୍ତ ଜବରଦସ୍ତ ଫର୍ମରେ ରହିଛନ୍ତି। ୪ଟି ଗୋଲ ସ୍କୋର କରିବା ସହ ସେ ୪ ଗୋଲରେ ଆସିଷ୍ଟ କରିଛନ୍ତି। ମେସି ଏପର୍ଯ୍ୟନ୍ତ ସର୍ବାଧିକ ଗୋଲ ସ୍କୋର କରି ସମସ୍ତଙ୍କ ଆଗରେ ରହିଛନ୍ତି। ଇକ୍ୱେଡର ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ଅନ୍ତିମ ମୁହୂର୍ତ୍ତରେ ଫ୍ରିକିକ୍‌ ଜରିଆରେ ଚମତ୍କାର ଗୋଲ ଦେଇଥିଲେ ଓ ଆର୍ଜେଣ୍ଟିନା ୩-୦ ଗୋଲରେ ବିଜୟୀ ହୋଇଥିଲା।
କଲମ୍ବିଆ ଏକ ଶକ୍ତିଶାଳୀ ଦଳ ଓ ସେମିରେ ଏହା କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆର୍ଜେଣ୍ଟିନା କୋଚ୍‌ ଲିଓନେଲ ସ୍କାଲୋନୀ କହିଛନ୍ତି। ଗତ ୧୮ଟି ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅପରାଜେୟ ରହିଛି। ତେଣୁ ସ୍ଥିର ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ ବୋଲି ସ୍କାଲୋନୀ କହିଛନ୍ତି। ସେହିପରି ଆର୍ଜେଣ୍ଟିନା ଏକ ଶକ୍ତିଶାଳୀ ଦଳ ଓ ଫୁଟ୍‌ବଲ ସୁପରପାଓ୍ବାର ବୋଲି କଲମ୍ବିଆ କୋଚ୍‌ ରେନାଲ୍ଡୋ ରୁଏଡା କହିଛନ୍ତି। ତେବେ କେବଳ ମେସି ନୁହନ୍ତି ପୂରା ଆର୍ଜେଣ୍ଟିନାକୁ ଚକ୍‌ମା ଦେବାକୁ ପ୍ରୟାସ କରିବୁ। ଏହା ଆମ ପାଇଁ ଫାଇନାଲ ସଦୃଶ ହୋଇଛି। ଆମେ ୧୦୦ ପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ବୋଲି ରୁଏଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri