ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନ ନେଇ ବିବାଦ

ପୁରୀ ଅଫିସ,୨୮।୩: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍‌ ଅଧୀନ ଏକଘରିଆ ଗ୍ରାମର ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି। ପୁରୀରୁ କେତେଜଣ ସେବାୟତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବନଯାଗ ଯାତ୍ରା ଭଳି ଗୁପ୍ତନୀତି ଏବଂ ଅବଢ଼ା ବିକ୍ରି ବିଜ୍ଞାପନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏନେଇ ଶ୍ରୀମନ୍ଦିର ଦଇତାପତି ସେବାୟତ ଜଗଦୀଶ ଦାସମହାପାତ୍ରଙ୍କ ସମେତ ଅନ୍ୟ ଦଇତାପତି ଆପତ୍ତି ଉଠାଇବା ସହ ରବିବାର ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଉକ୍ତ କାର୍ଯ୍ୟକଳାପ ଶ୍ରୀଜଗନ୍ନାଥ ପରମ୍ପରା ଓ ସଂସ୍କୃତି ବିରୋଧୀ ବୋଲି ଦର୍ଶାଇ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଦାରୁଦିଅଁଙ୍କ ନବକଳେବର ପାଇଁ ବନଯାଗ ଯାତ୍ରା କରାଯାଇଥାଏ। ଖଡ଼ିରତ୍ନ ପଞ୍ଜିକାରେ ମହାପ୍ରଭୁଙ୍କ ନିର୍ଦ୍ଧାରିତ ତିଥି ଓ ଲଗ୍ନରେ ମହାପ୍ରଭୁଙ୍କ ନବକଳେବର ହୋଇଥାଏ। ଏହା ଏକ ଗୁପ୍ତନୀତି। ସେହିଭଳି ଦଇତାପତି ସେବାୟତମାନେ କାକଟପୁରର ମା’ ମଙ୍ଗଳାଙ୍କଠାରୁ ସ୍ବପ୍ନାଦେଶ ପାଇସାରିବା ପରେ ବନଯାଗ ଯାତ୍ରାରେ ଯାଇ ଦାରୁ ଚିହ୍ନଟ କରନ୍ତି। ମାତ୍ର ପରିତାପର ବିଷୟ ଯେ, ଶରଣଶ୍ରୀକ୍ଷେତ୍ର ଢ଼େଙ୍କାନାଳର ଏକଘରିଆଠାରେ ନୂତନ ଭାବେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଦାରୁ ଚିହ୍ନଟ ହେଉଛି। ପାରମ୍ପରିକ ନୀତିକାନ୍ତି ତଥା ବନଯାଗ ଯାତ୍ରା କରିବା ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରାଯାଇଛି। ଏପରିକି ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ କରାଯାଇଛି। ଏଭଳି କାର୍ଯ୍ୟକଳାପ ଶ୍ରୀଜଗନ୍ନାଥ ପରମ୍ପରା ଓ ସଂସ୍କୃତିର ବିରୋଧୀ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦଇତାପତି ଜଗଦୀଶ ଦାସମହାପାତ୍ର କହିଛନ୍ତି। ସେହିପରି ଶ୍ରୀକ୍ଷେତ୍ରରୁ ଅନେକ ଶ୍ରୀମନ୍ଦିର ସେବାୟତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦାଶମହାପାତ୍ର ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଯେଉଁ ବ୍ୟକ୍ତିମାନେ ଉକ୍ତ ଘୃଣ୍ୟ କାର୍ଯ୍ୟ କରି ହିନ୍ଦୁଧର୍ମ ଓ ଜଗନ୍ନାଥ ସଂସ୍କୃତିକୁ କୁଠାରାଘାତ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପକୁ ରୋକାଯାଉ ବୋଲି ସେ ଦାବି କରିଛନ୍ତି। ସମ୍ପୃକ୍ତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର କେତେଜଣ ସେବାୟତଙ୍କ ନାମ ଉଲ୍ଲେଖ କରାଯିବା ସହ ସେମାନେ ଉପସ୍ଥିତ ଥିବାର ପ୍ରମାଣ ସମ୍ବଳିତ ଫଟୋଚିତ୍ରକୁ ମଧ୍ୟ ଏତଲାରେ ସଂଲଗ୍ନ କରାଯାଇଛି। ଏହି ଏତଲା ପ୍ରଦାନ ବେଳେ ବିନାୟକ ଦାସମହାପାତ୍ର ଓ ହରପ୍ରସାଦ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ଏତଲାରେ ଚୁନରା ସେବାୟତ ଶରତ ଚନ୍ଦ୍ର ମହାନ୍ତିଙ୍କ ନାମ ଥିବାବେଳେ ସେ କହିଛନ୍ତି, ଚିଣ୍ଟୁ ବାବା ଫୁଲ ତୁଳସୀ ଧରି ଦୀର୍ଘବର୍ଷ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି। ଅନେକ ସମୟରେ ଶ୍ରୀମନ୍ଦିର ସେବାୟତମାନଙ୍କୁ ନେଇ ସେ ଢ଼େଙ୍କାନାଳ ଯାଇଥାଆନ୍ତି ଓ କପିଳାସ ଦର୍ଶନ କରାଇଥାଆନ୍ତି। ତେବେ ବନଯାଗ ଯାତ୍ରା କିମ୍ବା ଦାରୁଦିଅଁ ସ୍ଥାପନ ସମ୍ପର୍କିତ କୌଣସି ସୂଚନା ମୋ’ ନିକଟରେ ନ ଥିଲା। ସବୁଥର ଭଳି ଏଥର ଆମେ ବସ୍‌ ଯୋଗେ ଶରଣଶ୍ରୀକ୍ଷେତ୍ରରେ ପହଞ୍ଚିଥିଲୁ। ସାଙ୍ଗରେ ସେବାୟତମାନେ ଗୀତଗୋବିନ୍ଦ ଖଣ୍ଡୁଆପାଟ ନେଇଥିଲେ, ଯାହାକୁ ଚିହ୍ନଟ ବୃକ୍ଷରେ ଘୋଡ଼ାଇ ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ଗତ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ବନଯାଗ ଯାତ୍ରା ନୀତି ଅନୁଷ୍ଠିତ ହେବ ବୋଲି ଚିଣ୍ଟୁ ବାବା ଏକ ବିଜ୍ଞାପନ ମଧ୍ୟ ପ୍ରକାଶ କରିଥିଲେ। ସେହିପରି ଅବଢ଼ା କେବଳ ଶ୍ରୀମନ୍ଦିର ଆନନ୍ଦବଜାରରେ ମିଳୁଥିବାବେଳେ ସେଠାରେ ଅବଢ଼ା ମହାପ୍ରସାଦ ମିଳେ ବୋଲି ଲେଖାଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି। ମହାପ୍ରଭୁଙ୍କ ଗୁପ୍ତନୀତିକୁ ଅବିକଳ ଢ଼ଙ୍ଗରେ ପାଳନ କରିବା ସହ ବନଯାଗ ଯାତ୍ରା ହେଉଥିବା ନେଇ ଘୋଷଣା ହେବାର ଫଟୋ ଓ ଭିଡିଓ ଦେଖିବାକୁ ମିଳିବା ପରେ ଦଇତାପତି ସେବାୟତ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜାଣିଶୁଣି କିଛି ଭୁଲ କରାଯାଇନାହିଁ ବୋଲି ଶରଣଶ୍ରୀକ୍ଷେତ୍ର ମୁଖ୍ୟ ଚିଣ୍ଟୁ ବାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri