ୟୁକ୍ରେନ୍‌କୁ ବଢ଼ୁଛି ସହଯୋଗ

କ୍ୱିଭ,୧।୩: ୟୁକ୍ରେନରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ବିଭିନ୍ନ ଦେଶ କ୍ୱିଭ୍‌କୁ ସେମାନଙ୍କ ସାମରିକ ସହାୟତା ପ୍ରଦାନ କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩୫୦ ମିଲିୟନ ଡଲାରର ସାମରିକ ଏବଂ ୫୪ ମିଲିୟନ ଡଲାରର ମାନବୀୟ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ବୈଦେଶିକ ସହାୟତା ଆଇନ ଅନୁସାରେ ୟୁକ୍ରେନ ପ୍ରତିରକ୍ଷା ବିଭାଗକୁ ଉକ୍ତ ଅର୍ଥ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ବ୍ରିଟେନ ମଧ୍ୟ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଘାତକ ଅସ୍ତ୍ରଶସ୍ତ୍ର ସାମିଲ କରାଯାଇଛି। ଫ୍ରାନ୍ସ ଡିଫେନ୍ସିଭ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସମେତ ଡିଜିଟାଲ ସହାୟତା ଦେଇଛି। ୟୁକ୍ରେନ୍‌କୁ ୨୦୦ ଷ୍ଟିଙ୍ଗର ଏୟାର ଡିଫେନ୍ସ ରକେଟ ଏବଂ ୫୦ ଆଣ୍ଟି-ଟ୍ୟାଙ୍କ୍‌ ସିଷ୍ଟମ ସହ ୪୦୦ ରକେଟ୍‌ ଯୋଗାଇଦେବାକୁ ଡଚ୍‌ ସରକାର ଘୋଷଣା କରିଛନ୍ତି। ଏହା ଜର୍ମାନୀ ସହ ମିଳିତ ଭାବେ ସ୍ଲୋଭାକିଆରେ ଏକ ନାଟୋ ଯୁଦ୍ଧଗୋଷ୍ଠୀକୁ ପାଟ୍ରିଓଟ୍‌ ଏୟାର ଡିଫେନ୍ସ ସିଷ୍ଟମ ପଠାଇବାକୁ ଯୋଜନା କରିଛି। ଜର୍ମାନୀ ୧ ହଜାର ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର, ଭୂମିରୁ ଆକାଶକୁ ନିକ୍ଷେପ ହେଉଥିବା ୫୦୦ ଷ୍ଟିଙ୍ଗର ମିଶାଇଲ ଯୋଗାଣ କରିବ ବୋଲି କହିଛି। କାନାଡା ପ୍ରାୟ ୩୯୪ ମିଲିୟନ ଡଲାରର ଘାତକ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।
୫ ହଜାର ଆଣ୍ଟି-ଟ୍ୟାଙ୍କ୍‌ ରକେଟ୍‌ ସହ ଅଙ୍ଗରକ୍ଷାକାରୀ କବଚ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ପଠାଇବାକୁ ନିଷ୍ପତ୍ତି ନେଇଛି। ୧୯୩୯ରେ ସୋଭିଏଟ୍‌ ୟୁନିୟନ ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ସୁଇଡେନ୍‌ ନିରପେକ୍ଷ ରହିବା ବଦଳରେ କୌଣସି ଯୁଦ୍ଧ ପ୍ରଭାବିତ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବେଲ୍‌ଜିୟମ ୩ ହଜାର ସ୍ବଂୟଚାଳିତ ରାଇଫଲ୍‌, ୨୦୦ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ସହ ୩,୮୦୦ ଟନ୍‌ ଇନ୍ଧନ ଯୋଗାଇବାକୁ କହିଛି। ପର୍ତ୍ତୁଗାଲ ନାଇଟ୍‌-ଭିଜନ ଚଷମା, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ, ହେଲମେଟ, ଗ୍ରେନେଡ, ଜି-୩ ରାଇଫଲ ସହ ଅନ୍ୟ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି। ଗ୍ରୀସ ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ସହ ମାନବୀୟ ସହାୟତା ପଠାଇବା ଜାରି ରଖିଛି। ୟୁକ୍ରେନ ସୀମା ସଂଲଗ୍ନ ଦେଶ ରୋମାନିଆ ୧୧ ମିଲିଟାରି ହସ୍ପିଟାଲ, ଇନ୍ଧନ, ବୁଲେଟ୍‌ ପ୍ରୁଫ୍‌ ପୋଷାକ, ହେଲମେଟ ସହ ପ୍ରାୟ ୩.୩ ମିଲିୟନ ଡଲାରର ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିଛି। ସ୍ପେନ୍‌ ୟୁକ୍ରେନ୍‌କୁ ଚିକିତ୍ସା ଉପକରଣ ସହ ଯୁଦ୍ଧାସ୍ତ୍ର ଯୋଗାଣ ନିମନ୍ତେ ଘୋଷଣା କରିଛି। ଚେକ୍‌ ରିପବ୍ଲିକ୍‌ ୪ ହଜାର ମୋର୍ଟାର, ୩୦ ହଜାର ପିସ୍ତଲ, ୭ ହଜାର ଆସଲ୍ଟ ରାଇଫଲ, ୩ ହଜାର ମେଶିନ୍‌ ଗନ୍‌ ସହ ସ୍ନାଇପର ରାଇଫଲ ଏବଂ ୧୦ ଲକ୍ଷ ବୁଲେଟ ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି

ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ...

ରୁଷିଆ-ୟୁକ୍ରେନ ମଧ୍ୟରେ ଇସ୍ରାଏଲ୍‌ କରିବ ମଧ୍ୟସ୍ଥତା

ଜେରୁଜେଲମ୍‌,୧୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ...

ଡେଥ୍‌ କମିଶନରୁ ରାଷ୍ଟ୍ରନେତା

ତେହେରାନ,୨୦ା୬: ଇବ୍ରାହିମ୍‌ ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲରଜା ରହମାନୀ ଫଜଲି ଶନିବାର ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା...

କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍‌

ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ...

ଆତଙ୍କବାଦୀଙ୍କ ପାଖରେ ଜୈବିକ-ଆଣବିକ ଅସ୍ତ୍ରଶସ୍ତ୍ର, ଜାତିସଂଘରେ ଭାରତର ଚେତାବନୀ…

ଓ୍ବାଶିଂଟନ,୨।୬: ଆତଙ୍କବାଦୀମାନଙ୍କ ପାଖରେ ଆଣବିକ,ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି।...

ପାର୍ଲାମେଣ୍ଟରେ ମରାମରି ହେଲେ ଏମ୍‌ପି

ଲା ପାଜ୍‌,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା...

ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌...

ଆଇଏସ୍‌ର ଶିୟା ମୁସଲମାନଙ୍କୁ ଟାର୍ଗେଟ: ଯେଉଁଠି ଥିଲେ ବି ଖୋଜି ବାହାର କରିବୁ

କାବୁଲ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ଶାସନ ଗାଦି ମାଡି ବସିବା ପରେ ଏବେ ସେ ଶିୟା ମୁସଲମାନଙ୍କୁ ଟାର୍ଗେଟ କରିଛି । ଲଗାତାର ଭାବେ ଏମାନଙ୍କ...

Advertisement
Archives

Model This Week