Posted inଖେଳ

ବିଜୟରୁ ନ୍ୟୁଜିଲାଣ୍ଡର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଅହମଦାବାଦ,୫।୧୦: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ଓପନର ଡେଭନ କନୱେ ଏବଂ ଅଲ୍‌ରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ଶତକ ବଳରେ ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୯ ଉଇକେଟ୍‌ରେ ବିଜୟୀ ହୋଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୮୨ ରନ୍‌ କରିଥିଲା। ହେଲେ ନ୍ୟୁଜିଲାଣ୍ଡ ୩୭ତମ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦଓ୍ବେନ କନଓ୍ବେ ଅପରାଜିତ ୧୫୨ କରିଥିବା ବେଳେ ରଚିନ ରବୀନ୍ଦ୍ର ଅପରାଜିତ ୧୨୩ ରନ୍‌ କରିଥିଲେ।

୨୮୩ ରନ୍‌ର ଟାର୍ଗେଟ୍‌ର ଯବାବରେ ନ୍ୟୁଜିଲ୍ୟାଣ୍ଡ ୧୦ ରନ୍‌ରେ ୱିଲ ୟଙ୍ଗ(୦)ଙ୍କୁ ହରାଇଥିଲା। ତାଙ୍କୁ ପ୍ରଥମ ବଲରେ ସାମ କୁରାନ ଆଉଟ କରିଥିଲେ। ଏହାପରେ ରବୀନ୍ଦ୍ର ଓ କନୱେ ସ୍ଥିତି ସମ୍ଭାଳିଥିଲେ। ଉଭୟ ବଡ଼ ବଡ଼ ଶଟ ଖେଳି ଦ୍ରୁତ ଗତିରେ ନ୍ୟୁଜିଲାଣ୍ଡର ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। ବିଶେଷ କରି ରବୀନ୍ଦ୍ରଙ୍କ ବ୍ୟାଟରୁ ଆକର୍ଷଣୀୟ ସଟ୍‌ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ

ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ,...

ବଲ୍‌ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି।...

ଆଇପିଏଲ୍‌ରୁ ଗୁଜରାଟ ବିଦା: ଆରସିବିକୁ ଫାଇଦା

ନୂଆଦିଲ୍ଲୀ,୧୪।୫: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା।...

ପ୍ରତୀକ୍ଷାର ଅନ୍ତ: ଜାଣନ୍ତୁ କେବେ, କେଉଁଠୁ କିଣିବେ ଆଇପିଏଲ୍‌ ପ୍ଲେ ଅଫ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୪।୫:ଆଇପିଏଲ୍‌ ୨୦୨୪ ଧୀରେ ଧୀରେ ପ୍ଲେ ଅଫ ଆଡକୁ ଗତି କରୁଛି। ଟୁର୍ନାମେଣ୍ଟରେ ୭୦ଟି ଲିଗ ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ଲେ ଅଫ...

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ...

ଆଇପିଏଲ୍‌ ମଝିରେ ଆର୍‌ସିବି ଛାଡି ଇଂଲଣ୍ଡ ଫେରିଲେ ୨ ଖେଳାଳି

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ପୂର୍ବରୁ ଇଂଲଣ୍ଡର ଅନ୍ୟ ୨ ଖେଳାଳି ଆଇପିଏଲ ୨୦୨୪କୁ ବିଦାୟ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ...

ଡାକ୍ତର ହେବାକୁ ଚାହୁଁଥିଲେ ଜ୍ୟୋତିକା

ଭୁବନେଶ୍ୱର,୧୪ା୫: ଭାରତରେ ପାଠ ପଢ଼ିବା ପାଇଁ ସାଧାରଣତଃ ସମସ୍ତ ମାତା ପିତା ନିଜ ପିଲାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଆଥ୍‌ଲେଟ...

ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ

ଭୁବନେଶ୍ୱର, ୧୪।୫ (ତପନ ସ୍ବାଇଁ): ଇଣ୍ଡୋନେସିଆର ବାଟମଠାରେ ୫୬ତମ ଏସିଆନ ବଡିବିଲ୍ଡିଂ ଆଣ୍ଡ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ ଅଗଷ୍ଟ ୬ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri