Posted inଜାତୀୟ

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ସି. ସେଲଭାରାନିଙ୍କ ବାପା ହିନ୍ଦୁ ହୋଇଥିବାବେଳେ ମା’ ଖ୍ରୀଷ୍ଟିଆନ୍‌। ସେଲଭାରାନି ଜନ୍ମ ହେବାର କିଛି ଦିନ ପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୨୦୧୫ରେ ପଣ୍ଡିଚେରୀରେ କିରାଣି ନିଯୁକ୍ତିରେ ସଂରକ୍ଷଣ ସୁବିଧା ହାସଲ ପାଇଁ ନିଜକୁ ହିନ୍ଦୁ ଦାବିକରି ତଫସିଲଭୁକ୍ତ ଜାତି (ଏସ୍‌ସି) ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେଲଭାରାନିଙ୍କ ବାପା ପୂର୍ବରୁ ଭଲ୍ଲୁଭନ୍‌ ଜାତି (ଏସ୍‌ସି ବର୍ଗ)ର ହୋଇଥିବାରୁ ଜାତିଗତ ପ୍ରମାଣପତ୍ର ପାଇଁ ନିଜକୁ ଦାବିଦାର ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବାପା ଖ୍ରୀଷ୍ଟଧର୍ମ ଆପଣାଇଥିଲେ। ଏଭଳି ସ୍ଥିତିରେ ସେଲଭାରାନିଙ୍କୁ ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ସେ ମାଡ୍ରାସ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜାନୁଆରୀ ୨୪ରେ ହାଇକୋର୍ଟ ସମ୍ପୃକ୍ତା ମହିଳାଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ଅନୁମତି ପ୍ରଦାନ କରି ନ ଥିଲେ। ସେଲଭାରାନି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ପଙ୍କଜ ମିଥଲ ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ ମଙ୍ଗଳବାର ଏହା ଉପରେ ରାୟ ଦେଇଛନ୍ତି। ୨୧ ପୃଷ୍ଠା ସମ୍ବଳିତ ରାୟରେ ଖଣ୍ଡପୀଠ
କହିଛନ୍ତି, ଜଣେ ବ୍ୟକ୍ତି ଯେତେବେଳେ ଏକ ଧର୍ମର ସିଦ୍ଧାନ୍ତ ଓ ଧର୍ମୀୟ ବିଚାରଧାରାକୁ ନେଇ ବାସ୍ତବରେ ଅନୁପ୍ରାଣିତ ହୋଇଥାନ୍ତି, ସେତେବେଳେ ସେ ନିଜ ଧର୍ମରୁ ସମ୍ପୃକ୍ତ ଧର୍ମକୁ ପରିବର୍ତ୍ତିତ ହୋଇଥାନ୍ତି। କିନ୍ତୁ ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ କେବଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ତାକୁ ଅନୁମତି ଦିଆଯାଇପାରିବ ନାହିଁ। ମହିଳା ଜଣକ ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ହିନ୍ଦୁ ବୋଲି ଦାବି କରୁଛନ୍ତି। ଏହି ଆଧାରରେ ସେ ନିଯୁକ୍ତି ଲକ୍ଷ୍ୟରେ ଏସ୍‌ସି ପ୍ରମାଣପତ୍ର ମାଗୁଛନ୍ତି। ଏଭଳି ଦ୍ୱୈତ ଦାବି ଗ୍ରହଣୀୟ ନୁହେଁ। ତାଙ୍କୁ ଜାତିଗତ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ସଂରକ୍ଷଣ ସୁବିଧା ହାସଲ ଲାଗି ବିନା କୌଣସି ଆସ୍ଥାରେ ନିଜ ଧର୍ମ ବଦଳାଇବା ସଂରକ୍ଷଣ ନୀତିର ମୌଳିକ ସାମାଜିକ ଉଦ୍ଦେଶ୍ୟକୁ ନୂ୍ୟନ କରିଦିଏ। ମହିଳାଙ୍କ ଏପରି କାର୍ଯ୍ୟ ବଞ୍ଚତ୍ତ ବର୍ଗଙ୍କ ଉତ୍‌ଥାନ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନୀତିର ପରିପନ୍ଥୀ। ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ନିଜ ଜାତିଗତ ପରିଚୟ ହରାଇ ଦେଇଥାଏ। ଏଭଳି ସ୍ଥିତିରେ ସେ କେଉଁ କାରଣରୁ ଧର୍ମ ପରିବର୍ତ୍ତନ କରିଥିଲେ ତାହାର ଯୁକ୍ତିଯୁକ୍ତ ପ୍ରମାଣ ଦେବେ। ଏଥିସହ ପୁଣି ମୂଳ ଧର୍ମକୁ ଫେରିଆସିଥିବା ନେଇ ମଧ୍ୟ ପ୍ରମାଣ ଦାଖଲ କରିବେ, ଯାହାକି ଆବେଦନକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କ ପିଟିଶନକୁ ଖାରଜ କରାଯାଇଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri