Posted inଖେଳ

ବିଜୟରୁ ନ୍ୟୁଜିଲାଣ୍ଡର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଅହମଦାବାଦ,୫।୧୦: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ଓପନର ଡେଭନ କନୱେ ଏବଂ ଅଲ୍‌ରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ଶତକ ବଳରେ ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ୯ ଉଇକେଟ୍‌ରେ ବିଜୟୀ ହୋଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୮୨ ରନ୍‌ କରିଥିଲା। ହେଲେ ନ୍ୟୁଜିଲାଣ୍ଡ ୩୭ତମ ଓଭରରେ ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦଓ୍ବେନ କନଓ୍ବେ ଅପରାଜିତ ୧୫୨ କରିଥିବା ବେଳେ ରଚିନ ରବୀନ୍ଦ୍ର ଅପରାଜିତ ୧୨୩ ରନ୍‌ କରିଥିଲେ।

୨୮୩ ରନ୍‌ର ଟାର୍ଗେଟ୍‌ର ଯବାବରେ ନ୍ୟୁଜିଲ୍ୟାଣ୍ଡ ୧୦ ରନ୍‌ରେ ୱିଲ ୟଙ୍ଗ(୦)ଙ୍କୁ ହରାଇଥିଲା। ତାଙ୍କୁ ପ୍ରଥମ ବଲରେ ସାମ କୁରାନ ଆଉଟ କରିଥିଲେ। ଏହାପରେ ରବୀନ୍ଦ୍ର ଓ କନୱେ ସ୍ଥିତି ସମ୍ଭାଳିଥିଲେ। ଉଭୟ ବଡ଼ ବଡ଼ ଶଟ ଖେଳି ଦ୍ରୁତ ଗତିରେ ନ୍ୟୁଜିଲାଣ୍ଡର ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ। ବିଶେଷ କରି ରବୀନ୍ଦ୍ରଙ୍କ ବ୍ୟାଟରୁ ଆକର୍ଷଣୀୟ ସଟ୍‌ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?