ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟକୁ କେନ୍ଦ୍ରକରି ଉତ୍ତେଜନା: ମୃତ ଶିଶୁକୁ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଡାକ୍ତରଙ୍କ ମଧ୍ୟରେ ଦୋଷାରୋପ

ଯାଜପୁର ଟାଉନ,୩୧।୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସହରରେ ଥିବା ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ରିପୋର୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ଓ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ପ୍ରସବ ମହିଳାଙ୍କ ମୃତ ଶିଶୁ ଜନ୍ମ ହେବାକୁ ନେଇ ଉଭୟ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଡାକ୍ତରଙ୍କ ମଧ୍ୟରେ ପରସ୍ପରକୁ ଦୋଷାରୋପ କରାଯାଇଥିବା ଯାଜପୁର ଥାନାରେ ଲିଖିତ ଏତଲା ଦାଏର ହୋଇଛି।

ଅଭିଯୋଗ ମୁତାବକ, ଦଶରଥପୁର ଥାନା ମେରଦା ଅଞ୍ଚଳର ଏସ୍‌କେ ସୋନୱାଙ୍କ ସ୍ତ୍ରୀ ରିଜୱାନା ପରବିନ୍‌ ଗର୍ଭବତୀ ଥିବାବେଳେ ରୟାଲ ମେଡିକେୟାର ନସିର୍ଂହୋମ୍‌ରେ ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କ ପାଖରେ ଚିକିତ୍ସିତ ହେଉଥିଲେ। ଗତ ୨୭ ତାରିଖରେ ରିଜ୍‌ୱାନାଙ୍କ ପ୍ରସବବେଦନା ହେବାରୁ ତାଙ୍କୁ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା।

୨୯ ତାରିଖରେ ଡାକ୍ତର ଅଲ୍‌ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେବାପରେ ସେକ୍‌ ସୋନୱା ତାଙ୍କ ସ୍ତ୍ରଙ୍କେ ନେଇ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅଲ୍‌ଟ୍ରାସାଉଣ୍ଡ କରାଇଥିଲେ। ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ରିପୋର୍ଟ ଠିକ୍‌ଥିବାର କହିବାରୁ ନର୍ସିଂ ହୋମ୍‌ରେ ଆଡ୍‌ମିସନ୍‌ କରାଇଥିଲେ। ଏହାପରେ ରାତିପ୍ରାୟ ୧୧ଟା୩୦ରେ ଅପରେସନ୍‌ ପରେ ଏକ ମୃତ ସନ୍ତାନ ଜନ୍ମ ହୋଇଥିଲା।

ଏ ସବୁ ଠିକ୍‌ ଥିବାର କଥା ଡାକ୍ତର ପଣ୍ଡା କହିବା ପରେ କାହିଁକି ଶିଶୁ ମୃତ ଭାବେ ଜନ୍ମ ହେଲା ତା’କୁ ନେଇ ସୋନଓ୍ବା ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ସନ୍‌ଡାଇଗ୍ନୋଷ୍ଟିକ ସେଣ୍ଟର ରିପୋର୍ଟ ଭୁଲ୍‌ ଥିବା ଏବଂ ପିଲା ମା’ ପେଟରେ ପାଣି ଅଭାବରୁ ୨୪ ଘଣ୍ଟା ଆଗରୁ ମରିସାରିଛି ବୋଲି ଡାକ୍ତର କହିଥିଲେ। ଏକଥା ଶୁଣିବା ପରେ ରିଜୱାନାଙ୍କ ପରିବାର ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ରିପୋର୍ଟ ସମ୍ପୂର୍ଣ୍ଣ ଠିକ୍‌ ଅଛି ଏବଂ ଡାକ୍ତର ପଣ୍ଡାଙ୍କ ଅବହେଳାରୁ ଶିଶୁ ମୃତ ହୋଇ ଜନ୍ମହେଲା ବୋଲି କହିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସମ୍ପୃକ୍ତ ଡାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ କରି କର୍ମଚାରୀମାନେ କୁଆଡେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ପ୍ରସବ ମହିଳା ରିଜ୍‌ୱାନା ପରବିନ୍‌ ଓ ପରିବାର ଲୋକେ ଡାଇଗ୍ନୋଷ୍ଟିକ ସେଣ୍ଟରରେ ହୋହଲ୍ଲା କରିବା ସହ ଏହାକୁ ବନ୍ଦ କରି ଧାରଣା ଦେଇଥିଲେ। ଯାଜପୁର ପୋଲିସ ପହଞ୍ଚି ଉତ୍ତେଜନାକୁ ପ୍ରସମିତ କରିଥିଲା। ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ସମ୍ପୃକ୍ତ ଡାକ୍ତର ଓ ନିର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri