ୟୁକ୍ରେନ୍‌କୁ ବଢ଼ୁଛି ସହଯୋଗ

କ୍ୱିଭ,୧।୩: ୟୁକ୍ରେନରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ବିଭିନ୍ନ ଦେଶ କ୍ୱିଭ୍‌କୁ ସେମାନଙ୍କ ସାମରିକ ସହାୟତା ପ୍ରଦାନ କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩୫୦ ମିଲିୟନ ଡଲାରର ସାମରିକ ଏବଂ ୫୪ ମିଲିୟନ ଡଲାରର ମାନବୀୟ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ବୈଦେଶିକ ସହାୟତା ଆଇନ ଅନୁସାରେ ୟୁକ୍ରେନ ପ୍ରତିରକ୍ଷା ବିଭାଗକୁ ଉକ୍ତ ଅର୍ଥ ଦିଆଯିବ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ବ୍ରିଟେନ ମଧ୍ୟ ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଘାତକ ଅସ୍ତ୍ରଶସ୍ତ୍ର ସାମିଲ କରାଯାଇଛି। ଫ୍ରାନ୍ସ ଡିଫେନ୍ସିଭ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସମେତ ଡିଜିଟାଲ ସହାୟତା ଦେଇଛି। ୟୁକ୍ରେନ୍‌କୁ ୨୦୦ ଷ୍ଟିଙ୍ଗର ଏୟାର ଡିଫେନ୍ସ ରକେଟ ଏବଂ ୫୦ ଆଣ୍ଟି-ଟ୍ୟାଙ୍କ୍‌ ସିଷ୍ଟମ ସହ ୪୦୦ ରକେଟ୍‌ ଯୋଗାଇଦେବାକୁ ଡଚ୍‌ ସରକାର ଘୋଷଣା କରିଛନ୍ତି। ଏହା ଜର୍ମାନୀ ସହ ମିଳିତ ଭାବେ ସ୍ଲୋଭାକିଆରେ ଏକ ନାଟୋ ଯୁଦ୍ଧଗୋଷ୍ଠୀକୁ ପାଟ୍ରିଓଟ୍‌ ଏୟାର ଡିଫେନ୍ସ ସିଷ୍ଟମ ପଠାଇବାକୁ ଯୋଜନା କରିଛି। ଜର୍ମାନୀ ୧ ହଜାର ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର, ଭୂମିରୁ ଆକାଶକୁ ନିକ୍ଷେପ ହେଉଥିବା ୫୦୦ ଷ୍ଟିଙ୍ଗର ମିଶାଇଲ ଯୋଗାଣ କରିବ ବୋଲି କହିଛି। କାନାଡା ପ୍ରାୟ ୩୯୪ ମିଲିୟନ ଡଲାରର ଘାତକ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।
୫ ହଜାର ଆଣ୍ଟି-ଟ୍ୟାଙ୍କ୍‌ ରକେଟ୍‌ ସହ ଅଙ୍ଗରକ୍ଷାକାରୀ କବଚ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ପଠାଇବାକୁ ନିଷ୍ପତ୍ତି ନେଇଛି। ୧୯୩୯ରେ ସୋଭିଏଟ୍‌ ୟୁନିୟନ ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ସୁଇଡେନ୍‌ ନିରପେକ୍ଷ ରହିବା ବଦଳରେ କୌଣସି ଯୁଦ୍ଧ ପ୍ରଭାବିତ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବେଲ୍‌ଜିୟମ ୩ ହଜାର ସ୍ବଂୟଚାଳିତ ରାଇଫଲ୍‌, ୨୦୦ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ସହ ୩,୮୦୦ ଟନ୍‌ ଇନ୍ଧନ ଯୋଗାଇବାକୁ କହିଛି। ପର୍ତ୍ତୁଗାଲ ନାଇଟ୍‌-ଭିଜନ ଚଷମା, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ, ହେଲମେଟ, ଗ୍ରେନେଡ, ଜି-୩ ରାଇଫଲ ସହ ଅନ୍ୟ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି। ଗ୍ରୀସ ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ସହ ମାନବୀୟ ସହାୟତା ପଠାଇବା ଜାରି ରଖିଛି। ୟୁକ୍ରେନ ସୀମା ସଂଲଗ୍ନ ଦେଶ ରୋମାନିଆ ୧୧ ମିଲିଟାରି ହସ୍ପିଟାଲ, ଇନ୍ଧନ, ବୁଲେଟ୍‌ ପ୍ରୁଫ୍‌ ପୋଷାକ, ହେଲମେଟ ସହ ପ୍ରାୟ ୩.୩ ମିଲିୟନ ଡଲାରର ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିଛି। ସ୍ପେନ୍‌ ୟୁକ୍ରେନ୍‌କୁ ଚିକିତ୍ସା ଉପକରଣ ସହ ଯୁଦ୍ଧାସ୍ତ୍ର ଯୋଗାଣ ନିମନ୍ତେ ଘୋଷଣା କରିଛି। ଚେକ୍‌ ରିପବ୍ଲିକ୍‌ ୪ ହଜାର ମୋର୍ଟାର, ୩୦ ହଜାର ପିସ୍ତଲ, ୭ ହଜାର ଆସଲ୍ଟ ରାଇଫଲ, ୩ ହଜାର ମେଶିନ୍‌ ଗନ୍‌ ସହ ସ୍ନାଇପର ରାଇଫଲ ଏବଂ ୧୦ ଲକ୍ଷ ବୁଲେଟ ୟୁକ୍ରେନ୍‌କୁ ପଠାଇବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ପାକିସ୍ତାନ ଭୂଗୋଳ ହେବାକୁ ଚାହୁଁଛି ନା ଇତିହାସ? ଭାରତୀୟ ସେନା ମୁଖ୍ୟଙ୍କ ଏମିତି ଧମକ ଶୁଣି…

ନୂଆଦିଲ୍ଲୀ/ଇସଲାମାବାଦ,୧୭ା୫: ରବିବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଶୁଣି ପାକିସ୍ତାନ ସେନା ଡରିଯାଇଛି। ଏହା ପରେ ପାକିସ୍ତାନ ଭାରତକୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିଖିବାକୁ…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

‘ଭାରତ-ବାଂଲାଦେଶ ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ’ – ତାରିକ ରହମାନ ମନ୍ତ୍ରୀଙ୍କ ବଡ଼ ବୟାନ

ଢାକା,୧୭।୫: ବାଂଲାଦେଶର ଶାସକ ଦଳ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP), ଏବେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କର ଭବିଷ୍ୟତକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିନାମା ନବୀକରଣ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri