Posted inଜାତୀୟ

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ସି. ସେଲଭାରାନିଙ୍କ ବାପା ହିନ୍ଦୁ ହୋଇଥିବାବେଳେ ମା’ ଖ୍ରୀଷ୍ଟିଆନ୍‌। ସେଲଭାରାନି ଜନ୍ମ ହେବାର କିଛି ଦିନ ପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୨୦୧୫ରେ ପଣ୍ଡିଚେରୀରେ କିରାଣି ନିଯୁକ୍ତିରେ ସଂରକ୍ଷଣ ସୁବିଧା ହାସଲ ପାଇଁ ନିଜକୁ ହିନ୍ଦୁ ଦାବିକରି ତଫସିଲଭୁକ୍ତ ଜାତି (ଏସ୍‌ସି) ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେଲଭାରାନିଙ୍କ ବାପା ପୂର୍ବରୁ ଭଲ୍ଲୁଭନ୍‌ ଜାତି (ଏସ୍‌ସି ବର୍ଗ)ର ହୋଇଥିବାରୁ ଜାତିଗତ ପ୍ରମାଣପତ୍ର ପାଇଁ ନିଜକୁ ଦାବିଦାର ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବାପା ଖ୍ରୀଷ୍ଟଧର୍ମ ଆପଣାଇଥିଲେ। ଏଭଳି ସ୍ଥିତିରେ ସେଲଭାରାନିଙ୍କୁ ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ସେ ମାଡ୍ରାସ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜାନୁଆରୀ ୨୪ରେ ହାଇକୋର୍ଟ ସମ୍ପୃକ୍ତା ମହିଳାଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ଅନୁମତି ପ୍ରଦାନ କରି ନ ଥିଲେ। ସେଲଭାରାନି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ପଙ୍କଜ ମିଥଲ ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ ମଙ୍ଗଳବାର ଏହା ଉପରେ ରାୟ ଦେଇଛନ୍ତି। ୨୧ ପୃଷ୍ଠା ସମ୍ବଳିତ ରାୟରେ ଖଣ୍ଡପୀଠ
କହିଛନ୍ତି, ଜଣେ ବ୍ୟକ୍ତି ଯେତେବେଳେ ଏକ ଧର୍ମର ସିଦ୍ଧାନ୍ତ ଓ ଧର୍ମୀୟ ବିଚାରଧାରାକୁ ନେଇ ବାସ୍ତବରେ ଅନୁପ୍ରାଣିତ ହୋଇଥାନ୍ତି, ସେତେବେଳେ ସେ ନିଜ ଧର୍ମରୁ ସମ୍ପୃକ୍ତ ଧର୍ମକୁ ପରିବର୍ତ୍ତିତ ହୋଇଥାନ୍ତି। କିନ୍ତୁ ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ କେବଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ତାକୁ ଅନୁମତି ଦିଆଯାଇପାରିବ ନାହିଁ। ମହିଳା ଜଣକ ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ହିନ୍ଦୁ ବୋଲି ଦାବି କରୁଛନ୍ତି। ଏହି ଆଧାରରେ ସେ ନିଯୁକ୍ତି ଲକ୍ଷ୍ୟରେ ଏସ୍‌ସି ପ୍ରମାଣପତ୍ର ମାଗୁଛନ୍ତି। ଏଭଳି ଦ୍ୱୈତ ଦାବି ଗ୍ରହଣୀୟ ନୁହେଁ। ତାଙ୍କୁ ଜାତିଗତ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ସଂରକ୍ଷଣ ସୁବିଧା ହାସଲ ଲାଗି ବିନା କୌଣସି ଆସ୍ଥାରେ ନିଜ ଧର୍ମ ବଦଳାଇବା ସଂରକ୍ଷଣ ନୀତିର ମୌଳିକ ସାମାଜିକ ଉଦ୍ଦେଶ୍ୟକୁ ନୂ୍ୟନ କରିଦିଏ। ମହିଳାଙ୍କ ଏପରି କାର୍ଯ୍ୟ ବଞ୍ଚତ୍ତ ବର୍ଗଙ୍କ ଉତ୍‌ଥାନ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନୀତିର ପରିପନ୍ଥୀ। ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ନିଜ ଜାତିଗତ ପରିଚୟ ହରାଇ ଦେଇଥାଏ। ଏଭଳି ସ୍ଥିତିରେ ସେ କେଉଁ କାରଣରୁ ଧର୍ମ ପରିବର୍ତ୍ତନ କରିଥିଲେ ତାହାର ଯୁକ୍ତିଯୁକ୍ତ ପ୍ରମାଣ ଦେବେ। ଏଥିସହ ପୁଣି ମୂଳ ଧର୍ମକୁ ଫେରିଆସିଥିବା ନେଇ ମଧ୍ୟ ପ୍ରମାଣ ଦାଖଲ କରିବେ, ଯାହାକି ଆବେଦନକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କ ପିଟିଶନକୁ ଖାରଜ କରାଯାଇଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri