ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନ ନେଇ ବିବାଦ

ପୁରୀ ଅଫିସ,୨୮।୩: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ୍‌ ଅଧୀନ ଏକଘରିଆ ଗ୍ରାମର ଶରଣଶ୍ରୀକ୍ଷେତ୍ରରେ ଦାରୁଦିଅଁ ସ୍ଥାପନକୁ ନେଇ ବିବାଦ ଦେଖାଦେଇଛି। ପୁରୀରୁ କେତେଜଣ ସେବାୟତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବନଯାଗ ଯାତ୍ରା ଭଳି ଗୁପ୍ତନୀତି ଏବଂ ଅବଢ଼ା ବିକ୍ରି ବିଜ୍ଞାପନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଏନେଇ ଶ୍ରୀମନ୍ଦିର ଦଇତାପତି ସେବାୟତ ଜଗଦୀଶ ଦାସମହାପାତ୍ରଙ୍କ ସମେତ ଅନ୍ୟ ଦଇତାପତି ଆପତ୍ତି ଉଠାଇବା ସହ ରବିବାର ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଉକ୍ତ କାର୍ଯ୍ୟକଳାପ ଶ୍ରୀଜଗନ୍ନାଥ ପରମ୍ପରା ଓ ସଂସ୍କୃତି ବିରୋଧୀ ବୋଲି ଦର୍ଶାଇ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଦାରୁଦିଅଁଙ୍କ ନବକଳେବର ପାଇଁ ବନଯାଗ ଯାତ୍ରା କରାଯାଇଥାଏ। ଖଡ଼ିରତ୍ନ ପଞ୍ଜିକାରେ ମହାପ୍ରଭୁଙ୍କ ନିର୍ଦ୍ଧାରିତ ତିଥି ଓ ଲଗ୍ନରେ ମହାପ୍ରଭୁଙ୍କ ନବକଳେବର ହୋଇଥାଏ। ଏହା ଏକ ଗୁପ୍ତନୀତି। ସେହିଭଳି ଦଇତାପତି ସେବାୟତମାନେ କାକଟପୁରର ମା’ ମଙ୍ଗଳାଙ୍କଠାରୁ ସ୍ବପ୍ନାଦେଶ ପାଇସାରିବା ପରେ ବନଯାଗ ଯାତ୍ରାରେ ଯାଇ ଦାରୁ ଚିହ୍ନଟ କରନ୍ତି। ମାତ୍ର ପରିତାପର ବିଷୟ ଯେ, ଶରଣଶ୍ରୀକ୍ଷେତ୍ର ଢ଼େଙ୍କାନାଳର ଏକଘରିଆଠାରେ ନୂତନ ଭାବେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଦାରୁ ଚିହ୍ନଟ ହେଉଛି। ପାରମ୍ପରିକ ନୀତିକାନ୍ତି ତଥା ବନଯାଗ ଯାତ୍ରା କରିବା ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରାଯାଇଛି। ଏପରିକି ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ କରାଯାଇଛି। ଏଭଳି କାର୍ଯ୍ୟକଳାପ ଶ୍ରୀଜଗନ୍ନାଥ ପରମ୍ପରା ଓ ସଂସ୍କୃତିର ବିରୋଧୀ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦଇତାପତି ଜଗଦୀଶ ଦାସମହାପାତ୍ର କହିଛନ୍ତି। ସେହିପରି ଶ୍ରୀକ୍ଷେତ୍ରରୁ ଅନେକ ଶ୍ରୀମନ୍ଦିର ସେବାୟତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦାଶମହାପାତ୍ର ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଯେଉଁ ବ୍ୟକ୍ତିମାନେ ଉକ୍ତ ଘୃଣ୍ୟ କାର୍ଯ୍ୟ କରି ହିନ୍ଦୁଧର୍ମ ଓ ଜଗନ୍ନାଥ ସଂସ୍କୃତିକୁ କୁଠାରାଘାତ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପକୁ ରୋକାଯାଉ ବୋଲି ସେ ଦାବି କରିଛନ୍ତି। ସମ୍ପୃକ୍ତ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର କେତେଜଣ ସେବାୟତଙ୍କ ନାମ ଉଲ୍ଲେଖ କରାଯିବା ସହ ସେମାନେ ଉପସ୍ଥିତ ଥିବାର ପ୍ରମାଣ ସମ୍ବଳିତ ଫଟୋଚିତ୍ରକୁ ମଧ୍ୟ ଏତଲାରେ ସଂଲଗ୍ନ କରାଯାଇଛି। ଏହି ଏତଲା ପ୍ରଦାନ ବେଳେ ବିନାୟକ ଦାସମହାପାତ୍ର ଓ ହରପ୍ରସାଦ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ଏତଲାରେ ଚୁନରା ସେବାୟତ ଶରତ ଚନ୍ଦ୍ର ମହାନ୍ତିଙ୍କ ନାମ ଥିବାବେଳେ ସେ କହିଛନ୍ତି, ଚିଣ୍ଟୁ ବାବା ଫୁଲ ତୁଳସୀ ଧରି ଦୀର୍ଘବର୍ଷ ହେବ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି। ଅନେକ ସମୟରେ ଶ୍ରୀମନ୍ଦିର ସେବାୟତମାନଙ୍କୁ ନେଇ ସେ ଢ଼େଙ୍କାନାଳ ଯାଇଥାଆନ୍ତି ଓ କପିଳାସ ଦର୍ଶନ କରାଇଥାଆନ୍ତି। ତେବେ ବନଯାଗ ଯାତ୍ରା କିମ୍ବା ଦାରୁଦିଅଁ ସ୍ଥାପନ ସମ୍ପର୍କିତ କୌଣସି ସୂଚନା ମୋ’ ନିକଟରେ ନ ଥିଲା। ସବୁଥର ଭଳି ଏଥର ଆମେ ବସ୍‌ ଯୋଗେ ଶରଣଶ୍ରୀକ୍ଷେତ୍ରରେ ପହଞ୍ଚିଥିଲୁ। ସାଙ୍ଗରେ ସେବାୟତମାନେ ଗୀତଗୋବିନ୍ଦ ଖଣ୍ଡୁଆପାଟ ନେଇଥିଲେ, ଯାହାକୁ ଚିହ୍ନଟ ବୃକ୍ଷରେ ଘୋଡ଼ାଇ ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ଗତ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ବନଯାଗ ଯାତ୍ରା ନୀତି ଅନୁଷ୍ଠିତ ହେବ ବୋଲି ଚିଣ୍ଟୁ ବାବା ଏକ ବିଜ୍ଞାପନ ମଧ୍ୟ ପ୍ରକାଶ କରିଥିଲେ। ସେହିପରି ଅବଢ଼ା କେବଳ ଶ୍ରୀମନ୍ଦିର ଆନନ୍ଦବଜାରରେ ମିଳୁଥିବାବେଳେ ସେଠାରେ ଅବଢ଼ା ମହାପ୍ରସାଦ ମିଳେ ବୋଲି ଲେଖାଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି। ମହାପ୍ରଭୁଙ୍କ ଗୁପ୍ତନୀତିକୁ ଅବିକଳ ଢ଼ଙ୍ଗରେ ପାଳନ କରିବା ସହ ବନଯାଗ ଯାତ୍ରା ହେଉଥିବା ନେଇ ଘୋଷଣା ହେବାର ଫଟୋ ଓ ଭିଡିଓ ଦେଖିବାକୁ ମିଳିବା ପରେ ଦଇତାପତି ସେବାୟତ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜାଣିଶୁଣି କିଛି ଭୁଲ କରାଯାଇନାହିଁ ବୋଲି ଶରଣଶ୍ରୀକ୍ଷେତ୍ର ମୁଖ୍ୟ ଚିଣ୍ଟୁ ବାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?