Posted inଜାତୀୟ

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ବିବାଦ: ମୃତ୍ୟୁସଂଖ୍ୟା ସ୍ପଷ୍ଟ ଲାଗି କମିଶନ ବସାଅ

ନୂଆଦିଲ୍ଲୀ,୭ା୫: ଭାରତରେ କୋଭିଡ୍‌ ମହାମାରୀରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ମୃତ୍ୟୁସଂଖ୍ୟା ସ୍ପଷ୍ଟ କରିବା ନିମନ୍ତେ ସବୁ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ କମିଶନ ଗଠନ ଲାଗି କଂଗ୍ରେସ ଶୁକ୍ରବାର ଦାବି କରିଛି। ଏଥିସହିତ ସମସ୍ତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇଦେବା ଲାଗି ଦଳ ପକ୍ଷରୁ ଦାବିକୁ ପୁନର୍ବାର ଦୋହରାଯାଇଛି। ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଇଛନ୍ତି। ମହାମାରୀରେ ଦେଶର ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସରକାର ଏହାକୁ ୫.୨୪ ଲକ୍ଷ ଦର୍ଶାଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହୁଛନ୍ତି, ବିଜ୍ଞାନ କେବେ ମିଛ ହେବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଛନ୍ତି। ଆତ୍ମୀୟଙ୍କୁ ହରାଇଥିବା ପରିବାରଗୁଡ଼ିକୁ ସହାୟତା ସ୍ବରୂପ ୪ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।
କୋଭିଡ୍‌ ମହାମାରୀରେ ସାରା ବିଶ୍ୱରୁ ୧.୪୯ କୋଟି ଲୋକଙ୍କ ମୃତ୍ୟୁ ଘଟିଥିବା ଗୁରୁବାର ଡବ୍ଲ୍ୟୁଏଚ୍‌ଓ ପ୍ରକାଶ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଭାରତରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ସରକାରୀ ଭାବେ ଦର୍ଶାଯାଇଥିବା ସଂଖ୍ୟା ତୁଳନାରେ ୧୦ ଗୁଣ ଅଧିକ। ଏହା ବିଶ୍ୱ ମୃତ୍ୟୁସଂଖ୍ୟାର ପାଖାପାଖି ଏକ-ତୃତୀୟାଂଶ ବୋଲି ଜଣାପଡ଼ିଛି। ମହାମାରୀର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ୍‌, ଔଷଧ ଓ ହସ୍ପିଟାଲରେ ବେଡ୍‌ ନ ପାଇ ରୋଗୀଙ୍କ ଜୀବନ ଯାଉଥିବାବେଳେ ସରକାର ମୃତ୍ୟୁସଂଖ୍ୟା ଲୁଚାଇବା କାର୍ଯ୍ୟରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ଦେଶବାସୀ ସତ ଜାଣିବା ଆବଶ୍ୟକ। ମୋଦି ସରକାର ଭାରତକୁ ବିଶ୍ୱ ଦରବାରରେ ପୁଣିଥରେ ନିମ୍ନ ସ୍ତରକୁ ନେଇଯାଇଥିବା କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିଛନ୍ତି। ମୃତ୍ୟୁ ସମ୍ପର୍କିତ ସତ ପଦାକୁ ଆଣିବା ଲାଗି କମିଶନ ଗଠନ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଏନେଇ ସରକାରଙ୍କ ନିଦ କେବେ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର କୋଭିଡ୍‌ ପରିଚାଳନାରେ ବିଫଳ ହୋଇଥିବା ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଦ୍ୱିତୀୟ ଲହର ସମୟରେ ଗଙ୍ଗାନଦୀରେ ହଜାର ହଜାର ଶବ ଭାସୁଥିବାବେଳେ ସାରା ବିଶ୍ୱ ମୋଦିଙ୍କ ପରିଚାଳନା ଷ୍ଟାଇଲ୍‌କୁ ଦେଖିଥିଲା ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କୋଭିଡ୍‌ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀ ରାଜନୀତି କରୁଥିବା ଭାଜପା ଅଭିଯୋଗ କରିଛି। ଡବ୍ଲ୍ୟୁଏଚ୍‌ଓ ଡାଟା ଏବଂ କଂଗ୍ରେସ ବେଟା (ରାହୁଲ) ଉଭୟ ଭୁଲ୍‌ ବୋଲି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ଆକଳନ ତ୍ରୁଟିପୂର୍ଣ୍ଣ

କୋଭିଡ୍‌-୧୯ ମହାମାରୀରେ ଭାରତରେ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଉପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ (ସିସିଏଚ୍‌ଏଫ୍‌ଡବ୍ଲ୍ୟୁ) ଦୃଢ଼ ପ୍ରତିବାଦ ଜଣାଇଛି। ଡବ୍ଲ୍ୟୁଏଚ୍‌ଓ ମୃତ୍ୟୁସଂଖ୍ୟା ଆକଳନ ଲାଗି ବ୍ୟବହାର କରିଥିବା ମଡେଲ ତ୍ରୁଟିପୂର୍ଣ୍ଣ ବୋଲି ସିସିଏଚ୍‌ଏଫ୍‌ଡବ୍ଲ୍ୟୁରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ କୁହାଯାଇଛି। ଭାରତ ସରକାର ସ୍ବଚ୍ଛ ଓ ଆଇନଗତ ପ୍ରକ୍ରିୟା ଅନୁସରଣ କରି ବ୍ୟବସ୍ଥିତ ଭାବେ କୋଭିଡ୍‌ ମୃତ୍ୟୁ ରେକର୍ଡ ପ୍ରସ୍ତୁତ କରିଛି। ତେଣୁ ଡବ୍ଲ୍ୟୁଏଚ୍‌ଓ ଆକଳନ ଗ୍ରହଣୀୟ ନୁହେଁ ବୋଲି ସିସିଏଚ୍‌ଏଫ୍‌ଡବ୍ଲ୍ୟୁ କହିଛି। ଗୁଜରାଟର କେଭାଡିଆଠାରେ ଚାଲିଥିବା ସିସିଏଚ୍‌ଏଫ୍‌ଡବ୍ଲ୍ୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ୨୦ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ଭାରତର ଅସନ୍ତୋଷ ଡବ୍ଲ୍ୟୁଏଚ୍‌ଓକୁ ଜଣାଇବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?